Categories: ଜାତୀୟ

ରାମ ମନ୍ଦିର ନିର୍ମାଣ ସମୟ ସହିତ ନିଯୁକ୍ତି ସମୟର ସୀମା ଧାର୍ଯ୍ୟ କରନ୍ତୁ ଶାହା: ପ୍ରିୟାଙ୍କ ଖାର୍ଗେ…

ବେଙ୍ଗାଲୁରୁ,୮।୧ : ରାମ ମନ୍ଦିର ନିର୍ମାଣ ସମ୍ପର୍କରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା ପରେ ଏବେ ସେ ବିରୋଧୀଙ୍କ ଟାର୍ଗେଟରେ ଅଛନ୍ତି। ଏହା ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ତାଙ୍କୁ ଟାର୍ଗେଟ କରିଥିଲେ। ବର୍ତ୍ତମାନ ତାଙ୍କ ପୁଅ ତଥା କର୍ନାଟକ କଂଗ୍ରେସ ମୁଖପାତ୍ର ପ୍ରିୟାଙ୍କ ଖାର୍ଗେ ଶାହାଙ୍କ କଡ଼ା ସମାଲୋଚନା କରିଛନ୍ତି। ଦେଶରେ ବେକାରୀ ବୃଦ୍ଧି ପାଉଥିବା ବେଳେ ଚାକିରି ଦେବାକୁ ନେଇ ଗୃହମନ୍ତ୍ରୀ ମଧ୍ୟ ଏକ ସମୟସୀମା ସ୍ଥିର କରିବା ଆବଶ୍ୟକ ବୋଲି ପ୍ରିୟାଙ୍କ କହିଛନ୍ତି।

ପ୍ରିୟାଙ୍କ ଟୁଇଟ କରି କହିଛନ୍ତି ଯେ ରାମ ମନ୍ଦିରର ନିର୍ମାଣ ଆସନ୍ତା ବର୍ଷ ୨୦୨୪ ଜାନୁୟାରୀ ୧ ସୁଦ୍ଧା ପ୍ରସ୍ତୁତ ହେବ ବୋଲି ଶାହା କହିଛନ୍ତି। ଏହା ଖୁବ୍‌ ଭଲ କଥା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ କେବଳ ରାମ ମନ୍ଦିର ପାଇଁ ନୁହେଁ, ବରଂ ସରକାରୀ ଚାକିରି ପଦବୀ ପୂରଣ ପାଇଁ ଅର୍ଥନୀତିକୁ ଫେରାଇ ଆଣିବା ପାଇଁ ମଧ୍ୟ ଧାର୍ଯ୍ୟ ସମୟସୀମା ସ୍ଥିର କରିବାକୁ ଅନୁରୋଧ କରାଯାଉଛି। ପରିଶେଷରେ ରାମ ରାଜ୍ୟ ଅର୍ଥ ହେଉଛି ସମସ୍ତଙ୍କ ପାଇଁ ଶାନ୍ତି ଏବଂ ସମୃଦ୍ଧି। ଏହା କେନ୍ଦ୍ର ସରକାର ଆପେଣଇବା ଜରୁରୀ।

ଏହାପୂର୍ବରୁ ପାନିପତରେ ଭାରତ ଯୋଡୋ ଯାତ୍ରା ସମୟରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ କହିଥିଲେ ଯେ ଶାହା ପୁରୋହିତ ନୁହଁନ୍ତି ବରଂ ଜଣେ ରାଜନେତା। ତୁମର କର୍ତ୍ତବ୍ୟ ହେଉଛି ଦେଶର ସୁରକ୍ଷା, କୃଷକମାନଙ୍କୁ ଏମଏସପି ଦେବା। ସେ କହିଥିଲେ ଯେ ଭାଜପା ନେତୃତ୍ୱ ମିଛ କହୁଛି। ଦୁଇ କୋଟି ଚାକିରିର ପ୍ରତିଶ୍ରୁତି ଦେଇ ସେମାନେ କ୍ଷମତାକୁ ଆସିଥିଲେ, କିନ୍ତୁ କାହାକୁ ଚାକିରି ମିଳିଲା ନାହିଁ। ସେମାନେ ୧୫ ଲକ୍ଷ ଟଙ୍କା ଦେବାରେ ବିଫଳ ହୋଇଛନ୍ତି। ବାସ୍ତବରେ, ଗତ ସପ୍ତାହରେ ତ୍ରିପୁରାରେ ଏକ ସାଧାରଣ ସଭାରେ ଉଦବୋଧନ ଦେଇ କେନ୍ଦ୍ର ମନ୍ତ୍ରୀ ଅମିତ ଶାହା ଘୋଷଣା କରିଥିଲେ ଯେ ଅଯୋଧ୍ୟାରେ ଥିବା ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ୧ ଜାନୁଆରୀ ୨୦୨୪ ସୁଦ୍ଧା ଶେଷ ହେବ।

Share