Categories: ଖେଳ

ଏହି ସର୍ତ୍ତରେ ଅଭ୍ୟାସ କରିବେ ୫ ଭାରତୀୟ ଖେଳାଳି

ସିଡନୀ,୪।୧: ଭାରତୀୟ ଦଳର ୫ ଖେଳାଳି ନୂଆବର୍ଷରେ ବାହାର ରେଷ୍ଟୁରାଣ୍ଟରେ ଖାଇବାକୁ ନେଇ ବିବାଦ ଦେଖାଦେଇଛି। ରୋହିତ ଶର୍ମାଙ୍କ ସମେତ ୫ ଜଣ ଭାରତୀୟ ଖେଳାଳି ମେଲବୋର୍ନରୁ ସିଡନୀକୁ ସମଗ୍ର ଦଳ ଯାଇଛନ୍ତି କିନ୍ତୁ ସେମାନଙ୍କୁ ଦଳ ସହିତ ସ୍ବତନ୍ତ୍ର ଭାବେ ଅଭ୍ୟାସ କରିବା ସହ କଠୋର ନିୟମ ପାଳନ କରିବାକୁ ପଡିବ। କରୋନା ପ୍ରୋଟୋକଲର ଉଲ୍ଲଂଘନ ଅଭିଯୋଗରେ ଭାରତୀୟ ଉପ-ଅଧିନାୟକ ରୋହିତ ଶର୍ମା, ରିଷଭ ପନ୍ତ, ଶୁଭମାନ ଗିଲ, ପୃଥ୍ବୀ ଶ’ ଏବଂ ନବଦୀପ ସଇନିଙ୍କ ବିରୋଧରେ ତଦନ୍ତ ଚାଲିଛି। ଏହି ପାଞ୍ଚ ଖେଳାଳିଙ୍କୁ ଅଭ୍ୟାସ ଅଧିବେଶନରେ ମୌଳିକ ସାମାଜିକ ଦୂରତା ବଜାୟ ରଖିବାକୁ କ୍ରିକେଟ ଅଷ୍ଟ୍ରେଲିଆ ପକ୍ଷରୁ କୁହାଯାଇଛି। ଆଇସୋଲେଶନରେ ରହି ସେ ଦଳ ସହ ଯେମିତି ନେଟ୍ସରେ ଅଭ୍ୟାସ କରିପାରିବେ ସେଥିପ୍ରତି ସେମାନେ ଧ୍ୟାନ ଦେବେ। ସତର୍କତା ସ୍ବରୂପ ଏହି ୫ ଖେଳାଳିଙ୍କୁ ସମଗ୍ର ଦଳକୁ ଭେଟିବାକୁ ବାରଣ କରାଯାଇଥିଲା। ଯାଞ୍ଚ ପାଇଁ କୌଣସି ସମୟ ସୀମା ଧାର୍ଯ୍ୟ କରାଯାଇ ନାହିଁ। ଯେତେବେଳେ ସେ ଅଭ୍ୟାସ ପାଇଁ ଯିବେ ସେଠାରେ ସେମାନେ ସାମାଜିକ ଦୂରତା ବଜାୟ ରଖିବେ। ଜଣେ ବୋଲର ୧୮ ୟାର୍ଡରୁ ଜଣେ ବ୍ୟାଟ୍ସମ୍ୟାନଙ୍କୁ ବୋଲିଂ କରିପାରିବେ। ଫିଲ୍ଡିଂ ସମୟରେ ମଧ୍ୟ ସେ ଦୂରତା ଅବଲମ୍ବନ କରିବେ।

Share