Categories: ଜାତୀୟ

ସୁଲଭ ଶୌଚାଳୟରେ ଶ୍ରମିକଙ୍କ ଆଇସୋଲେଶନ

ଚାମ୍ବା (ହିମାଚଳପ୍ରଦେଶ),୩୦।୪ : ଦେଶରେ ହୁ ହୁ ହୋଇ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ହିମାଚଳ ପ୍ରଦେଶରୁ ସାମ୍ନାକୁ ଆସିଛି ହୃଦୟ ବିଦାରକ ଚିତ୍ର। ସୁଲଭ ଶୌଚାଳୟରେ କୋଭିଡ୍‌-୧୯ ଆକ୍ରାନ୍ତ ୫ ଜଣ ଶ୍ରମିକଙ୍କୁ ଆଇସୋଲେଶନରେ ରଖାଯାଇଛି। ହିମାଚଳ ପ୍ରଦେଶର ପାଙ୍ଗି ଆଦିବାସୀ ଅଞ୍ଚଳ ଚାମ୍ବାରେ ଏଭଳି ଘଟଣା ଘଟିଛି।

ଆମ ଆଦମୀ ପାର୍ଟି (ଏଏପି) ଚାମ୍ବା ପ୍ରବକ୍ତା ମହମ୍ମଦ ସଲିମ କହିଛନ୍ତି, ବସ୍‌ ଷ୍ଟାଣ୍ଡ ନିର୍ମାଣ ପାଇଁ କଣ୍ଟ୍ରାକ୍ଟରଙ୍କ ନିକଟରେ ୨୦ ଶ୍ରମିକ ଥିଲେ। ସେମାନଙ୍କ ମଧ୍ୟରୁ ୫ ଜଣ କୋଭିଡ୍‌ ରିପୋର୍ଟ ପଜିଟିଭ ଆସିଥିଲା। ତେବେ କଣ୍ଟ୍ରାକ୍ଟର ସେମାନଙ୍କୁ କ୍ୱାରେଣ୍ଟିନ ସେଣ୍ଟରରେ ଭର୍ତ୍ତି କରିବା ବଦଳରେ ଶୌଚାଳୟରେ ରଖିଥିଲେ, ଯାହାକୁ ଜନ ସାଧାରଣ ବ୍ୟବହାର କରୁଥିଲେ। ହିମାଚଳ ପ୍ରଦେଶ ସରକାରଙ୍କ ପାଇଁ ଏହା ବଡ଼ ଲଜ୍ଜାର କଥା। କିନ୍ତୁ ଘଟଣାକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଚାମ୍ବାର ମୁଖ୍ୟ ମେଡିକାଲ ଅଫିସର।

Share