Categories: ଜାତୀୟ

କଂଗ୍ରେସ ଅଧ୍ୟକ୍ଷ ପଦକୁ ନେଇ ରାହୁଲଙ୍କ ବଡ ବୟାନ

ନୂଆଦିଲ୍ଲୀ,୧୦ ।୯: କଂଗ୍ରେସର ଅଧ୍ୟକ୍ଷ ପଦ ନିର୍ବାଚନକୁ ନେଇ ଟଣାଭିଡା ଜାରି ରହିଛି । ଶୁକ୍ରବାର କଂଗ୍ରେସ ନେତା ରାହୁଲ ଗାନ୍ଧୀ ଯେତେବେଳେ ଅଧ୍ୟକ୍ଷ ପଦ ପାଇଁ ମନା କରି ଦେଇଥିଲେ ତା’ପରେ ଆରମ୍ଭ ହୋଇଯାଇଛି ପ୍ରଶ୍ନ । ଏହି ପଦକୁ ନେଇ ପୁଣି ବଢିଯାଇଛି ଅନିଶ୍ଚିତତା । କିଏହେବ କଂଗ୍ରେସ ଅଧ୍ୟକ୍ଷ ।
ଏହାରି ଭିତରେ କଂଗ୍ରେସର ୫ ଜଣ ଏମପି ପାର୍ଟିର ଅଧ୍ୟକ୍ଷ ପଦ ନିର୍ବାଚନକୁ ନେଇ ଏହାର ‘ପାରଦର୍ଶିତା ଓ ନିଷ୍ପକ୍ଷତା’କୁ ନେଇ ଚିନ୍ତା ପ୍ରକଟ କରି କଂଗ୍ରେସ କେନ୍ଦ୍ରୀୟ ନିର୍ବାଚନ ପ୍ରାଧିକରଣର ଅଧ୍ୟକ୍ଷ ମଧୁସୁଦନ ମିସ୍ତ୍ରୀଙ୍କୁ ପତ୍ର ଲେଖିଛନ୍ତି ।
ଚିଠି ଲେଖିଥିବା ଏମପିଙ୍କ ମଧ୍ୟରେ ରହିଛନ୍ତି ମନିଷ ତିୱାରୀ, ଶଶି ଥରୁର, କାର୍ତ୍ତି ଚିଦାମ୍ବରମ, ପ୍ରଦ୍ଦୁତ ବୋରଦୋଲେଇ ଓ ଅବଦୁଲ ଖଲିପ । ଏମାନଙ୍କ ମଧ୍ୟରୁ ଥରୁର ଓ ତିୱାରୀଙ୍କ ସମ୍ପର୍କ ‘ଜି-୨୩’ନେତାଙ୍କ ସହ ରହିଛି ।
ଏମ୍‌ପିମାନେ ଚିଠିରେ ଲେଖିଛନ୍ତି, ଆମର ରାୟ ହେଉଛି ଅଧ୍ୟକ୍ଷ ନିର୍ବାଚନର ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ପ୍ରଦେଶ କଂଗ୍ରେସ କମିଟିର ନିର୍ବାଚକ ମଣ୍ଡଳୀର ସୂଚୀ ମତଦାନରେ ଭାଗ ନେଉଥିବା ମତଦାତା ଓ ସମ୍ଭାବିତ ପ୍ରାର୍ଥୀଙ୍କୁ ପ୍ରଦାନ କରାଯାଉ । ଥରୁର ଓ ତିୱାରୀ ପୂର୍ବରୁ ଏହି ସୂଚୀକୁ ସାର୍ବଜନିନ କରିବାକୁ ଦାବି କରି ଆସୁଛନ୍ତି । ଯାହାକୁ ମିସ୍ତ୍ରୀ ସଫାସଫା ମନା କରି ଦେଇଥିଲେ ।

Share