ମତ୍ସ୍ୟଜୀବୀ ଡଙ୍ଗା ବୁଡ଼ି ୩୯ ନିଖୋଜ

ବେଜିଂ,୧୭ା୫: ଚାଇନାର ଏକ ଡଙ୍ଗା ଭାରତ ମହାସାଗରରେ ମାଛ ଧରିବାକୁ ଆସିଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛି। ରିପୋର୍ଟ ଅନୁଯାୟୀ, ଚାଇନାର ଏକ ମତ୍ସ୍ୟଜୀବୀ ଡଙ୍ଗା ବୁଡ଼ି ଯିବାରୁ ଏଥିରେ ଥିବା ୩୯ଜଣ ନିଖୋଜ ଅଛନ୍ତି। ଏହା ମଙ୍ଗଳବାର ଅପରାହ୍ନରେ ଘଟିଥିବା ଜଣାପଡ଼ିଛି।

ରିପୋର୍ଟରେ କୁହାଯାଇଛି, ଏଥିରେ ଥିବା ୩୯ କ୍ରୁ ସଦସ୍ୟଙ୍କ ମଧ୍ୟରୁ ୧୭ ଜଣ ଚାଇନାର, ୧୭ ଜଣ ଇଣ୍ଡୋନେସିଆ ଏବଂ ୫ ଜଣ ଫିଲିପାଇନ୍ସର। ତେବେ ବୁଡ଼ିଯିବାର କାରଣ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ। ନିଖୋଜ ଲୋକଙ୍କୁ ଖୋଜିବା ପାଇଁ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ୍‌ ଏବଂ ପ୍ରଧାନମନ୍ତ୍ରୀ ଲି କିଆଙ୍ଗ ଚାଇନା କୂଟନୀତିଜ୍ଞ ତଥା କୃଷି ଏବଂ ପରିବହନ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଇଛନ୍ତି।

Share