କାବୁଲ ବିମାନବନ୍ଦର ଗୁଳିବର୍ଷଣରେ ୫ ମୃତ: ସଙ୍କଟରେ ଫସିଲେ ଭାରତୀୟ

କାବୁଲ,୧୬।୮: ଆଫଗାନିସ୍ତାନରେ ଏବେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି। ତାଲିବାନ ଦେଶକୁ ଦଖଲ କରି ନେବାପରେ ଦେଶରେ ପରିସ୍ଥିତି ଭୟଙ୍କର ରହିଛି। ଲୋକମାନେ ଭୟରେ ଦେଶ ଛାଡି ପଳାଉଛନ୍ତି। ଫଳରେ କାବୁଲ ବିମାନବନ୍ଦରରେ ବହୁ ସଂଖ୍ୟାରେ ଜନସମାଗମ ହୋଇଛି। ଏହି କାରଣରୁ ସେଠାରେ ଦଳଚକଟା ପରିସ୍ଥିତି ସୃଷ୍ଟି ହୋଇଛି। ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ଆମେରିକା ସୈନ୍ୟ ଆକାଶମାର୍ଗରୁ ଗୁଳିବର୍ଷଣ କରୁଛନ୍ତି। ଆଫଗାନିସ୍ତାନରୁ ଆମେରିକା ନିଜ ଦେଶର ନାଗରିକ ତଥା ସହଯୋଗୀଙ୍କୁ ନିରାପଦ ସ୍ଥାନକୁ ନେବା ପାଇଁ କାବୁଲ ବିମାନବନ୍ଦରରେ ୬,୦୦୦ ସୈନ୍ୟ ନିଯୁକ୍ତ କରିଛି। କାବୁଲ ବିମାନ ବନ୍ଦରରେ ଗୁଳି ବିନିମୟରେ ୫ ଜଣଙ୍କର ମୃତ୍ୟୁ ହୋଇଛି। ଏହି ସମୟରେ ଭାରତରୁ ସମସ୍ତ ବିମାନ ବନ୍ଦ ହେବା ପରେ ଭାରତୀୟ ନାଗରିକମାନେ ମଧ୍ୟ ଅସହାୟ ହୋଇପଡିଛନ୍ତି।

Share