Posted inଫୁରସତ

୬୦ ବର୍ଷ ବୟସରୁ ଫିଟ୍‌ନେସ୍‌ ଆରମ୍ଭ

ବେଜିଂ: ଦୁନିଆରେ ବହୁତ ଲୋକ ଅଛନ୍ତି, ଯେଉଁମାନେ ତାଙ୍କ ବୟସ ଅନୁସାରେ ନିଜର ଧ୍ୟାନ ରଖିପାରନ୍ତିନି। ଆଉ ଏପରି କିଛି ମଣିଷ ଅଛନ୍ତି, ଯେଉଁମାନଙ୍କୁ ଦେଖିଲେ ତାଙ୍କ ବୟସ ବାବଦରେ ଜାଣିହେବନି। ପଡ଼ୋଶୀ ଦେଶ ଚାଇନାରେ ଏପରି ଜଣେ ମହିଳା ଅଛନ୍ତି। ରିପୋର୍ଟ ମୁତାବକ, ବାଇ ଜିନକ୍ୱିନ୍‌ ନାମ୍ନୀ ଜଣେ ମହିଳାଙ୍କ ବୟସ ୭୮ ବର୍ଷ ହୋଇଥିବାବେଳେ ତାଙ୍କୁ ଦେଖିଲେ କେହି ଏହା କହିବେନି। ତେବେ ନିଜକୁ ଫିଟ୍‌ ରଖିବାକୁ କୌଣସି ବୟସ ନ ଥାଏ। ଜଣେ ବ୍ୟକ୍ତି ଚାହିଁଲେ ୬୦ ବର୍ଷ ପରେ ବି ନିଜକୁ ଫିଟ୍‌ ରଖିପାରିବେ, ଯାହା ଉକ୍ତ ମହିଳାଙ୍କ ଫିଟ୍‌ନେସ୍‌ କହୁଛି। ଉତ୍ତର-ପୂର୍ବ ଚାଇନାର ଟିଆନଜିନ୍‌ରେ ରହୁଥିବା ଏହି ମହିଳା ତାଙ୍କ ଅଞ୍ଚଳରେ ସବୁଠୁ ସୁନ୍ଦର ଯୋଗ ଜେଜେମା’ ଭାବେ ପରିଚିତ। ତାଙ୍କ ଜିମ୍‌ କରିବା ଭିଡିଓ ଯେ କେହି ଦେଖିଲେ ମଧ୍ୟ ଏହା କହିବ। ତାଙ୍କର ଏହି ଫିଟ୍‌ନେସ୍‌ ବହୁ ବର୍ଷର ନୁହେଁ। ସେ କେବଳ ୧୮ ବର୍ଷର ପରିଶ୍ରମରେ ହିଁ ନିଜକୁ ଫିଟ୍‌ ରଖିପାରିଛନ୍ତି। ତାଙ୍କୁ କେହି ବି ଦେଖିଲେ ପ୍ରେରିତ ହୋଇଯିବ। ତେବେ ମହିଳା ଜଣକ କମ୍‌ ବୟସରୁ ତାଙ୍କର ସବୁ ଶ୍ରମ କାମରେ ଲଗାଇଥିବାରୁ ନିଜ ସ୍ବାସ୍ଥ୍ୟର ଧ୍ୟାନ ରଖିପାରି ନ ଥିଲେ। ଫଳରେ ତାଙ୍କୁ କ୍ୟାନ୍ସର, ଡାଇବେଟିସ୍‌ ଭଳି ରୋଗ ଏବଂ ୩ଟି ଅପରେଶନ କରିବାକୁ ପଡ଼ିଥିଲା। ଏତେ ସବୁ ପରେ ତାଙ୍କ ଜୀବନ ବଞ୍ଚିଯିବାରୁ ସେ ୬୦ ବର୍ଷ ବୟସରେ ନିଜକୁ ଫିଟ୍‌ ରଖିବାକୁ ଆରମ୍ଭ କଲେ। ଏବେ ସେ ପୂରା ଫିଟ୍‌ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଡ଼ଚଣ୍ଡୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶ୍ରେଣୀଗୃହରେ ଆଣ୍ଠୁଏ ପାଣି, ଶିକ୍ଷାଦାନ ବନ୍ଦ

ହାଟଡିହୀ, ୨୨।୭(ଶୁଭକାନ୍ତ ନାୟକ / ନିରାକାର ପରିଡା): ଲଗାଣ ବର୍ଷା ଯୋଗୁ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ସାଙ୍ଘାତିକ ପରିସ୍ଥିତି ସୃଷ୍ଟି ହୋଇଛି। କେଉଁଠି ପୋଲ…

ଜନ୍ତରମନ୍ତରରେ ପୁଣି ପୋଲିସ-ପ୍ରଦର୍ଶନକାରୀ ମୁହାଁମୁହିଁ, ପଥର ମାଡ଼ ପରେ ଲାଠିଚାର୍ଜ

ନୂଆଦିଲ୍ଲୀ,୨୨।୭: ନୂଆଦିଲ୍ଲୀର ଜନ୍ତର ମନ୍ତରରେ ଚାଲିଥିବା CJP ପ୍ରତିବାଦ ମଧ୍ୟରେ ପୁଣି ଥରେ ଉତ୍ତେଜନା ଦେଖାଦେଇଛି । ପ୍ରଦର୍ଶନକାରୀ ଏବଂ ଦିଲ୍ଲୀ ପୋଲିସ ମଧ୍ୟରେ ସଂଘର୍ଷ ହୋଇଛି…

ରାଜ୍ୟ ରାଜନୀତିରେ ହଲଚଲ୍! କ୍ୟାପିଟାଲ୍‌ ଥାନା ପକ୍ଷରୁ ପାଣ୍ଡିଆନଙ୍କୁ ନୋଟିସ, ଏହି ଦିନ ହେବ ହାଜର

ଭୁବନେଶ୍ବର,୨୨।୭: CMOରୁ ଫାଇଲ୍‌ ଗାୟବ ମାମଲାରେ ଭିକେ ପାଣ୍ଡିଆନ୍‌ଙ୍କୁ ନୋଟିସ କରାଯାଇଛି । ପୂର୍ବତନ ଆଇଏଏସ୍‌ ଅଫିସର ଭି.କେ ପାଣ୍ଡିଆନଙ୍କୁ ଆସନ୍ତା ୨୫ ତାରିଖ ଦିନ ୧୧ଟା…

ବିଦ୍ରୋହ ମଧ୍ୟରେ ଆସିଲା ଧର୍ମେନ୍ଦ୍ର ପ୍ରଧାନଙ୍କ ବୟାନ, ‘୨୯ ଜୁଲାଇ ସମସ୍ତଙ୍କ ପାଇଁ….’

ନୂଆଦିଲ୍ଲୀ,୨୨।୭: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ଶିକ୍ଷା ମନ୍ତ୍ରୀମାନଙ୍କ ଏକ ସମ୍ମିଳନୀରେ ବୁଧବାର ଦିନ ଉଦବୋଧନ ଦେଇଥିଲେ। ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି,…

ଟିମ୍‌ ଇଣ୍ଡିଆରେ ମିଳିଲାନି ସୁଯୋଗ, ଏବେ ଏହି ଟିମ୍‌ ପାଇଁ ଖେଳିବେ କୁଲଦୀପ ଯାଦବ 

ନୂଆଦିଲ୍ଲୀ,୨୨।୭: ଭାରତୀୟ କ୍ରିକେଟ ଦଳର ତାରକା ସ୍ପିନର କୁଲଦୀପ ଯାଦବଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଇଂଲଣ୍ଡ ବିପକ୍ଷ ସୀମିତ ଓଭର ସିରିଜରେ ଭାରତୀୟ…

ଲଗାଣ ବର୍ଷାରେ ଭୁଶୁଡ଼ିଲା ବାଞ୍ଛା ପୋଲ, ଯୋଗାଯୋଗ ବିଚ୍ଛିନ୍ନ

ହାଟଡିହୀ/ଛେନାପଦୀ,୨୨ା୭(ଶୁଭକାନ୍ତ ନାୟକ/ନିରାକାର ପରିଡା): ଲଗାଣ ବର୍ଷାରେ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ପରିସ୍ଥିତି ସଙ୍ଗୀନ ହୋଇ ପଡିଛି । ଲୋକେ ଘରୁ ବାହାରିବା ମୁସ୍କିଲ ହୋଇପଡିଛି…

ଚାଇନା ବିରୋଧରେ ଚନ୍ଦ୍ରଗିରିରେ ତିବତୀୟ ୟୁଥ୍ କଂଗ୍ରେସ ପକ୍ଷରୁ ଶାନ୍ତିପୂର୍ଣ୍ଣ ପ୍ରତିବାଦ, ଦାବି ରଖି…

ମୋହନା,୨୨ା୭( ମନ୍ମଥ ମିଶ୍ର ): ଗଜପତି ଜିଲା ଚନ୍ଦ୍ରଗିରିରେ ବସବାସ କରୁଥିବା ତିବତୀୟ ଶରଣାର୍ଥୀମାନେ ଚାଇନାର କଥିତ ଦମନ ନୀତିକୁ ବିରୋଧ କରି ଶାନ୍ତିପୂର୍ଣ୍ଣ ଭାବେ ଶୋଭାଯାତ୍ରା…

୪ ମାସର ବକେୟା ଭତ୍ତା ଅପେକ୍ଷାରେ ହିତାଧିକାରୀ, ଅଭିଯୋଗ କରିବାରୁ….

ଗୁଡାରି,୨୨ା୭(ପ୍ରମୋଦ କୁମାର ପତି): ସାମାଜିକ ସୁରକ୍ଷା ଯୋଜନାରେ ଗୁଡାରି ବ୍ଲକର ବହୁ ହିତାଧିକାରୀ ଗତ ୪ ମାସ ହେବ ଭତ୍ତା ପାଇନଥିବା ଅଭିଯୋଗ କରିଛନ୍ତି । ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri