ଭଉଁରି ଯାତ୍ରାରେ ନିୟୋଜିତ ହେବେ ୫ ପ୍ଲାଟୁନ ଫୋର୍ସ

ପୁରୀ ଅଫିସ, ୩।୬: ଅକ୍ଷୟତୃତୀୟାଠାରୁ ମହାପ୍ରଭୁଙ୍କ ଆରମ୍ଭ ହୋଇଥିବା ବାହାର ଚନ୍ଦନ ଯାତ୍ରାର ବିଂଶତମ ଦିବସକୁ ଭଉଁରି ଯାତ୍ରା କୁହାଯାଏ। ଶ୍ରୀମନ୍ଦିର ସ୍ବତ୍ୱଲିପି ଏବଂ ରଥସଂହିତା ଅନୁଯାୟୀ ଏହିଦିନ ଚକଡେରା ନୀତି ସମ୍ପନ୍ନ ହୋଇଥାଏ। ଏଣୁ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏ ନେଇ ବୁଧବାର ଏସ୍‌ପି କେ. ବିଶାଳ ସିଂଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏସ୍‌ପି ସିଂ କହିଥିଲେ, ଚଳିତବର୍ଷ କରୋନାଜନିତ କଟକଣା କାରଣରୁ ବିନାଭକ୍ତରେ ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା ଅନୁଷ୍ଠିତ ହେଉଛି। ଏହା କେବଳ ପୁରୀବାସୀ ଓ ଅଗଣିତ ଭକ୍ତଙ୍କ ସହଯୋଗ ଯୋଗୁ ହୋଇପାରିଛି। ସେହପରି ଭଉଁରି ଯାତ୍ରାରେ ମଧ୍ୟ ଲୋକଙ୍କ ସହଯୋଗ ରହିଲେ ନିଶ୍ଚିତ ଭାବେ ସୁରୁଖୁରୁରେ ନୀତିକାର୍ଯ୍ୟ ସମ୍ପନ୍ନ ହେବ ବୋଲି ଏସ୍‌ପି କହିଛନ୍ତି। ଚନନ୍ଦ ଯାତ୍ରା ଆରମ୍ଭରୁ ୪ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହୁଛନ୍ତି। ତେବେ ଭଉଁରି ଯାତ୍ରାକୁ ଦୃଷ୍ଟିରେ ରଖି ଶାନ୍ତିଶୃଙ୍ଖଳା ପାଇଁ ଆଉ ଏକ ଅଧିକ ଅର୍ଥାତ ୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିବେ। ସେହିପରି ଏକ ପ୍ଲାଟୁନ ପୋଲିସ ଫୋର୍ସ ରିଜର୍ଭରେ ରହିବେ। ଅପରପକ୍ଷେ ରଥଖଳାରେ ରଥକାମ ସୁରୁଖୁରୁରେ ହେବା ପାଇଁ ବ୍ୟାରିକେଡ କରାଯାଇ ପରିସୀମା ବଢ଼ାଯିବ। ତେବେ ଯେପରି ଟ୍ରାଫିକ ସମସ୍ୟା ନ ହୁଏ, ଜରୁରିକାଳୀନ ଯାନଗୁଡ଼ିକର ଯାତାୟାତରେ ଯେପରି ଅସୁବିଧା ନ ହେବ ଏବଂ ବଡ଼ଦାଣ୍ଡର ଟ୍ରାଫିକ ବ୍ୟବସ୍ଥା ସୁଗମ ହୋଇପାରିବ ସେନେଇ ଏସ୍‌ପି ସମୀକ୍ଷା କରିଥିଲେ। ଅନ୍ୟପଟେ ଆଗାମୀ ୨୪ତାରିଖରେ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହେବ। ତେଣୁ କିଭଳି ସୁରକ୍ଷା ବ୍ୟବସ୍ଥା ରହିବ ଏବଂ କେଉଁ ଅଫିସର କେଉଁ ସ୍ଥାନରେ ନିୟୋଜିତ ରହିବେ ସେନେଇ ବୈଠକରେ ଏସ୍‌ପି ସିଂ ଆଲୋଚନା କରିଥିଲେ। ତେଣେ ପୂର୍ବବର୍ଷ ଭଳି ଏଥର ସେହି ସମାନ ପୋଲିସ ବ୍ୟବସ୍ଥା ରହିବ ବୋଲି ଏସ୍‌ପି ସୂଚନା ଦେଇଛନ୍ତି। ତେବେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦେବସ୍ନାନ ପୂର୍ଣ୍ଣିମାକୁ ନେଇ ଏସ୍‌ଓପି ଆସିବା ପରେ ପୋଲିସ ତା’ର ଦାୟିତ୍ୱ ନିର୍ବାହ କରିବ ବୋଲି ଏସ୍‌ପି ସିଂ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri