ମନ୍ତ୍ରୀଙ୍କ ରୋଷେୟା ମୃତ୍ୟୁର ୫ଦିନ ପରେ ଥାନାରେ ଅଭିଯୋଗ

ଝାରସୁଗୁଡ଼ା ଅଫିସ,୨୨ା୪: ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ରୋଷେୟା ଲଳିତ କୁମାର ସାହୁ(୨୨)ଙ୍କ ମୃତ୍ୟୁର ୫ଦିନ ପରେ ବାପା ବେଲାର୍ସନ ସାହୁ ଓ ବଡଭାଇ ବିରଞ୍ଚତ୍ ସାହୁ ଝାରସୁଗୁଡା ଟାଉନ ଥାନାରେ ପହଞ୍ଚତ୍ ଲିଖିତ ଅଭିଯୋଗ କରିଛନ୍ତି।

ବେଲାର୍ସନ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି, ଲଳିତ କର୍ମସଂସ୍ଥାନ ନ ପାଇ ବେକାର ହୋଇ ଘରେ ରହିଥିଲେ। ଚାକିରି ଅନ୍ବେଷଣରେ ଆସି ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଘରେ ରୋଷେୟା ଭାବେ କାମ କରୁଥିଲେ। ସେ କୌଣସି କାରଣରୁ ମାନସିକ ଚାପରେ ରହୁଥିବା ବେଳେ ଗତ ରବିବାର ରାତିରେ ଆତ୍ମହତ୍ୟା କରିଥିଲେ। ଖବରପାଇ ବଡପୁଅ ବିରଞ୍ଚତ୍ ଝାରସୁଗୁଡାରେ ପହଞ୍ଚତ୍ ଭାଇଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ପୋଲିସ ଓ ଜିଲା ପ୍ରଶାସନକୁ ଅନୁରୋଧ କରିଥିଲେ। ନିୟମ ଅନୁଯାୟୀ ମୃତଦେହ ବ୍ୟବଚ୍ଛେଦ ହେବା ପରେ ସତ୍କାର ପାଇଁ ନିଜ ଗ୍ରାମ ଢେଙ୍କାନାଳ ଜିଲା ନୂଆପଡା ନିଆଯାଇଥିଲା। ସେଠାରେ ଆତ୍ମୀୟଙ୍କ ଗହଣରେ ମୃତଦେହ ସତ୍କାର କରାଯାଇଥିଲା। ଭାଜପା ନେତୃବୃନ୍ଦ ରାଜନୈତିକ ଫାଇଦା ଉଠାଇବା ପାଇଁ ଏହାକୁ ହତ୍ୟାକାଣ୍ଡର ରୂପ ଦେଉଛନ୍ତି। ଏଥିରେ ଆମେ ପରିବାର ଲୋକେ ମାନସିକ ଚାପର ଶିକାର ହେଉଛୁ। ଭାଜପା ନେତାମାନେ ଅଯଥାରେ ସ୍ବାସ୍ଥ୍ୟମନ୍ତ୍ରୀ ଦାସଙ୍କ ବିରୋଧରେ ଆରୋପ ଆଣି ବଦନାମ କରୁଛନ୍ତି। ଭାଜପା ନେତୃବୃନ୍ଦ ଯଦି ଏଭଳି ଚାପ ସୃଷ୍ଟି କରିବେ ଆଗାମୀ ଦିନରେ ପରିବାରର କେହି ପୁଣି ଆମତ୍ହତ୍ୟା କଲେ ସେମାନେ ଦାୟୀ ରହିବେ ବୋଲି ଉଲ୍ଲେଖ କରିଛନ୍ତି। ଏ ନେଇ ପୋଲିସ ଝାରସୁଗୁଡ଼ା ଟାଉନ ଥାନାରେ ଏକ ଷ୍ଟେଶନ ଡାଏରି କରିଥିବା ଜଣାପଡ଼ିଛି।