Categories: ରାଜ୍ୟ

ଦାଦାବଟି ମାଗି ୫ ସାମ୍ବାଦିକ ଗିରଫ

ଭୁବନେଶ୍ୱର,୨୬।୧୦(ବ୍ୟୁରୋ)-ଦାଦାବଟି ମାଗିବା ଅଭିଯୋଗରେ କମିଶନରେଟ ପୋଲିସ ପାଞ୍ଚ ଜଣ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ସମୁଦାୟ ୬ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ନଗଦ ଟଙ୍କା, ବାଇକ, କାର୍‌ ଓ ମୋବାଇଲ ଜବତ ହୋଇଛି। ପୋଲିସ କହିଛି, ଖଣ୍ଡଗିରି ଥାନା ଅଞ୍ଚଳରେ ଥିବା ଏକ ଘିଅ କମ୍ପାନୀକୁ ଧମକ ଚମକ ଦେଇ ୩ ଲକ୍ଷ ଟଙ୍କାର ବଟି ମାଗିଥିଲେ ଏହି ୱେବ ଚ୍ୟାନେଲ ସାମ୍ବାଦିକମାନେ। ଏ ନେଇ ଘିଅ କମ୍ପାନୀ କର୍ତ୍ତୃପକ୍ଷ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ କେସ ନଂ. ୧୪୦/୨୦ରେ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା।