ପୁରୀ,୨୫।୧୧(ଅଜିତ କୁମାର ମହାନ୍ତି): ପୁରୀ ସଦରଥାନା ବାଲିପୁଟ ପଞ୍ଚାୟତ ମାର୍କଣ୍ଡପୁରରେ ବୋମାମାଡ ହୋଇଛି । ଜମିବାଡ଼ି ବିବାଦକୁ କେନ୍ଦ୍ରକରି ବୋମାମାଡ ହୋଇଥିବା ବେଳେ ଏଥିରେ ୫ଜଣ ଆହତ ହୋଇଥିବା ସୂଚନା ରହିଛି । ଚିକିତ୍ସା ପାଇଁ ସେମାନଙ୍କୁ ପୁରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆହତଙ୍କ ମଧ୍ୟରେ ରହିଛନ୍ତି ପୁରୁଷ ଓ ମହିଳା।
ଦୁଇଟି ବୋମାମାଡ ହୋଇଥିବା ଜଣାପଡିଛି । ସଦର ଥାନା ପୋଲିସର ତଦନ୍ତ ଜାରି ରହିଥିବା ବେଳେ ଗୁରୁତର ଆହତ ହୋଇଥିବାବ୍ୟକ୍ତି ହେଲେ ଅକ୍ଷୟ କୁମାର ପ୍ରଧାନ, କବିତା ସ୍ୱାଇଁ, ଚନ୍ଦନ କୁଣ୍ଡଳ । ଅନ୍ୟ ଦୁଇଜଣଙ୍କ ପରିଚୟ ମିଳିପାରିନାହିଁ । ଜମିବାଡ଼ି ବିବାଦକୁ ନେଇ ବୋମାମାଡ ହୋଇଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ ଏନେଇ ପୋଲିସର ପ୍ରତିକ୍ରିୟା ମିଳିପାରି ନାହିଁ । ଅଭିଯୋଗ ଅନୁଯାୟୀ, କୋଠ ଜମିରେ ଜଣେ ବ୍ୟକ୍ତି ଘର କରୁଥିବାକୁ ନେଇ ବିବାଦ ଉପୁଜିଥିଲା। ପରେ ବଚସା ଓ ବଚସାରୁ ବୋମାମାଡ ପର୍ଯ୍ୟନ୍ତ କଥା ଯାଇଥିଲା ବୋଲି ସୂଚନା ରହିଛି ।