ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କ ଚଳନକୁ ବେଶ୍ ଗୁରୁତ୍ୱ ଦିଆଯାଏ । ବିଶେଷକରି ଦେବଗୁରୁ ବୃହସ୍ପତି ବା ଗୁରୁ ଗ୍ରହଙ୍କ ସ୍ଥିତିରେ ପରିବର୍ତ୍ତନ ଆସିଲେ ଏହାର ପ୍ରଭାବ ରାଶିଚକ୍ରର ୧୨ଟି ରାଶି ଉପରେ ପଡ଼ିଥାଏ ବୋଲି ଜ୍ୟୋତିଷରେ ବିଶ୍ୱାସ କରାଯାଏ । ଏହାର ପ୍ରଭାବ କ୍ୟାରିୟର, ଆର୍ଥିକ ସ୍ଥିତି ଏବଂ ବ୍ୟକ୍ତିଗତ ସମ୍ପର୍କରେ ମଧ୍ୟ ଦେଖାଯାଇପାରେ।
ବର୍ତ୍ତମାନ ଗୁରୁ ଗ୍ରହ ବୁଧଙ୍କ ଆଶ୍ଳେଷା ନକ୍ଷତ୍ରରେ ଅବସ୍ଥାନ କରୁଛନ୍ତି। ଗୁରୁ ଏହି ନକ୍ଷତ୍ରର ଚତୁର୍ଥ ପାଦରେ ପ୍ରବେଶ କରିଥିବା ବେଳେ ୩୧ ଅକ୍ଟୋବର ପର୍ଯ୍ୟନ୍ତ ଏଠାରେ ରହିବେ । ଜ୍ୟୋତିଷଙ୍କ ମତ ଅନୁସାରେ, ଗୁରୁ ଓ ବୁଧଙ୍କ ଏହି ପ୍ରଭାବ ଯୋଗୁଁ କିଛି ରାଶିଙ୍କ ପାଇଁ ଆସନ୍ତା ଦିନଗୁଡ଼ିକ ଅନୁକୂଳ ରହିପାରେ।
ମେଷ- ମେଷ ରାଶିର ଲୋକଙ୍କ ପାଇଁ ଗୁରୁଙ୍କ ଏହି ନକ୍ଷତ୍ର ଗୋଚର ଶୁଭ ଫଳ ଆଣିପାରେ । ଦୀର୍ଘଦିନ ଧରି କାମରେ ଯଦି କୌଣସି ବାଧା ରହିଥାଏ, ତେବେ ତାହା ଧୀରେ ଧୀରେ ଦୂର ହୋଇପାରେ। ଚାକିରି କରୁଥିବା ଲୋକଙ୍କ ପାଇଁ କାର୍ଯ୍ୟକ୍ଷେତ୍ରର ପରିବେଶ ଅନୁକୂଳ ରହିବା ସହ ପୁରୁଣା ସମସ୍ୟା କମିପାରେ ।
କନ୍ୟା- ଏହି ରାଶି ପାଇଁ ଏହି ସମୟ ଉପଲବ୍ଧି ଭରା ହୋଇପାରେ । କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ କାମକୁ ପ୍ରଶଂସା ମିଳିପାରେ । ଏହା ଆପଣଙ୍କ ଆତ୍ମବିଶ୍ୱାସ ବଢ଼ାଇବ । ନୂଆ ପ୍ରୋଜେକ୍ଟ କିମ୍ବା ବଡ଼ ଦାୟିତ୍ୱ ମିଳିବାର ସମ୍ଭାବନା ରହିଛି । ଫଳରେ କ୍ୟାରିୟରରେ ଆଗକୁ ବଢ଼ିବାର ସୁଯୋଗ ମିଳିପାରେ।
ତୁଳା- ତୁଳା ରାଶିର ଲୋକଙ୍କ ପାଇଁ ଗୁରୁ-ବୁଧଙ୍କ ପ୍ରଭାବ କ୍ୟାରିୟରରେ ନୂଆ ସୁଯୋଗ ଆଣିପାରେ। ବ୍ୟବସାୟ ସହ ଜଡ଼ିତ ଲୋକମାନେ ପୂର୍ବରୁ କରିଥିବା କୌଣସି ପ୍ରୟାସରୁ ଭଲ ଫଳ ପାଇପାରନ୍ତି। ଆର୍ଥିକ କ୍ଷେତ୍ରରେ ମଧ୍ୟ ସ୍ଥିତି ସୁଧୁରିପାରେ। ଠିକ୍ ଭାବରେ ଟଙ୍କା ପରିଚାଳନା କଲେ ଧନଲାଭର ସୁଯୋଗ ସୃଷ୍ଟି ହୋଇପାରେ।
ବିଛା- ଏହି ରାଶି ପାଇଁ ଅକ୍ଟୋବରର ଅବଶିଷ୍ଟ ସମୟ ବେଶ୍ ଗୁରୁତ୍ୱପୂର୍ଣ୍ଣ ରହିପାରେ । ପେସାଦାର ଜୀବନରେ ଚାଲିଥିବା ବାଧା ଏବଂ ମାନସିକ ଚାପ ଧୀରେ ଧୀରେ କମିପାରେ। କ୍ୟାରିୟର କିମ୍ବା ପାରିବାରିକ ଜୀବନ ସହ ଜଡ଼ିତ ଦୀର୍ଘଦିନର ଅଟକି ରହିଥିବା କାମ ସମ୍ପୂର୍ଣ୍ଣ ହୋଇପାରେ।
ମୀନ- ଏହି ରାଶିର ଲୋକଙ୍କ ପାଇଁ ଗୁରୁଙ୍କ ଏହି ଗୋଚର କ୍ୟାରିୟରରେ ଉନ୍ନତିର ନୂଆ ରାସ୍ତା ଖୋଲିପାରେ। ପେସାଦାର ଜୀବନରେ ଗତି ବଢ଼ିବା ସହ ବ୍ୟକ୍ତିଗତ ସମ୍ପର୍କ ମଧ୍ୟ ମଜବୁତ ହୋଇପାରେ । ପରିବାର ସହ ଭଲ ସମୟ ବିତାଇବାର ସୁଯୋଗ ମିଳିବ । ଚାକିରି ଓ ବ୍ୟକ୍ତିଗତ ଜୀବନ ମଧ୍ୟରେ ସନ୍ତୁଳନ ରଖିବାରେ ସଫଳ ହୋଇପାରନ୍ତି ।