ଗହୀରମଥା ନିଷିଦ୍ଧାଞ୍ଚଳରେ ମାଛଧରା

ରାଜନଗର,୧୨ା୧୨(ଡି.ଏନ.ଏ.): ବିରଳ ଅଲିଭ ରିଡଲେ କଇଁଛଙ୍କ ଏନ୍ତୁଡିଶାଳ ଗହୀରମଥା ନିଷିଦ୍ଧାଞ୍ଚଳରେ ବେଆଇନ ଭାବେ ମାଛ ଧରା ଚାଲିଛି। ଏପରି ଅଭିଯୋଗ ହେବା ପରେ ଶୁକ୍ରବାର ରାଜନଗର ବନ ବିଭାଗ ୫ ଟ୍ରଲରକୁ ଧରିଛି। ସେଥିରେ ଥିବା ୨୯ କୁଇଣ୍ଟାଲ ମାଛ, ମୃତ ବିରଳ ଅଲିଭ ରିଡଲେ କଇଁଛକୁ ଜବତ କରିଛି। ଏହି ଘଟଣାରେ ୩୬ଜଣ ମତ୍ସ୍ୟଜୀବୀଙ୍କୁ ଗିରଫ କରାଯାଇଛି ବୋଲି ବନ ବିଭାଗ ଅଧିକାରୀ କହିଛନ୍ତି।
ଏବେ ଅଲିଭ ରିଡଲେ କଇଁଛଙ୍କ ମିଳନ ଋତୁ। ସେଥିପାଇଁ ଟ୍ରଲର ଚଳାଚଳକୁ ନିଷିଦ୍ଧ କରାଯାଇଛି। ହେଲେ ବନବିଭାଗର ଏହି ଆଇନକୁ ବେଖାତିର କରି ଟ୍ରଲରଗୁଡିକ ନିଷିଦ୍ଧାଞ୍ଚଳକୁ ପ୍ରବେଶ କରି ମାଛ ଧରୁଛନ୍ତି। ରାଜନଗର ଡିଏଫ୍‌ଓ ବିକାଶ ରଞ୍ଜନ ଦାଶଙ୍କ ନିର୍ଦ୍ଦେଶ କ୍ରମେ ଗହୀରମଥା ରେଞ୍ଜ ଅଫିସର ଦେବାଶିଷ ଭୋଇ ଓ ଫରେଷ୍ଟର ନିର୍ମଳ ଚରଣ ନାୟକଙ୍କ ନେତୃତ୍ୱରେ ପାଟ୍ରୋଲିଂ ଟିମ୍‌ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳରେ ଚଢ଼ାଉ ଆରମ୍ଭ କରିଛନ୍ତି। ଶୁକ୍ରବାର ଏହି ପାଟ୍ରେଲିଂ ଟିମ୍‌ ୫ଟି ଟ୍ରଲର ଜବତ କରିଛି। ଆକବରୀ-୨ ଟ୍ରଲରରୁ ୭ଜଣ ମସତ୍‌ୟଜିବୀଙ୍କୁ ଗିରଫ କରାଯାଇଥିବାବେଳେ ୮ କୁଇଣ୍ଟାଲ ମାଛ, ୮ଟି ଟ୍ରଲିଂନେଟ ଓ ୫୫କେଜି ଓଜନର ମୃତ ଅଲିଭ ରିଡଲେ କଇଁଛ ଜବତ କରାଯାଇଛି। ଗଙ୍ଗାପୁତ୍ର ଟ୍ରଲରରୁ ୬ ମତ୍ସ୍ୟଜିବୀଙ୍କୁ ଗିରଫ କରାଯାଇଛି ଓ ସେହି ଟ୍ରଲରରୁ ଅଢେଇ କୁଇଣ୍ଟାଲ ମାଛ ଓ ୯ ଟ୍ରଲିଂନେଟ ଜବତ କରାଯାଇଛି। ଦେବୀ ପାର୍ବତୀ ଟ୍ରଲରରୁ ୬ଜଣ ମତ୍ସ୍ୟଜିବୀଙ୍କୁ ଗିରଫ କରାଯାଇଥିବା ବେଳେ ୧୫ କୁଇଣ୍ଟାଲ ମାଛ, ୧୦ଟି ଟ୍ରଲିଂ ନେଟ ଜବତ କରାଯାଇଛି। ଆକବରୀ-୩ ଟ୍ରଲରରୁ ୮ ମତ୍ସ୍ୟଜିବୀଙ୍କୁ ଗିରଫ କରାଯାଇଥିବାବେଳେ ଅଢେଇ କୁଇଣ୍ଟାଲ ମାଛ ଓ ୯ ଟ୍ରଲିଂ ନେଟ ଜବତ କରାଯାଇଛି। ଓଁ ଗାଦିବ୍ରହ୍ମ ଟ୍ରଲରରୁ ଦେଢ କୁଇଣ୍ଟାଲ ମାଛ ଓ ୧୧ ଟ୍ରଲିଂ ନେଟ ଜବତ କରାଯାଇଛି। ଗିରଫ ମତ୍ସ୍ୟଜୀବୀଙ୍କୁ ଶୁକ୍ରବାର କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି। ନଭେମ୍ବର ୧ରୁ ଆଜି ପର୍ଯ୍ୟନ୍ତ ଗହୀରମଥା ନିଷିଦ୍ଧାଞ୍ଚଳରୁ ୧୦ ଟ୍ରଲରକୁ ଜବତ କରାଯିବା ସହିତ ୬୦ଜଣ ମତ୍ସ୍ୟଜିବୀଙ୍କୁ ଗିରଫ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

ଶ୍ରୀରାମ ନବମୀର ୭୫ ବର୍ଷ ପୂର୍ତ୍ତି ସମାରୋହ, ଯୋଗଦେଲେ ଯୁବ ନେତା ନୀଳମାଧବ ସିଂଦେଓ

ରିଷିଡ଼ା, ୮ା୪ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ତେରେସିଂହା ପଞ୍ଚାୟତ ବିନ୍ଧାଣି ଗ୍ରାମରେ ପବିତ୍ର ରାମନବମୀ ପାଳନର ୭୫ ବର୍ଷ ପୂର୍ତ୍ତି ସମାରୋହ ଅନୁଷ୍ଠିତ…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ପୁନର୍ଜୀବିତ ହେବ ଲୋପ ପାଉଥିବା ଲୋକକଳା: ତୁମୁଡିବନ୍ଧ ବ୍ଲକରେ ‘ଓଡ଼ିଆ ପକ୍ଷ-୨୦୨୬’ ପାଳିତ

ତୁମୁଡିବନ୍ଧ,୮।୪ (ଦୀପକ କୁମାର ପରାସେଠ): ଲୋପ ପାଉଥିବା ଲୋକକଳାକୁ ପୁନର୍ଜୀବିତ କରିବା ଉଦ୍ଦେଶ୍ୟରେ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ‘ଓଡ଼ିଆ ପକ୍ଷ-୨୦୨୬’ ଅନୁଯାୟୀ ‘ଲୋକକଳା…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri