Categories: ଜାତୀୟ

ମେଘାଳୟରେ କଂଗ୍ରେସକୁ ବଡ ଝଟକା, ସମସ୍ତ ୫ ବିଧାୟକ ଭାଜପା ସମର୍ଥିତ ମେଣ୍ଟରେ ସାମିଲ

ଶିଲଂ,୮ ।୨: ପଡୋଶୀ ରାଜ୍ୟ ମଣିପୁରରେ ନିର୍ବାଚନୀ ବାତାବରଣ ଉଷ୍ମ ଥିବା ବେଳେ ମେଘାଳୟରେ କଂଗ୍ରେକୁ ବଡ ଝଟ୍‌କା ଲାଗିଛି । ମେଘାଳୟର ୫ ବିଧାୟକ ମଙ୍ଗଳବାର ସର୍ବସମ୍ମତି କ୍ରମେ ମେଘାଳୟ ଜନତାନ୍ତ୍ରିକ ମେଣ୍ଟ(ଏମ୍‌ଡିଏ)ରେ ସାମିଲ ହୋଇଛନ୍ତି । ଏମ୍ ଡିଏ ରାଜ୍ୟରେ ଶାସନ କରୁଥିବା ବେଳେ କଂଗ୍ରେସ ବିଧାୟକମାନେ ଏଥିରେ ସାମିଲ ହେବା ଏବେ ସବୁଠି ଆଲୋଚନାର ବିଷୟ ହୋଇଛି ।  କଂଗ୍ରେସରେ ସେମାନଙ୍କୁ ଧୋକା ମିଳିଥିବାରୁ ବାକିଥିବା ୫ ବିଧାୟକ ଦଳ ଛାଡିଥିବା କହିଛନ୍ତି । ସୂଚନାଯୋଗ୍ୟ, ୫ଜଣ ଯାକ ବିଧାୟକ ମଙ୍ଗଳବାର ମୁଖ୍ୟମନ୍ତ୍ରୀ କୋନରାଡ ସାଙ୍ଗମାଙ୍କୁ ଏକ ଦସ୍ତଖତ ଥିବା ଚିଠି ଦେଇଥିଲେ । ଏହାପରେ ସେମାନେ ଦଳ ଛାଡିଥିଲେ । ମେଘାଳୟରେ କଂଗ୍ରେସ ନିକଟରେ ୧୭ ବିଧାୟକ ଥିଲେ ଏଥିମଧ୍ୟରୁ ୧୨ ବିଧାୟକ ଟିଏମ୍‌ସି ଚାଲିଯାଇଥିଲେ । ଏବେ ବାକିଥିବା ୫ ବିଧାୟକ ଦଳ ଛାଡିଦେବା କଂଗ୍ରେସ ପାଇଁ ବଡ ଝଟକା ବୋଲି କୁହାଯାଉଛି ।

Share