ଜିଲା ଶ୍ରମ କାର୍ଯ୍ୟାଳୟରେ ଟେଣ୍ଡର ଫିକ୍ସିଂ

ନୟାଗଡ଼ ଅଫିସ,୧୨।୫: ନୟାଗଡ଼ ଜିଲା ଶ୍ରମ କାର୍ଯ୍ୟାଳୟରେ କମ୍ପ୍ୟୁଟର କିଣା ଓ ଆଉଟ ସୋସିର୍ର୍ଂ ଏଜେନ୍ସିଂ ଚୟନରେ ଫିକି୍ସଂ କରାଯାଇ ଥିବା ଅଭିଯୋଗ ହୋଇଛି। ଜିଲା ଶ୍ରମ ଅଧିକାରୀ ଓ ପ୍ରଭାଗୀୟ ଶ୍ରମ ଆୟୁକ୍ତ ଯାଜପୁର ଏବଂ କଟକ ବାସିନ୍ଦାଙ୍କୁ ଅନୁକମ୍ପା ଦେଖାଇ ଟେଣ୍ଡର ପାସ୍‌ କରା ଯାଉଥିବା ଅଭିଯୋଗ ହୋଇଛି। ଏଥିପାଇଁ ନୋଟିସ୍‌ ବୋର୍ଡରେ ପିଛିଲା ତାରିଖରେ ଟେଣ୍ଡର ବିଜ୍ଞପ୍ତି ଝୁଲା ଯାଉଛି। ଯାହାର ତଦନ୍ତ ଜିଲା ଶ୍ରମ କାର୍ଯ୍ୟାଳୟର ସିସିଟିଭି ଯାଞ୍ଚ କଲେ ଜଣାପଡ଼ିବ ବୋଲି ଅଭିଯୋଗକାରୀ କହିଛନ୍ତି।
ଏ ସଂକ୍ରାନ୍ତରେ ଶ୍ରମିକ ନେତା ଅଚ୍ୟୁତ୍‌ ନାୟକ କୁହନ୍ତି, ଖଣ୍ଡପଡ଼ା ରୋଡ଼ରେ ରହିଛି ପ୍ରଭାଗୀୟ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ। ସେଠାରେ ପ୍ରଭାଗୀୟ ଶ୍ରମ ଆୟୁକ୍ତଙ୍କ ଅଧୀନରେ ଜିଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ କାମ କରୁଛି। ପ୍ରଭାଗୀୟ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟରେ ବିଭିନ୍ନ ନିଯୁକ୍ତି ନେଇ ଚୟନ ହୋଇଥିବା ଆଉଟସୋସିଂ ଏଜେନ୍ସିଂରେ ଅନିୟମିତତା ହୋଇଛି। ପ୍ରଭାଗୀୟ ଶ୍ରମ ଆୟୁକ୍ତ ନିଜ ଜିଲା କଟକର ଏକ ଏଜେନ୍ସିକୁ ଚୟନ କରିଛନ୍ତି। ପରବର୍ତ୍ତୀ ପର୍ଯ୍ୟାୟରେ ଏଜେନ୍ସି ମାଧ୍ୟମରେ ପୋଷ୍ଟିଂ ବି ଆରମ୍ଭ କରି ସାରିଲେଣି। ଏଣୁ ଏହାର ତଦନ୍ତ କରାଯାଇ ଆଉଟ ସୋର୍ସିଂ ସଂସ୍ଥାର ନିଯୁକ୍ତିକୁ ବାତିଲ କରାଯାଉ। ସେହିପରି ପ୍ରଭାଗୀୟ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ ପାଇଁ ୪ଟି କମ୍ପ୍ୟୁଟର କିଣା ଯାଇଛି। କମ୍ପ୍ୟୁଟର ଗୁଡ଼ିକ ଯାଜପୁରର ଏକ ସଂସ୍ଥା ଦେଇଛି। ଜିଲା ଶ୍ରମ ଅଧିକାରୀ ପୂର୍ବରୁ ଯାଜପୁରରୁ ବଦଳି ହୋଇ ଏଠାକୁ ଆସିଥିବାରୁ ଯାଜପୁର ସଂସ୍ଥାରୁ କମ୍ପ୍ୟୁଟର କିଣିଛନ୍ତି। ଏଥିରେ ନୟାଗଡ଼ର କମ୍ପ୍ୟୁଟର ଦୋକାନଗୁଡିକୁ ଅଣଦେଖା କରାଯାଇଛି। ପ୍ରଭାଗୀୟ ଶ୍ରମ ଆୟୁକ୍ତ ଓ ଜିଲା ଶ୍ରମ ଅଧିକାରୀ ମିଳିତ ଭାବେ ଦୁର୍ନୀତି ପରେ ଦୁର୍ନୀତି କରିଚାଲିଥିଲେ ହେଁ ଏନେଇ ତଦନ୍ତ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ଜିଲାପାଳ ମଧ୍ୟ ନୀରବତା ଅବଲମ୍ବନ କରୁଛନ୍ତି। ଉତ୍କଳ ହେଲ୍‌ପ ଡେକ୍ସର ପରିଚାଳନା ନିର୍ଦ୍ଦେଶକ କମଳକାନ୍ତ ନାୟକ କୁହନ୍ତି, ଟେଣ୍ଡର ବିଜ୍ଞପ୍ତି ପୂର୍ବରୁ ସରକାରୀ ପୋର୍ଟାଲରେ ଟେଣ୍ଡର ବିଜ୍ଞପ୍ତିଙ୍କୁ ପ୍ରକାଶନ କରିବାର ନିୟମ ରହିଛି। ପ୍ରଭାଗୀୟ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ ଆଉଟ ସୋସିର୍ର୍ଂ ଏଜେନ୍ସିଂ ଚୟନର ଟେଣ୍ଡର ପ୍ରକ୍ରୀୟା ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରିଛନ୍ତି। ସେହିପରି ଟେଣ୍ଡର ବିଜ୍ଞପ୍ତି ବହୁଳ ପ୍ରସାରିତ ଖବର କାଗଜରେ ପ୍ରକାଶ ପାଇବାର ସରକାରୀ ନିୟମ ଅଛି। ଏହାକୁ ମଧ୍ୟ ଅଣଦେଖା କରାଯାଇଛି। ପ୍ରଭାଗୀୟ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟର ନୋଟିସ୍‌ ବୋର୍ଡରେ ବିଜ୍ଞପ୍ତି ଝୁଲିବାର ନିୟମ ରହିଛି। ତେବେ ଏଥିରେ ବି ଚଞ୍ଚକତା କରିବା ପାଇଁ ବ୍ୟବସ୍ଥା ହୋଇଛି। ପିଛିଲା ତାରିଖରେ ନୋଟିସ୍‌ ବୋର୍ଡରେ ବିଜ୍ଞପ୍ତି ଲଗାଇ ଲୁକାୟିତ ଭାବେ ଚିରି ଦିଆଯାଇଛି। ସେହିପରି ଟେଣ୍ଡର ଚୟନ କମିଟି ମଧ୍ୟ କେଉଁ ଆଉଟ ସୋସିଂ ଏଜେନ୍ସିଂକୁ ନିଯୁକ୍ତି ଦିଆଗଲା ଜାଣିନାହିଁ। ନୟାଗଡ଼ ଜିଲାର ଆଉଟ୍‌ସୋସିଂ ଏଜେନ୍ସିଂଗୁଡିକ ଟେଣ୍ଡର ବିଜ୍ଞପ୍ତି ଜାଣି ପାରି ନ ଥିବାବେଳେ କଟକର ସଂସ୍ଥା ଜାଣିପାରି ଟେଣ୍ଡର ପକାଇବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। କଟକ ସଂସ୍ଥା ପ୍ରଭାଗୀୟ ଶ୍ରମ ଆୟୁକ୍ତଙ୍କ ଖାସ୍‌ ଲୋକ ହୋଇଥିବାରୁ ତାଙ୍କୁ ଟେଣ୍ଡର ମିଳିଲା। ପୂର୍ବରୁ କଟକ ସଂସ୍ଥା ଟେଣ୍ଡର ପାଇବ ବୋଲି ଯେଉଁ ଚର୍ଚ୍ଚା ହେଉଥିଲା ତାହା ସତ୍ୟ ହୋଇଛି। ଏନେଇ ମୁଁ ପ୍ରଭାଗୀୟ ଶ୍ରମ ଆୟୁକ୍ତଙ୍କୁ ଅଭିଯୋଗ କରିବାରୁ ସେ ସବୁ କିଛି ଠିକ୍‌ ଅଛି କହି ଏଡାଇ ଯାଇଛନ୍ତି।
ଜିଲା ଶ୍ରମ ଅଧିକାରୀ ଚିତ୍ତ ରଞ୍ଜନ ରାଉତ କୁହନ୍ତି, କମ୍ପ୍ୟୁଟର କିଣାରେ କୌଣସି ହେରଫେର ହୋଇନାହିଁ। ଯାହା କିଛି ସରକାରୀ ନିୟମ ଅନୁସାରେ ହୋଇଛି। ଚଞ୍ଚକତା ଅଭିଯୋଗର ସତ୍ୟତା ନାହିଁ ବୋଲି କହିଛନ୍ତି। ଜିଲା ପରିଷଦ ଅଧ୍ୟକ୍ଷ ଦେବାଶିଶ ପଟ୍ଟନାୟକ କୁହନ୍ତି, ପ୍ରଭାଗୀୟ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟରେ କମ୍ପ୍ୟୁଟର କିଣା ଓ ଆଉଟ ସୋସିର୍ର୍ଂ ଏଜେନ୍ସିଂ ଚୟନରେ ଫିକି୍ସଂ ହୋଇଥିବା ଅଭିଯୋଗ ମୁଁ ଜାଣି ନ ଥିଲି। ଅନ୍ୟପକ୍ଷେ ପ୍ରଭାଗୀୟ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟର ବିଭିନ୍ନ କ୍ଷେତ୍ରରେ ସହଯୋଗ ମିଳୁନି। ଏଣୁ ପ୍ରଭାଗୀୟ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ ସମ୍ପର୍କରେ ଶ୍ରମ କମିଶନର ତିରୁବାଳାଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଛନ୍ତି। ପ୍ରଭାଗୀୟ ଶ୍ରମ ଆୟୁକ୍ତ ପ୍ରଦୀପ କୁମାର ମହାନ୍ତି ଟେଣ୍ଡର ଫିକ୍ସ ଅଭିଯୋଗ ଅମୂଳକ। ଅଫିସ ପାଇଁ କମ୍ପ୍ୟୁଟର ପରି ବିଭିନ୍ନ ଉପକରଣ ମଧ୍ୟ ନିଜ ଅନୁଗତ ଲୋକ ଅଥବା ନିଜ ଜିଲାର ଲୋକଙ୍କଠାରୁ କିଣିବା ଅଭିଯୋଗ ସତ୍ୟ ନୁହେଁ। ଆମେ ଟେଣ୍ଡର କରୁଛୁ ଲୋଷ୍ଟ ବିଲ୍ଡର ଟେଣ୍ଡର ପାଉଛନ୍ତି। ଯେଉଁମାନେ ଟେଣ୍ଡର ପାଉ ନାହାନ୍ତି ସେମାନେ ଏପରି ଅଭିଯୋଗ କରୁଥିବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀ- ପୁଅ ଥାଉ ଥାଉ ଦ୍ୱିତୀୟ ବିବାହ କରିବାକୁ ଯାଉଥିଲେ, ପୁଅଙ୍କୁ ଟାଣିଟାଣି ଥାନାକୁ ଆଣିଲେ ବାପା

ବାସୁଦେବପୁର,୮।୫(ନାରାୟଣ ପ୍ରସାଦ ବାରିକ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଏଡ଼ତାଳ ଗ୍ରାମର ଅଜୟ ଜେନା ନାମକ ଜଣେ ବିବାହିତ ଯୁବକ ମଙ୍ଗଳବାର ଚାନ୍ଦିମାଳ ଅଞ୍ଚଳର ଜଣେ...

ଶଙ୍ଖ ଧରିଲେ ବରିଷ୍ଠ ଭାଜପା ନେତାଙ୍କ ସହ ଶତାଧିକ କର୍ମୀ

ଗଞ୍ଜାମ,୮ା୫(ବିଦ୍ୟାଧର ସାହୁ): ଆସନ୍ତା ୧୩ରେ ସାଧାରଣ ନିର୍ବାଚନ। ଏଥିପାଇଁ ସବୁ ଦଳ ନିଜନିଜ ରଣନୀତି ଆରମ୍ଭ କରିଛନ୍ତି।  ଏନ୍‌ଏସି ଅନ୍ତର୍ଗତ ଓ୍ବାର୍ଡ ନଂ ୮ ପୁଇଁତଳା...

ଛେଳି ଚୋରିକୁ ନେଇ ମହାଭାରତ: ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବୁଦାମୂଳେ ଫିଙ୍ଗିଦେଲେ ଦୁର୍ବୃତ୍ତ

ଖୁଣ୍ଟୁଣୀ,୮ା୫(ସଚ୍ଚିଦାନନ୍ଦ ପଣ୍ଡା): ଛେଳି ଚୋରିକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ଅନ୍ୟ କେତେକ ଯୁବକ ମରଣାନ୍ତକ ଆକ୍ରମଣ କରି ମୁମୂର୍ଷୁ ଅବସ୍ଥାରେ ଖୁଣ୍ଟୁଣୀ ଡାକ୍ତରଖାନା ପଛପଟ...

ଆନ୍ଧ୍ରର ଅନୁପ୍ରବେଶ: ମାଗଣା ସ୍ବାସ୍ଥ୍ୟ ଶିବିର ବନ୍ଦ କଲା ପୋଲିସ

ପଟ୍ଟାଙ୍ଗି,୮।୫(ଶରତ ଧଳ): ସାରା ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ନେଇ ସମସ୍ତ ସରକାରୀ ଅଧିକାରୀ ନିଜ ନିଜର କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି। ଏହାର ସୁଯୋଗ ଉଠାଇ...

ନିର୍ବାଚନ ପୁର୍ବରୁ ବୌଦ୍ଧ ପୋଲିସକୁ ବଡ ସଫଳତା:୯ ମାଓବାଦୀଙ୍କ ଆତ୍ମସମର୍ପଣ

ବୌଦ୍ଧ,୮।୫(ଅଜିତ କୁମାର ବାରିକ ): ନିର୍ବାଚନ ପୁର୍ବରୁ ବୌଦ୍ଧ ପୋଲିସକୁ ବୁଧବାର ବଡ ସଫଳତା ମିଳିଛି। ଗତ କିଛି ଦିନ ତଳେ ବୌଦ୍ଧ ପୋଲିସ ଦ୍ୱାରା...

ବଢ଼ିଲା ଅନୁଭବଙ୍କ ଅଡୁଆ

କଟକ,୮।୫: ଅଭିନେତା ତଥା ଭାଜପା ନେତା ଅନୁଭବ ମହାନ୍ତିଙ୍କ ଅଡୁଆ ବଢିଛି। ବର୍ଷାଙ୍କ ନିର୍ଯାତନା ଅଭିଯୋଗ ମାମଲାରେ କଟକ ଜେଏମଏଫସି କୋର୍ଟ ଅନୁଭବ ମହାନ୍ତିଙ୍କ ଆବେଦନ...

ବାଲେଶ୍ୱର କଂଗ୍ରେସରେ ଫାଟ, ଶ୍ରୀକାନ୍ତଙ୍କୁ ବିରୋଧ କରି ଦଳ ଛାଡିଲେ ବଡ଼ ନେତା

ନୀଳଗିରି,୮।୫: ବାଲେଶ୍ୱର କଂଗ୍ରେସରେ ଫାଟ। କଂଗ୍ରେସ ଛାଡିଛନ୍ତି ନୀଳଗିରିର ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡଙ୍ଗୀ। ଚଳିତ ର୍ନିବାଚନର ବାଲେଶ୍ୱର ଲୋକ ସଭା ପ୍ରାର୍ଥୀ ଶ୍ରୀକାନ୍ତ ଜେନାଙ୍କ...

୨ ରୁବେଲା ଭାଇରସ୍‌ ରୋଗୀ ଚିହ୍ନଟ

ନବରଙ୍ଗପୁର,୮।୫: ନବରଙ୍ଗପୁରରୁ ୨ ରୁବେଲା ଭାଇରସ ରୋଗୀ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ୨ ଶିଶୁ ନନ୍ଦାହାଣ୍ଡି ବ୍ଲକ ପୋଡ଼ାଲଗୁଡ଼ା ଗାଁର ବୋଲି ଜଣାପଡିଛି। ୫ଟି ସାମ୍ପଲରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri