Categories: ଜାତୀୟ

ଚଳନ୍ତା ବସ୍‌ରେ ଲାଗିଲା ନିଆଁ, ୫ ଜୀବନ୍ତ ଦଗ୍ଧ

ଚିତ୍ରଦୁର୍ଗ,୧୨।୮: କର୍ନାଟକର ଚିତ୍ରାଦୁର୍ଗ ଜିଲାର ବିଜୟପୁରରୁ ବାଙ୍ଗାଲୋର ଯାଉଥିବା ଏକ ବସ୍‌ରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଅତି କମରେ ପାଞ୍ଚ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିବାବେଳେ ୨୭ ଜଣ ଆହତ ହୋଇଥିବା ସୂଚନା ମିଳିଛି। ବୁଧବାର ସକାଳେ ଏହି ଦୁର୍ଘଟଣା ଘଟିଛି। ୩୨ ଜଣ ଯାତ୍ରୀଙ୍କୁ ନେଇ ଏକ ଘରୋଇ ବସ୍‌ଟି ଯାଉଥିବାବେଳେ ଜିଲାର ହିରିୟୁର ଜାତୀୟ ରାଜପଥ ୪ରେ ବସ୍‌ରେ ହଠାତ୍‌ ନିଆଁ ଲାଗିଯାଇଥିଲା। ମୃତ୍ୟୁବରଣ କରିଥିବା ଲୋକଙ୍କ ମଧ୍ୟରେ ଦୁଇ ଶିଶୁ ଏବଂ ଜଣେ ମହିଳା ମଧ୍ୟ ଥିଲେ। ପ୍ରାଥମିକ ସୂଚନା ଅନୁଯାୟୀ, ଇଞ୍ଜିନରେ କିଛି ସମସ୍ୟା ପରେ ବସ ନିଆଁ ଲାଗିଥିବା କୁହାଯାଉଛି। ହରିୟୁର ଏସପି ରାଧିକା ଦୁର୍ଘଟଣାସ୍ଥଳ ପରିଦର୍ଶନ କରିଥିଲେ। ଏହା ସହ ଆହତମାନଙ୍କୁ ଜିଲା ସରକାରୀ ଡାକ୍ତରଖାନାକୁ ପଠାଯାଇଛି। ହିରିୟୁର ପୋଲିସ ଏନେଇ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଛି।

Share