Categories: ଜାତୀୟ

କୃଷି ଆଇନକୁ ବିରୋଧ କରି ଫସଲ ନଷ୍ଟ କଲେ କୃଷକ

ବିଜନୋର,୨୧ ।୨: କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରିବାର ନୂଆ ଉପାୟ ଆପଣେଇଛନ୍ତି ଉତ୍ତର ପ୍ରଦେଶର କେତେଜଣ କୃଷକ । ଏମାନେ ଏବେ ନିଜ ନିଜ ଜମିରେ କରିଥିବା ଫସଲକୁ ନଷ୍ଟ କରି ଦେଉଛନ୍ତି । ବିଜନୋର ଚାନ୍ଦପୁର ଅଞ୍ଚଳରେ ଜଣେ କୃଷକ ପ୍ରାୟ ୫ ଏକର ଜମିରେ କରିଥିବା ଗହମ ଉପରେ ଟ୍ରାକ୍ଟର ଚଢାଇ ଏହାକୁ ନଷ୍ଟ କରି ଦେଇଛନ୍ତି । ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗଛି । ଏହାପରେ ଭାକିୟୁ ଜିଲାଧ୍ୟକ୍ଷ କହିଛନ୍ତି ବିଜନୋରରେ ଫସଲ ନଷ୍ଟ ପ୍ରକ୍ରିୟା ଆରମ୍ଭ ହୋଇଗଲା । ସୂଚନାଯୋଗ୍ୟ, କୃଷି ଆଇନକୁ ବିରୋଧ କରି ଗତ ପ୍ରାୟ ୩ ମାସ ହେବ ବିରୋଧ ଜାରି ରହିଥିବା ବେଳେ ରାଜଧାନୀ ଦିଲ୍ଲୀର ବିଭିନ୍ନ ସୀମାରେ କୃଷକମାନେ ଆନ୍ଦୋଳନରେ ବସିଛନ୍ତି । ଏପଟେ ଉତ୍ତର ପ୍ରଦେଶରେ ବି କୃଷକ ପଞ୍ଚାୟତର ଅୟୋଜନ କରାଯାଉଛି ।

Share