Categories: ଫୁରସତ

ସମୁଦ୍ରରୁ ମିଳିଲା ଏପରି ଜିନିଷ, ରାତାରାତି କୋଟିପତି ହେଲେ ମତ୍ସ୍ୟଜୀବୀ

କଥାରେ ଅଛି, ଈଶ୍ୱର ଯାହାକୁ ଦିଅନ୍ତି ଛପର ଫାଡ଼ି କି ଦିଅନ୍ତି। ସେମିତି ଏକ ଘଟଣା ଥାଇଲାଣ୍ଡରୁ ସାମ୍ନାକୁ ଆସିଛି। ଆଶା କରାଯାଉଥିବା ଅଧିକ କିଛି ପାଇବା ପରେ ଲୋକଙ୍କ ଗୋଡ଼ ତଳେ ଲାଗେନି। ଯାହାକି ଜଣେ ମତ୍ସ୍ୟଜୀବୀଙ୍କ କ୍ଷେତ୍ରରେ ଘଟିଛି। ଏଠାକାର ଜଣେ ମତ୍ସ୍ୟଜୀବୀ ରାତାରାତି କୋଟିପତି ହୋଇଯାଇଛନ୍ତି। ଆଶ୍ଚର୍ଯ୍ୟର କଥା ମାଛର ବାନ୍ତି ହେତୁ ମତ୍ସ୍ୟଜୀବୀ ଜଣକ କୋଟିପତି ହୋଇପାରିଛନ୍ତି।


ଏକ ରିପୋର୍ଟ ଅନୁଯାୟୀ, ନରିସ ନାମକ ଜଣେ ମତ୍ସ୍ୟଜୀବୀ ତିମିମାଛର ବାନ୍ତିକୁ ଏକ ଛୋଟ ପଥର ଭାବିଥିଲେ। ମାତ୍ର ଏହାର ମୂଲ୍ୟ ସାଢ଼େ ୨୪ ଲକ୍ଷ ପାଉଣ୍ଡ ପ୍ରାୟ ୨୫ କୋଟି ଟଙ୍କା ଥିଲା। ଏହାର ଓଜନ ପ୍ରାୟ ୧ କ୍ୱିଣ୍ଟାଲ। ବୈଜ୍ଞାନିକଙ୍କ ଭାଷାରେ ଏହାକୁ ଏମ୍ବରଗ୍ରୀସ୍‌ କୁହାଯାଏ। କିଛି ବୈଜ୍ଞାନିକ ଏହାକୁ ତିମି ମାଛର ବାନ୍ତି କହିଥାନ୍ତି। ଏହା ତିମି ଶରୀରରୁ ନିର୍ଗତ ବର୍ଜ୍ୟବସ୍ତୁ ଯାହା ଅନ୍ତନଳୀରୁ ବାହାରିଥାଏ। ସେ ଏହାକୁ ହଜମ କରିପାରନ୍ତି ନାହିଁ। ଅନେକ ଥର ଏହି ପଦାର୍ଥ ମଳଦ୍ୱାର ଦେଇ ବାହାରିଥାଏ। କିନ୍ତୁ ବେଳେବେଳେ ତିମି ମାଛ ପାଟିରୁ ଏହାରୁ ବାହାରିଥାଏ। ଯାହା ବଡ଼ ଆକାର ପଥର ପରି ଦେଖାଯାଏ। ସାଧାରଣତଃ ତିମିମାଛ ସମୁଦ୍ରକୂଳଠାରୁ ବହୁ ଦୂରରେ ରୁହନ୍ତି। ତେଣୁ ସେମାନଙ୍କ ଶରୀରରୁ ବାହାରିଥିବା ଏହି ସାମଗ୍ରୀ ସମୁଦ୍ର କୂଳରେ ପହଞ୍ଚିବା ପାଇଁ ଅନେକ ବର୍ଷ ଲାଗିଥାଏ। ଯାହା ପଥର ପାଲଟି ଯାଇଥାଏ।

Share