Categories: ଜାତୀୟ

ମୂର୍ତ୍ତି ବିସର୍ଜନ ସମୟରେ ଯମୁନାରେ ବୁଡି ୫ ମୃତ

ନୂଆଦିଲ୍ଲୀ,୨୯ ।୮: ଦକ୍ଷିଣ-ପୂର୍ବ ଦିଲ୍ଲୀରେ ରବିବାର ଏକ ଦୁର୍ଘଟଣା ଘଟିଛି । ଡିଏମଡି ପୋଲ ନିକଟରେ ଗ୍ରେଟର ନଏଡାରେ ମୁର୍ତ୍ତି ବିସର୍ଜନ କରିବାକୁ ଆସିଥିବା ୫ ଜଣ ଯୁବକ ଯମୁନାରେ ବୁଡି ଯାଇଥିଲେ । ଖବର ପାଇବା ପରେ ପୋଲିସ, ଦମକଳ ବିଭାଗ, ବୁଡାଳି ଓ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଟିମ ଘଟଣା ସ୍ଥଳରେ ପହଞ୍ଚିଥିଲେ । ତୁରନ୍ତ ବୁଡି ଯାଇଥିବା ସମସ୍ତ ୫ ଜଣ ଯୁବକଙ୍କୁ ଉଦ୍ଧାର କରାଯାଇଥିଲେ ବି ସେତେବେଳକୁ ସମସ୍ତଙ୍କର ମୃତ୍ୟୁ ହୋଇ ସାରିଥିଲା । ପୋଷ୍ଟ ମର୍ଟମ ପାଇଁ ୫ ଜଣଙ୍କ ମୃତ ଶରୀରକୁ ସଫଦରଗଞ୍ଜ ହସ୍ପିଟାଲ ପଠାଇ ଦିଆଯାଇଥିଲା ।

Share