Categories: ଜାତୀୟ

ଠକ୍‌ ଠକ୍‌ ଗ୍ୟାଙ୍ଗ୍‌ର ୫ ସଦସ୍ୟ ଗିରଫ: ଗାଡ଼ିରେ ଲାଲ୍‌ ରଙ୍ଗ ପକାଇ କରୁଥିଲେ ଲୁଟ୍‌

ମିରଟ, ୬।୯: ଗାଡ଼ିରେ ଲାଲ୍‌ ରଙ୍ଗ ପକାଇ ଲୁଟ୍‌ କରୁଥିବା ଠକ୍‌ ଠକ୍‌ ଗ୍ୟାଙ୍ଗ୍‌ର ୫ ସଦସ୍ୟଙ୍କୁ ଉତ୍ତରପ୍ରଦେଶର ମିରଟ ପୋଲିସ ଗିରଫ କରିଛି। ଏହି ଗ୍ୟାଙ୍ଗ୍‌ ଯୋଜନାବଦ୍ଧ ଭାବେ ଲୁଟ୍‌ କରୁଥିଲେ। ରାସ୍ତାରେ ଯିବା ଆସିବା କରୁଥିବା ଗାଡ଼ିର ପଛରେ ଲାଲ୍‌ ରଙ୍ଗ ପକାଇ ଦେଉଥିଲେ। ଏହାପରେ ଗାଡ଼ିର କାଚ ଠକ୍‌ ଠକ୍‌ କରୁଥିଲେ। କାଚ ଖୋଲିବା ପରେ ଚାଳକଙ୍କୁ କହୁଥିଲେ ଯେ, ଆପଣଙ୍କ ଗାଡ଼ିର ପଛରେ ରକ୍ତ ଲାଗିଛି। ଚାଳକ ଭୟଭୀତ ହୋଇ ଗାଡ଼ି ଅଟକାଇ ପଛକୁ ଆସିବା ବେଳେ ଦଳର ଅନ୍ୟ ସଦସ୍ୟ ଗାଡ଼ି ଭିତରୁ ମନିପର୍ସ, ମୋବାଇଲ ଏବଂ ଅନ୍ୟ ମୂଲ୍ୟବାନ ସାମଗ୍ରୀ ନେଇ ପଳାଉଥିଲେ। ଏନେଇ ବହୁ ଅଭିଯୋଗ ମିଳିବା ପରେ ପୋଲିସ ଜାଲ ବିଛାଇଥିଲା। ଗ୍ୟାଙ୍ଗର ସଦସ୍ୟମାନେ ପୋଲିସର ଚାଲାକି ବୁଝି ନପାରି ଶେଷରେ ଧରାପଡ଼ିଛନ୍ତି। ଦଳର ସଦସ୍ୟଙ୍କଠାରୁ ବହୁ ମୋବାଇଲ ଜବତ ହୋଇଛି। ପୋଲିସ ପକ୍ଷରୁ ଅଧିକ ପଚରାଉଚରା ଜାରି ରହିଛି।

Share