ମାଛଧରା ବିବାଦ

ଅନ୍ତର୍ଜାତୀୟ ସାମୁଦ୍ରିକ ସୀମାରେଖା (ଆଇଏମ୍‌ବିଏଲ୍‌) ଡେଇଁ ଭାରତୀୟ ମତ୍ସ୍ୟଜୀବୀ ଶ୍ରୀଲଙ୍କା ଜଳରାଶି ଭିତରକୁ ପ୍ରବେଶ କରିବା ସାଧାରଣ ଘଟଣାରେ ପରିଣତ ହୋଇଯାଇଛି। ନିକଟରେ ବେଆଇନ ମାଛ ଧରିବାକୁ ଚାଲିଯାଇଥିବା ୩୨ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଶ୍ରୀଲଙ୍କା କର୍ତ୍ତୃପକ୍ଷ ଗିରଫ କରିଥିବା ବେଳେ ୫ ମାଛଧରା ଡଙ୍ଗାକୁ ଜବତ କରିଛନ୍ତି। ୨୭ ଜାନୁଆରୀରେ ଶ୍ରୀଲଙ୍କା ନୌସେନା ଭାରତୀୟ ଡଙ୍ଗା ଉପରକୁ ଗୁଳି କରିବାରୁ ୫ ଜଣ ମତ୍ସ୍ୟଜୀବୀ ଆହତ ହୋଇଥିଲେ। ଏହି ପ୍ରସଙ୍ଗ ଦୁଇ ଦେଶ ମଧ୍ୟରେ ତିକ୍ତତା ବଢ଼ାଇଥିଲା। ଏପରିକି ଭାରତର ବହିର୍ବ୍ୟାପାର ମନ୍ତ୍ରଣାଳୟ ଶ୍ରୀଲଙ୍କାର କାର୍ଯ୍ୟକାରୀ ଉଚ୍ଚାୟୁକ୍ତଙ୍କୁ ଏହି ଘଟଣାକୁ ନେଇ ସମନ ଜାରି କରିଥିଲା। ଏକ ଦଶନ୍ଧିର ଇତିହାସକୁ ଦେଖିଲେ ଭାରତୀୟ ମତ୍ସ୍ୟଜୀବୀଙ୍କ ଗିରଫ ସଂଖ୍ୟା ବଢ଼ି କେବଳ ୨୦୨୪ରେ ୫୦୦ ଟପିଯାଇଛି। ୨୦୨୫ର ଦୁଇମାସ ନ ପୂରୁଣୁ ଅଟକ ରହିଥିବା ମତ୍ସ୍ୟଜୀବୀଙ୍କ ସଂଖ୍ୟା ୧୦୦ରୁ ଅଧିକ ହେଲାଣି। ପୂର୍ବରୁ ଯେଉଁମାନେ ଗିରଫ ହେଉଥିଲେ, ସେମାନଙ୍କୁ ପ୍ରାୟତଃ ଛାଡ଼ି ଦିଆଯାଉଥିଲା। କିନ୍ତୁ ଏବେ ଅନେକଙ୍କୁ ଦୋଷୀ କରାଯାଇ ଦଣ୍ଡିତ କରାଯାଉଛି। ଏଠାରେ ଜଣାଶୁଣା ଯେ, କିଛିବର୍ଷ ହେବ ଭାରତ ସହ ପଡ଼ୋଶୀ ଦେଶଗୁଡ଼ିକର ସମ୍ପର୍କ ଭଲ ନାହିଁ। ଯେହେତୁ ଭାରତୀୟ ମତ୍ସ୍ୟଜୀବୀ ବେଆଇନ ଭାବେ ଶ୍ରୀଲଙ୍କା ଜଳସୀମାକୁ ପଶି ଯାଉଛନ୍ତି, ସେହେତୁ ସେମାନଙ୍କ ବିରୋଧରେ ଦଣ୍ଡବିଧାନ କରାଯାଉଛି।
ଭାରତୀୟ ମତ୍ସ୍ୟଜୀବୀ କାହିଁକି ବାରମ୍ବାର ନିୟମ ଉଲ୍ଲଂଘନ କରି ଦଣ୍ଡିତ ହେଉଛନ୍ତି ତାହାକୁ ନେଇ ପ୍ରଶ୍ନ ଉଠିବା ସ୍ବାଭାବିକ। ତାମିଲନାଡୁଠାରୁ ଶ୍ରୀଲଙ୍କାର ଉତ୍ତରାଞ୍ଚଳ ଯାଏ ବ୍ୟାପିଥିବା ପାକ୍‌ ଷ୍ଟ୍ରେଟ୍‌କୁ ଆଇଏମ୍‌ବିଏଲ୍‌ ଅନୁଯାୟୀ ଦୁଇ ଭାଗରେ ବିଭକ୍ତ କରାଯାଇଛି। ଭାରତୀୟ ଅଞ୍ଚଳରେ ଅତ୍ୟାଧୁନିକ ଟ୍ରଲର ସାହାଯ୍ୟରେ ସମ୍ପୂର୍ଣ୍ଣ ତଳ ଜଳରାଶିରୁ ବ୍ୟାପକ ଭାବେ ମାଛ ଧରାଯାଉଥିବାରୁ ମାଛସଂଖ୍ୟା ଦ୍ରୁତ ଗତିରେ ହ୍ରାସ ପାଇଛି। ଶ୍ରୀଲଙ୍କାରେ ଏଭଳି ମାଛଧରା ପଦ୍ଧତି ଅବଲମ୍ବନ କରାଯାଉ ନ ଥିବାରୁ ସେଠାକାର ଜଳରାଶିରେ ପ୍ରଚୁର ମାଛ ରହୁଛନ୍ତି। ଲୋଭର ବଶବର୍ତ୍ତୀ ହୋଇ ଭାରତୀୟ ମତ୍ସ୍ୟଜୀବୀ ଜାଣିଶୁଣି ବେଆଇନ ଭାବେ ବାରମ୍ବାର ସେହି ଅଞ୍ଚଳକୁ ପ୍ରବେଶ କରୁଥିବାରୁ ଏଭଳି ଅସ୍ବାଭାବିକ ସ୍ଥିତି ଉପୁଜୁଛି। ଏଥିସହିତ ୨୮୫ ଏକର ବିଶିଷ୍ଟ କଚ୍ଚାଥିଭୁ ଦୀପ ପ୍ରସଙ୍ଗ ମଧ୍ୟ ଏହି ଆଲୋଚନା ପରିସରକୁ ଆସୁଛି। ଉଲ୍ଲେଖଯୋଗ୍ୟ, ୧୯୭୪ରେ ଏହା ଶ୍ରୀଲଙ୍କା ଅଧୀନକୁ ଯାଇଥିଲା। କିନ୍ତୁ ବୁଝାମଣା ଅନୁଯାୟୀ ଭାରତୀୟ ମତ୍ସ୍ୟଜୀବୀମାନେ ସେଠାରେ କେବଳ ଜାଲ ଶୁଖାଇ ପାରିବାର ବ୍ୟବସ୍ଥା ରଖାଯାଇଥିଲା। ହେଲେ ଏବେ ତାମିଲନାଡୁ ନେତାମାନେ ତାହାକୁ ଭାରତକୁ ଫେରାଇ ଆଣିବାକୁ ଦାବି କରୁଛନ୍ତି, ଯାହାଫଳରେ ଏହା ଅନ୍ୟତମ ବିବାଦର କେନ୍ଦ୍ରବିନ୍ଦୁ ପାଲଟିଛି। ଗୋଟିଏ ପଟେ ରାଜନେତାଙ୍କ ଦାବିକୁ ଦେଖି ମତ୍ସ୍ୟଜୀବୀମାନେ ଉତ୍ସାହିତ ହୋଇ ଶ୍ରୀଲଙ୍କା ଜଳରାଶି ଭିତରକୁ ପ୍ରବେଶ କରିଯାଉଛନ୍ତି। ଅନ୍ୟପଟେ ଶ୍ରୀଲଙ୍କା କର୍ତ୍ତୃପକ୍ଷ ନିଜ ଅଧିକାର ସାବ୍ୟସ୍ତ କରିବାକୁ ଚାହିଁ ବେଆଇନ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କରି ଦଣ୍ଡିତ କରିବାରେ ଲାଗିଛନ୍ତି। ଭାରତୀୟ ବହିର୍ବ୍ୟାପାର ମନ୍ତ୍ରଣାଳୟ ତଥ୍ୟ ଅନୁଯାୟୀ ୨୨ ନଭେମ୍ବର ୨୦୨୪ ସୁଦ୍ଧା ୧୪୧ ଭାରତୀୟ ମତ୍ସ୍ୟଜୀବୀ ଶ୍ରୀଲଙ୍କା ଅଧୀନରେ ରହିଥିବା ବେଳେ ୧୯୮ ମାଛଧରା ଡଙ୍ଗାକୁ ଜବତ କରାଯାଇଛି। ୪୫ ଜଣଙ୍କ ବିଚାର ଚାଲିଥିବା ବେଳେ ୯୬ ଜଣ ମତ୍ସ୍ୟଜୀବୀ ଦଣ୍ଡିତ ହୋଇଛନ୍ତି। ଏହି ସମୟ ମଧ୍ୟରେ ୩୬୩ ଜଣଙ୍କୁ ଭାରତ ସରକାର ମୁକୁଳାଇବାରେ ସକ୍ଷମ ହୋଇଛନ୍ତି।
ଏଭଳି ପରିପ୍ରେକ୍ଷୀରେ ଭାରତ ସରକାର ତା’ର ମତ୍ସ୍ୟଜୀବୀମାନଙ୍କୁ ଆଇଏମ୍‌ବିଏଲ୍‌ ନିୟମ ମାନି ଚଳିବାକୁ ପରାମର୍ଶ ଦେବା ସହିତ ସେମାନଙ୍କୁ ପ୍ରଶିକ୍ଷଣ ଦେବାର ଆବଶ୍ୟକତା ପଡ଼ିଲାଣି। ଏହି ପ୍ରସଙ୍ଗରେ ତାମିଲନାଡୁ ସରକାର ଯେହେତୁ ସର୍ବଦା ହସ୍ତକ୍ଷେପ କରୁଛନ୍ତି, କେନ୍ଦ୍ର ସରକାର ମଧ୍ୟ ତାଙ୍କ ସହ ଆଲୋଚନା ଟେବୁଲରେ ବସିବା ଦରକାର। ଏଭଳି ବିବାଦକୁ ପ୍ରତିହତ କରିବାକୁ ହେଲେ ଭାରତ ଓ ଶ୍ରୀଲଙ୍କା ସରକାର କଥାବାର୍ତ୍ତା ବେଳେ ଉଭୟ ମତ୍ସ୍ୟଜୀବୀ ସମ୍ପ୍ରଦାୟଙ୍କୁ ମଧ୍ୟ ବିଶ୍ୱାସକୁ ନେଇ ସମାଧାନର ବାଟ ବାହାର କରିବାର ଆବଶ୍ୟକତା ପଡ଼ିଲାଣି। ଏଥିସହିତ ଶ୍ରୀଲଙ୍କା କର୍ତ୍ତୃପକ୍ଷଙ୍କୁ ଦୋଷ ଦେବା ପରିବର୍ତ୍ତେ ଭାରତ ଏକ ବ୍ୟବସ୍ଥିତ ଓ ସ୍ଥାୟୀ ମତ୍ସ୍ୟନୀତି କରି କୂଟନୈତିକ ସ୍ତରରେ ଉକ୍ତ ଘଟଣାକୁ ପରିଚାଳନା କରିବା ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

ଭଞ୍ଜନଗର ଉପଖଣ୍ଡର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ: ୪୫୮୬ ନୂଆ ଯୋଡ଼ିହେଲେ, ୩୬୩୪୨ ପଡ଼ିଲେ ବାଦ୍‌

ଭଞ୍ଜନଗର,୨୧।୯(ବାବୁଲା ପ୍ରଧାନ):ଦୀର୍ଘ ସାଢ଼େ ତିନି ମାସ ଧରି ଚାଲିଥିବା ସ୍ବତନ୍ତ୍ର ସଘନ -୨୦୨୬ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଶେଷ ହେବା ପରେ ସୋମବାର ଚୂଡ଼ାନ୍ତ ଭୋଟର…

ବାତ୍ୟାକୁ ନେଇ ବଡ଼ ଅପଡେଟ୍‌ ଦେଲେ ମୁଖ୍ୟ ଶାସନ ସଚିବ: ୧୧ ଜିଲା ହେବ ପ୍ରଭାବିତ

ଭୁବନେଶ୍ୱର,୨୧।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ଅଞ୍ଚଳ ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ସୋମବାର ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଅବପାତ ରୂପ…

ସମ୍ଭାବ୍ୟ ବାତ୍ୟା ଭୟ ଭିତରେ ବଡ଼ ସୂଚନା ଦେଲେ IMD ଡିଜି: ୨୨ ତାରିଖ ସନ୍ଧ୍ୟାରୁ…

ଭୁବନେଶ୍ୱର,୨୧।୯:ଗଭୀର ଅବପାତ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷିବ। ଏନେଇ ସୂଚନା ଦେଇଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। IMD ଡିଜିଙ୍କ କହିବାନୁସାରେ, ପୁରୀରୁ ଦକ୍ଷିଣକୁ ଥିବା…

୨୦ ମାସର ଶିଶୁଙ୍କୁ ଘରୁ ଘୋଷାଡ଼ି ନେଲା କୁକୁର: ଆଉ ତା’ପରେ ଘଟିଲା…

ଶିମ୍‌ଲା,୨୧।୯: ହିମାଚଳ ପ୍ରଦେଶର ରାଜଧାନୀ ଶିମ୍‌ଲାର ଶାଙ୍କଲୀ ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଏଠାରେ ଜଣେ ୨୦ ମାସର ଶିଶୁ କନ୍ୟା ଉପରେ ଦୁଇଟି…

ଯୁବକଙ୍କୁ ମୃତ ଘୋଷଣା କଲେ ଡାକ୍ତର; ଜୀବନ ବଞ୍ଚାଇବାକୁ ମେଡିକାଲରେ ଝଡ଼ାଫୁଙ୍କା କଲେ ଗୁଣିଆ, ତାପରେ…!

ଆନନ୍ଦପୁର,୨୧।୯(ସୁଶାନ୍ତ କୁମାର ସାହୁ ): ପୁଣି ଥରେ ଅନ୍ଧବିଶ୍ୱାସର ମାୟାଜାଲରେ ସଭ୍ୟ ସମାଜ । ବିଜ୍ଞାନ ଏତେ ଆଗେଇ ଯାଇଥିଲେ ମଧ୍ୟ ଆଜି ବି ଲୋକଙ୍କ ମନରୁ…

ବଡ଼ ଭୁଲ୍‌ କରିଦେଲେ ବୀରେନ୍ଦ୍ର ସେହ୍ବାଗଙ୍କ ପୁଅ: ବିସ୍ଫୋରକ ବ୍ୟାଟିଂ କରୁଥିବାବେଳେ…

ନୂଆଦିଲ୍ଲୀ,୨୧।୯: ଅଷ୍ଟ୍ରେଲିଆ ଅଣ୍ଡର-୧୯ ବିପକ୍ଷ ମ୍ୟାଚ୍‌ରେ ଭାରତୀୟ ଯୁବ ବ୍ୟାଟର ତଥା ବୀରେନ୍ଦ୍ର ସେହ୍ବାଗଙ୍କ ପୁଅ ଆର୍ଯ୍ୟବୀର ସେହ୍ବାଗ ନିଜ ବ୍ୟାଟିଂରେ ପୁଣିଥରେ ପ୍ରଭାବିତ କରିଛନ୍ତି। ଓପନର…

ରୁଷିଆ ନିର୍ବାଚନରେ ପୁଟିନଙ୍କ ଦବଦବା, ୪୫୦ରୁ ୩୫୫ ଆସନ ଜିତିଲା ୟୁନାଇଟେଡ୍…

ମସ୍କୋ,୨୧।୯: ରୁଷିଆର ସଂସଦୀୟ ନିର୍ବାଚନରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସମର୍ଥନ ଥିବା ୟୁନାଇଟେଡ୍ ରୁଷିଆ ପାର୍ଟି ବଡ଼ ବିଜୟ ହାସଲ କରିଛି । ପୁଟିନ୍‌ଙ୍କ ଦଳ ସଂସଦର…

ମୋବାଇଲ ଝାମ୍ପି ଫେରାର ବେଳେ ଦୁର୍ଘଟଣା, ୨ ଯୁବକଙ୍କୁ କାବୁ କଲେ ସ୍ଥାନୀୟ ଲୋକେ

ଜୟପୁର,୨୧।୯(ପବନ ପାଣିଗ୍ରାହୀ): ଦିନ ଦଶଟା ବେଳେ ପଞ୍ଚାନନ ମନ୍ଦିର ଛକରୁ ମହିଳା ଶ୍ରମିକଙ୍କ ମୋବାଇଲ ଛଡାଇ ଫେରାର ହେଉଥିଲେ । ହେଲେ ସେହି ସମୟରେ ଏକ ସଡ଼କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?