ବ୍ରିଟେନରୁ ଫେରିଥିବା ୫ ଯାତ୍ରୀ କରୋନା ପଜିଟିଭ୍‌: ଦିଲ୍ଲୀରେ ଆତଙ୍କ

ନୂଆଦିଲ୍ଲୀ,୨୨।୧୨: ବ୍ରିଟେନରୁ ଭାରତ ଫେରିଥିବା ୫ ଯାତ୍ରୀଙ୍କ ନମୁନା ରିପୋର୍ଟ କରୋନା ପଜିଟିଭ୍‌ ଆସିଥିବା ଜଣାପଡ଼ିଛି। ବ୍ରିଟେନ୍‌ରୁ ନୂଆଦିଲ୍ଲୀର ବିମାନବନ୍ଦରରେ ଆସି ପହଞ୍ଚିଥିବା ୨୬୬ ଯାତ୍ରୀଙ୍କର ନମୁନା ଯାଞ୍ଚ୍‌ କରାଯାଇଥିଲା। ଅଧିକ ପରୀକ୍ଷା ପାଇଁ ସମ୍ପୃକ୍ତ ୫ ଜଣଙ୍କ ନମୁନାକୁ ନ୍ୟାଶନାଲ ସେଣ୍ଟର ଫର୍‌ ଡିଜିଜ୍‌ କଣ୍ଟ୍ରୋଲକୁ ପଠାଇ ଦିଆଯାଇଛି। ସେମାନଙ୍କଠାରେ ନୂଆ କରୋନା ଭୂତାଣୁ ରହିଛି କି ନାହିଁ ତାହାର ପରୀକ୍ଷା କରାଯିବ। ଏନେଇ ଖବର ପ୍ରଚାରିତ ହେବା ପରେ ଦିଲ୍ଲୀରେ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି।

Share