୫ ବର୍ଷ ପରେ ବି ଷ୍ଟାଣ୍ଡକୁ ଗଲାନି ବସ୍‌

ବ୍ରହ୍ମପୁର ଅଫିସ,୮ା୧୧-ଗୋପାଳପୁର ଏନ୍‌ଏସିର ଉନ୍ନତୀ ପାଇଁ ଯୋଜନା ପରେ ଯୋଜନା ହେଉଛି। ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ରାଜ୍ୟ ସରକାର। ଆଲୋକ ସଜା, ଶିଶୁଉଦ୍ୟାନ, ରାସ୍ତାଘାଟ ନିର୍ମାଣରେ ବହୁ ଟଙ୍କା ବ୍ୟୟ ହେଉଛି। ଗୋପାଳପୁର ବେଳାଭୂମିକୁ ବହୁ ପର୍ଯ୍ୟଟକଙ୍କର ଆଗମନ ହେଉଥିବାରୁ ସେମାନଙ୍କ ସୁବିଧା ଲାଗି ସମସ୍ତ ବ୍ୟବସ୍ତା କରାଯାଉଛି। ହେଲେ ବସ୍‌ଷ୍ଟାଣ୍ଡକୁ ନେଇ ଉଠିଛି ପ୍ରଶ୍ନ। ଗୋପାଳପୁରେ ବସ୍‌ ରହଣି ପାଇଁ ୨୦୧୫ ମସିହାରେ ପ୍ରାୟ ୫କୋଟି ଟଙ୍କାରେ ୭ ଏକର ପରିମିତ ଅଞ୍ଚଳରେ ବସ୍‌ଷ୍ଟାଣ୍ଡ ନିର୍ମାଣ କରାଗଲା। ବସ୍‌ ରହିବାଠାରୁ ଆରମ୍ଭ କରି ବିଶ୍ରାମଗୃହ, ଶୌଚାଳୟ, ଟିକେଟ କାଉଣ୍ଟର ଆଦି କରାଗଲା। ହେଲେ ଏ ଯାଏ ବି ସେଠାକୁ ବସ୍‌ ଗଡିଲାନି। ଏନ୍‌ଏସି ମୁଖ୍ୟ ରାସ୍ତାରେ ବସ୍‌ ରହୁଥିବାରୁ ଟ୍ରାଫିକ ସମସ୍ୟା ଦେଖାଦେଉଛି। ଏହାକୁ ନେଇ ଅଞ୍ଚଳବାସୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏ ନେଇ ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପଚାରିବାରେ ସେ କହିଛନ୍ତି, ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ପକ୍ଷରୁ ବସଷ୍ଟାଣ୍ଡ ହେଲା। ବିଡିଏ କିଛି ବର୍ଷ ଏହାର ରକ୍ଷାଣାବେକ୍ଷଣା କରିବା ପରେ ଖର୍ଚ୍ଚ ଅଧିକ ବଢିଯିବାରୁ ବର୍ଷେ ହେବ ଏନ୍‌ଏସିକୁ ଏହା ହସ୍ତାନ୍ତର ହୋଇଛି। ଅନ୍ୟପକ୍ଷରେ ବସଷ୍ଟାଣ୍ଡକୁ ବସ୍‌ ଆସିବ କି ନାହିଁ ସେ ଉତ୍ତର ବିଡିଏ ପାଖରେ ନାହିଁ। ଆଞ୍ଚଳିକ ପରିବହନ ଅଧିକାରୀକହିଛନ୍ତି, ବର୍ତ୍ତମାନ ୮ରୁ ୧୦ଟି ବସ୍‌ ଚଳାଚଳ କରୁଛି। କରୋନା ପାଇଁ ଖୁବ୍‌ କମ୍‌ ସଂଖ୍ୟକ ଲୋକ ଯିବାଆସିବା କରୁଛନ୍ତି। ଆଗକୁ ବିଭାଗ ତରଫରୁ ଯାହା କରାଯାଇପାରିବ ତାହା କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ମଦ ବନ୍ଦ ଦାବିରେ ଅବକାରୀ ଥାନା ଘେରିଲେ ମହିଳା

ପାଟଣା,୨ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣାବ୍ଲକ ବଡ଼ ପାଟଣା ପଞ୍ଚାୟତ ଓ ଟାଙ୍ଗରପଡ଼ା ପଞ୍ଚାୟତ ବିଭିନ୍ନ ଗ୍ରାମର ଶତାଧିକ ମହିଳା କେନ୍ଦୁଝର ଏମ୍‌ପି ଅନନ୍ତ ନାୟକଙ୍କ ଅବକାରୀ…

ଏପ୍ରିଲ ୨୦ରେ ଐତିହାସିକ ଚନ୍ଦନ ଯାତ୍ରା, ଠାକୁରଙ୍କ ନୌବିହାର ପାଇଁ ଆସିଲା ଡ଼ଙ୍ଗା

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ କରଣ ସାହି ସ୍ଥିତ ଶ୍ରୀଶ୍ରୀ ମଦନ ମୋହନ ଗୋପାଳ ସ୍ୱାମୀଙ୍କ ପୀଠରେ ଚଳିତ ମାସ ରୁ ଆରମ୍ଭ ହେବ…

ମୁହାଁମୁହିଁ ଧକ୍କା ହୋଇ ଓଲଟିପଡିଲା ଅଟୋ, ଦୁଇ ଯାତ୍ରୀ….

ନନ୍ଦପୁର,୨।୪(ତୁଷାର କାନ୍ତ ମହାନ୍ତି): ନନ୍ଦପୁର ହାଣ୍ଡିପୁଟ ସଂଯୋଗୀ ଏମଡିଆର ୫୫ ରାସ୍ତାର ହିକିମପୁଟ-ମାରଡା ଛକ ମଧ୍ୟରେ ଗୁରୁବାର ସକାଳେ ଏପି୩୯ ଟିଏମ ୦୦୬୫ ଓ ଓଡ଼ି ୧୦…

ନଦୀକୁ ଡେଇଁ କରୁଥିଲେ ରିଲସ, ପାଣିରେ ବୁଡ଼ି ଯୁବକ….

ଭଦ୍ରକ,୨।୪(ସନାତନ ରାଉତ): ରିଲସ କରିବା ହେଲା କାଳ । ଗୁରୁବାର ଭଦ୍ରକ ପୁରୁଣା ବଜାର ଥାନା ସଂଥିଆ ପୋଲ ଉପରୁ ସାଳନ୍ଦୀ ନଦୀକୁ ଡେଇଁ ୨ ଯୁବକ…

ଫିଲ୍ମ ଷ୍ଟାଇଲ୍‌ରେ ଗୋରୁ ଗାଡ଼ିକୁ ୧୨ କିଲୋମିଟର ଗୋଡ଼ାଇ ଗୋଡ଼ାଇ ଶେଷରେ ପୋଲିସ…

ପରଜଙ୍ଗ,୨ା୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ପୋଲିସ ଫିଲ୍ମ ଷ୍ଟାଇଲରେ ପ୍ରାୟ ୧୨ କିଲୋମିଟର ରାସ୍ତା ଗୋଡ଼ାଇ ଗୋଡ଼ାଇ ଗୋରୁ ଗାଡ଼ି ଧରିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri