ଜିଲା ଶ୍ରମ କାର୍ଯ୍ୟାଳୟରେ ଟେଣ୍ଡର ଫିକ୍ସିଂ

ନୟାଗଡ଼ ଅଫିସ,୧୨।୫: ନୟାଗଡ଼ ଜିଲା ଶ୍ରମ କାର୍ଯ୍ୟାଳୟରେ କମ୍ପ୍ୟୁଟର କିଣା ଓ ଆଉଟ ସୋସିର୍ର୍ଂ ଏଜେନ୍ସିଂ ଚୟନରେ ଫିକି୍ସଂ କରାଯାଇ ଥିବା ଅଭିଯୋଗ ହୋଇଛି। ଜିଲା ଶ୍ରମ ଅଧିକାରୀ ଓ ପ୍ରଭାଗୀୟ ଶ୍ରମ ଆୟୁକ୍ତ ଯାଜପୁର ଏବଂ କଟକ ବାସିନ୍ଦାଙ୍କୁ ଅନୁକମ୍ପା ଦେଖାଇ ଟେଣ୍ଡର ପାସ୍‌ କରା ଯାଉଥିବା ଅଭିଯୋଗ ହୋଇଛି। ଏଥିପାଇଁ ନୋଟିସ୍‌ ବୋର୍ଡରେ ପିଛିଲା ତାରିଖରେ ଟେଣ୍ଡର ବିଜ୍ଞପ୍ତି ଝୁଲା ଯାଉଛି। ଯାହାର ତଦନ୍ତ ଜିଲା ଶ୍ରମ କାର୍ଯ୍ୟାଳୟର ସିସିଟିଭି ଯାଞ୍ଚ କଲେ ଜଣାପଡ଼ିବ ବୋଲି ଅଭିଯୋଗକାରୀ କହିଛନ୍ତି।
ଏ ସଂକ୍ରାନ୍ତରେ ଶ୍ରମିକ ନେତା ଅଚ୍ୟୁତ୍‌ ନାୟକ କୁହନ୍ତି, ଖଣ୍ଡପଡ଼ା ରୋଡ଼ରେ ରହିଛି ପ୍ରଭାଗୀୟ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ। ସେଠାରେ ପ୍ରଭାଗୀୟ ଶ୍ରମ ଆୟୁକ୍ତଙ୍କ ଅଧୀନରେ ଜିଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ କାମ କରୁଛି। ପ୍ରଭାଗୀୟ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟରେ ବିଭିନ୍ନ ନିଯୁକ୍ତି ନେଇ ଚୟନ ହୋଇଥିବା ଆଉଟସୋସିଂ ଏଜେନ୍ସିଂରେ ଅନିୟମିତତା ହୋଇଛି। ପ୍ରଭାଗୀୟ ଶ୍ରମ ଆୟୁକ୍ତ ନିଜ ଜିଲା କଟକର ଏକ ଏଜେନ୍ସିକୁ ଚୟନ କରିଛନ୍ତି। ପରବର୍ତ୍ତୀ ପର୍ଯ୍ୟାୟରେ ଏଜେନ୍ସି ମାଧ୍ୟମରେ ପୋଷ୍ଟିଂ ବି ଆରମ୍ଭ କରି ସାରିଲେଣି। ଏଣୁ ଏହାର ତଦନ୍ତ କରାଯାଇ ଆଉଟ ସୋର୍ସିଂ ସଂସ୍ଥାର ନିଯୁକ୍ତିକୁ ବାତିଲ କରାଯାଉ। ସେହିପରି ପ୍ରଭାଗୀୟ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ ପାଇଁ ୪ଟି କମ୍ପ୍ୟୁଟର କିଣା ଯାଇଛି। କମ୍ପ୍ୟୁଟର ଗୁଡ଼ିକ ଯାଜପୁରର ଏକ ସଂସ୍ଥା ଦେଇଛି। ଜିଲା ଶ୍ରମ ଅଧିକାରୀ ପୂର୍ବରୁ ଯାଜପୁରରୁ ବଦଳି ହୋଇ ଏଠାକୁ ଆସିଥିବାରୁ ଯାଜପୁର ସଂସ୍ଥାରୁ କମ୍ପ୍ୟୁଟର କିଣିଛନ୍ତି। ଏଥିରେ ନୟାଗଡ଼ର କମ୍ପ୍ୟୁଟର ଦୋକାନଗୁଡିକୁ ଅଣଦେଖା କରାଯାଇଛି। ପ୍ରଭାଗୀୟ ଶ୍ରମ ଆୟୁକ୍ତ ଓ ଜିଲା ଶ୍ରମ ଅଧିକାରୀ ମିଳିତ ଭାବେ ଦୁର୍ନୀତି ପରେ ଦୁର୍ନୀତି କରିଚାଲିଥିଲେ ହେଁ ଏନେଇ ତଦନ୍ତ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ଜିଲାପାଳ ମଧ୍ୟ ନୀରବତା ଅବଲମ୍ବନ କରୁଛନ୍ତି। ଉତ୍କଳ ହେଲ୍‌ପ ଡେକ୍ସର ପରିଚାଳନା ନିର୍ଦ୍ଦେଶକ କମଳକାନ୍ତ ନାୟକ କୁହନ୍ତି, ଟେଣ୍ଡର ବିଜ୍ଞପ୍ତି ପୂର୍ବରୁ ସରକାରୀ ପୋର୍ଟାଲରେ ଟେଣ୍ଡର ବିଜ୍ଞପ୍ତିଙ୍କୁ ପ୍ରକାଶନ କରିବାର ନିୟମ ରହିଛି। ପ୍ରଭାଗୀୟ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ ଆଉଟ ସୋସିର୍ର୍ଂ ଏଜେନ୍ସିଂ ଚୟନର ଟେଣ୍ଡର ପ୍ରକ୍ରୀୟା ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରିଛନ୍ତି। ସେହିପରି ଟେଣ୍ଡର ବିଜ୍ଞପ୍ତି ବହୁଳ ପ୍ରସାରିତ ଖବର କାଗଜରେ ପ୍ରକାଶ ପାଇବାର ସରକାରୀ ନିୟମ ଅଛି। ଏହାକୁ ମଧ୍ୟ ଅଣଦେଖା କରାଯାଇଛି। ପ୍ରଭାଗୀୟ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟର ନୋଟିସ୍‌ ବୋର୍ଡରେ ବିଜ୍ଞପ୍ତି ଝୁଲିବାର ନିୟମ ରହିଛି। ତେବେ ଏଥିରେ ବି ଚଞ୍ଚକତା କରିବା ପାଇଁ ବ୍ୟବସ୍ଥା ହୋଇଛି। ପିଛିଲା ତାରିଖରେ ନୋଟିସ୍‌ ବୋର୍ଡରେ ବିଜ୍ଞପ୍ତି ଲଗାଇ ଲୁକାୟିତ ଭାବେ ଚିରି ଦିଆଯାଇଛି। ସେହିପରି ଟେଣ୍ଡର ଚୟନ କମିଟି ମଧ୍ୟ କେଉଁ ଆଉଟ ସୋସିଂ ଏଜେନ୍ସିଂକୁ ନିଯୁକ୍ତି ଦିଆଗଲା ଜାଣିନାହିଁ। ନୟାଗଡ଼ ଜିଲାର ଆଉଟ୍‌ସୋସିଂ ଏଜେନ୍ସିଂଗୁଡିକ ଟେଣ୍ଡର ବିଜ୍ଞପ୍ତି ଜାଣି ପାରି ନ ଥିବାବେଳେ କଟକର ସଂସ୍ଥା ଜାଣିପାରି ଟେଣ୍ଡର ପକାଇବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। କଟକ ସଂସ୍ଥା ପ୍ରଭାଗୀୟ ଶ୍ରମ ଆୟୁକ୍ତଙ୍କ ଖାସ୍‌ ଲୋକ ହୋଇଥିବାରୁ ତାଙ୍କୁ ଟେଣ୍ଡର ମିଳିଲା। ପୂର୍ବରୁ କଟକ ସଂସ୍ଥା ଟେଣ୍ଡର ପାଇବ ବୋଲି ଯେଉଁ ଚର୍ଚ୍ଚା ହେଉଥିଲା ତାହା ସତ୍ୟ ହୋଇଛି। ଏନେଇ ମୁଁ ପ୍ରଭାଗୀୟ ଶ୍ରମ ଆୟୁକ୍ତଙ୍କୁ ଅଭିଯୋଗ କରିବାରୁ ସେ ସବୁ କିଛି ଠିକ୍‌ ଅଛି କହି ଏଡାଇ ଯାଇଛନ୍ତି।
ଜିଲା ଶ୍ରମ ଅଧିକାରୀ ଚିତ୍ତ ରଞ୍ଜନ ରାଉତ କୁହନ୍ତି, କମ୍ପ୍ୟୁଟର କିଣାରେ କୌଣସି ହେରଫେର ହୋଇନାହିଁ। ଯାହା କିଛି ସରକାରୀ ନିୟମ ଅନୁସାରେ ହୋଇଛି। ଚଞ୍ଚକତା ଅଭିଯୋଗର ସତ୍ୟତା ନାହିଁ ବୋଲି କହିଛନ୍ତି। ଜିଲା ପରିଷଦ ଅଧ୍ୟକ୍ଷ ଦେବାଶିଶ ପଟ୍ଟନାୟକ କୁହନ୍ତି, ପ୍ରଭାଗୀୟ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟରେ କମ୍ପ୍ୟୁଟର କିଣା ଓ ଆଉଟ ସୋସିର୍ର୍ଂ ଏଜେନ୍ସିଂ ଚୟନରେ ଫିକି୍ସଂ ହୋଇଥିବା ଅଭିଯୋଗ ମୁଁ ଜାଣି ନ ଥିଲି। ଅନ୍ୟପକ୍ଷେ ପ୍ରଭାଗୀୟ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟର ବିଭିନ୍ନ କ୍ଷେତ୍ରରେ ସହଯୋଗ ମିଳୁନି। ଏଣୁ ପ୍ରଭାଗୀୟ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ ସମ୍ପର୍କରେ ଶ୍ରମ କମିଶନର ତିରୁବାଳାଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଛନ୍ତି। ପ୍ରଭାଗୀୟ ଶ୍ରମ ଆୟୁକ୍ତ ପ୍ରଦୀପ କୁମାର ମହାନ୍ତି ଟେଣ୍ଡର ଫିକ୍ସ ଅଭିଯୋଗ ଅମୂଳକ। ଅଫିସ ପାଇଁ କମ୍ପ୍ୟୁଟର ପରି ବିଭିନ୍ନ ଉପକରଣ ମଧ୍ୟ ନିଜ ଅନୁଗତ ଲୋକ ଅଥବା ନିଜ ଜିଲାର ଲୋକଙ୍କଠାରୁ କିଣିବା ଅଭିଯୋଗ ସତ୍ୟ ନୁହେଁ। ଆମେ ଟେଣ୍ଡର କରୁଛୁ ଲୋଷ୍ଟ ବିଲ୍ଡର ଟେଣ୍ଡର ପାଉଛନ୍ତି। ଯେଉଁମାନେ ଟେଣ୍ଡର ପାଉ ନାହାନ୍ତି ସେମାନେ ଏପରି ଅଭିଯୋଗ କରୁଥିବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା

ଥୁଆମୂଳ ରାମପୁର, ୨୮ା୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ତାଲବନ୍ଦ ପଡ଼ାରେ ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା ବା ଘଣ୍ଟ ଯାତ୍ରାର…

କବାଡ଼ି ପ୍ରିମିୟର ଲିଗ୍‌ ସିଜନ-୨ ଆରମ୍ଭ

ନୂଆପଡ଼ା,୨୮ା୩(ମକାରୁ ବେମାଲ): ନୂଆପଡ଼ା କବାଡ଼ି ଖେଳାଳି ସଂଘ ପକ୍ଷରୁ ପୁରୁଷ ଓ ମହିଳା ବିଭାଗରେ କବାଡ଼ି ପ୍ରିମିୟର ଲିଗ ସିଜନ-୨ ଶୁକ୍ରବାର ସାରେ ଉଦ୍‌ଘାଟିତ ହୋଇଯାଇଛି। ଜିଲା…

ଖଳିଆପାଲି ଛକ ବୁଲାଣିରେ କେମିକାଲ ବୋଝେଇ ଟ୍ୟାଙ୍କର ଲିକେଜ, ଲୋକେ ଭୟଭୀତ…

ଜୁନାଗଡ଼,୨୮।୩(ସୁନୀଲ କୁମାର ସିଂହ)-କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଖଳିଆପାଲି ଛକ ବୁଲାଣି ଠାରେ ଶନିବାର ସନ୍ଧ୍ୟାରେ ଏକ କେମିକାଲ ବୋଝେଇ ଟ୍ୟାଙ୍କରରୁ ହଟାତ ଗ୍ୟାସ ଲିକେଜ ହୋଇଥିଲା।…

ଶୈବପୀଠ ନିକଟରେ ଅଘଟଣ, ବଜ୍ରପାତରେ ଚାଲିଗଲା ଯୁବତୀଙ୍କ ଜୀବନ, ହଠାତ ଘରୁ…

ଦିଗପହଣ୍ଡି, ୨୮।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଚାଞ୍ଚଡାପଲ୍ଲୀ ଗ୍ରାମର ଜଣେ ଯୁବତୀଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ମୃତ ଯୁବତୀଜଣକ ହେଲେ…

ସରିଲା ଛତ୍ରପୁର ଓକିଲ ସଂଘର ନିର୍ବାଚନ: ଏଲ. ଗୋପାଳ ସଭାପତି ଏବଂ ସମ୍ପାଦକ ହେଲେ…

ଛତ୍ରପୁର,୨୮।୩(ଦିଲ୍ଲୀପ ସାମଲ): ଛତ୍ରପୁର ଓକିଲ ସଂଘର ବିଭିନ୍ନ କର୍ମକର୍ତ୍ତା ନିମନ୍ତେ ଶନିବାର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ସଂଘର ବିଭିନ୍ନ ପଦ ପଦବୀ ନିମନ୍ତେ ନିର୍ବାଚନ ନିମନ୍ତେ…

ଆନନ୍ଦପୁର ଓକିଲ ସଂଘ ନିର୍ବାଚନ: ଦୟାନିଧି ଦାଶ ସଭାପତି, ସମ୍ପାଦକ ଭାବେ…

ବଞ୍ଚୋ, ୨୮।୩(ପ୍ରଦୋଷ କୁମାର ବିଶ୍ୱାଳ ): ଆନନ୍ଦପୁର ଓକିଲ ସଂଘର ବାର୍ଷିକ ନିର୍ବାଚନର ଫଳାଫଳ ଘୋଷଣା କରାଯାଇଛି। ଏହି ନିର୍ବାଚନରେ ଦୟାନିଧି ଦାଶ ସଭାପତି ପଦବୀ ପାଇଁ…

ବେଆଇନ ଭାବେ ଚାଲିଥିଲା ଚିକିତ୍ସା-ଅପରେସନ: ସାହାରା ନର୍ସିଂ ହୋମ ସିଲ, ପୁଣି ଜେଲ ଗଲେ…

ଦିଗପହଣ୍ଡି, ୨୮।୩ (ଅଶେଷ ନାଥ ମିଶ୍ର):ବିନା ଲାଇସେନ୍ସରେ ବେଆଇନ ଭାବେ ନର୍ସିଂ ହୋମ ଚଳାଇ ରୋଗୀଙ୍କ ଜୀବନ ସହ ଖେଳୁଥିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଏକ ବଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri