Categories: ଜାତୀୟ

ଦେବଦୂତ ପାଲଟିଲେ ସେନା, ପାଣି କାଦୁଅରୁ ୫ ଜଣ ଜୀବନ୍ତ ଉଦ୍ଧାର

ଜମ୍ମୁ/ଶ୍ରୀନଗର,୧୦ ।୭: ଅମରନାଥ ଗୁମ୍ଫା ନିକଟରେ ବାଦଲ ଫଟା ବର୍ଷା ହେବା ଫଳରେ ପାହାଡରୁ ଅତଡା ଖସି ତୀର୍ଥ ଯାତ୍ରୀଙ୍କ ତମ୍ବୁକୁ ଭସାଇ ନେଇଥିଲା । ଫଳରେ ମାଟି କାଦୁଅରେ ଅନେକ ଲୋକ ପୋତିହୋଇ ପଡିଥିଲେ । ତୁରନ୍ତ ଉଦ୍ଧାରକାରୀ ଦଳ ସେଠାରେ ପହଞ୍ଚି ଉଦ୍ଧାର ଆରମ୍ଭ କରିଥିବା ବେଳେ ୧୬ ଜଣଙ୍କ ମୃତଦେହ ଉଦ୍ଧାର କରାଯିବା ସହ ୪୦ରୁ ଊର୍ଦ୍ଧ୍ୱ ଆହତଙ୍କୁ ମଧ୍ୟ ଉଦ୍ଧାର କରାଯାଇଥିଲା । ମିଳିଥିବା ସୂଚନା ଅନୁଯାୟୀ, ଶ୍ରଦ୍ଧାଳୁଙ୍କ ପାଇଁ ଦେବଦୂତ ପାଲଟିଥିଲେ ଭାରତୀୟ ସେନା ଯବାନ । ଥ୍ରୁ ୱାଲ ରାଡାର ସହାୟତରେ ଯବାନମାନେ ୫ ଜଣ ବ୍ୟକ୍ତିଙ୍କୁ କାଦୁଅ ପାଣି ମଧ୍ୟରୁ ଜୀବନ୍ତ ଭାବେ ଉଦ୍ଧାର କରିଥିବା ଜଣାପଡିଛି । ଏହି ରାଡର କମ୍ପନ ମାଧ୍ୟମରେ ମାଟି ତଳର ସ୍ଥିତି ସମ୍ପର୍କରେ ସୂଚନା ଦେଇଥାଏ । ଏବେବି ୪୦ରୁ ଊର୍ଦ୍ଧ୍ୱ ଯାତ୍ରୀ ନିଖୋଜ ଥିବା ସୂଚନା ରହିଛି । ଉଦ୍ଧାର କାର୍ଯ୍ୟରେ ଭାରତୀୟ ବାୟୁସନା ବି ସାମିଲ ହୋଇଛି ।
ଶୁକ୍ରବାର ସନ୍ଧ୍ୟାରୁ ଆରମ୍ଭ ହୋଇଥିବା ଉଦ୍ଧାର କାର୍ଯ୍ୟ ମାଧ୍ୟମରେ ଶନିବାର ସକାଳ ସୁଦ୍ଧା ପ୍ରାୟ ୧୫ ହଜାର ଯାତ୍ରୀଙ୍କୁ ପବିତ୍ର ଗୁମ୍ଫାର ନିକଟବର୍ତ୍ତି ଓ ଯାତ୍ରାମାର୍ଗରେ ଥିବା ସୁରକ୍ଷିତ ସ୍ଥାନକୁ ପଠାଇ ଦିଆଯାଇଛି । ଶନିବାର ୬୩ ଆହତଙ୍କ ସମେତ ୧୦୯ ଜଣଙ୍କୁ ଏୟାରଲିପ୍ଟ କରାଯାଇଛି ।

Share