ହଟିଲା କଟକଣା, ଆଜିଠାରୁ ସମୁଦ୍ର ଯିବେ ମତ୍ସ୍ୟଜୀବୀ

ପାରାଦୀପ,୧୫।୬(ଶରତ ରାଉତ): ସମଗ୍ର ପୂର୍ବ ଉପକୂଳ ସମୁଦ୍ରରେ ଗତ ଏପ୍ରିଲ ୧୫ରୁ ଜାରି ହୋଇଥିବା କଟକଣା ଶୁକ୍ରବାର ଶେଷ ହୋଇଛି। ଶନିବାର ପ୍ରତ୍ୟୁଷରୁ ମତ୍ସ୍ୟଜୀବୀମାନେ ସମୁଦ୍ର ଭିତରକୁ ଯାଇ ଅବାଧରେ ମାଛ ଧରିପାରିବେ। ଏହିକ୍ରମରେ ରାଜ୍ୟର ବୃହତ୍‌ ପାରାଦୀପ ମାଛଧରା ବନ୍ଦର ଶୁକ୍ରବାର ଚଳଚଞ୍ଚଳ ହୋଇଛି। ମଧ୍ୟରାତିରୁ ମାଛଧରା ବୋଟ୍‌ଗୁଡ଼ିକ ସମୁଦ୍ର ଭିତରକୁ ଯାଇପାରିବେ। ଏନେଇ ମତ୍ସ୍ୟଜୀବୀମାନେ ସେମାନଙ୍କ ଆନୁଷଙ୍ଗିକ ସରଞ୍ଜାମଗୁଡ଼ିକୁ ବୋଟ୍‌ରେ ଭର୍ତ୍ତି କରିଛନ୍ତି। ଏହାକୁ ସେମାନଙ୍କ ଭାଷାରେ ବାଟା ବୋଲି କୁହାଯାଏ। ଏଥିରେ ଗୋଟିଏ ଲେଖାଏ ବୋଟରେ ମତ୍ସ୍ୟଜୀବୀମାନେ ବରଫ, ୮ ଦିନ ଚଳିବା ପାଇଁ ଡିଜେଲ, ଜାଲ, ଖାଇବା ସାମଗ୍ରୀ, ପାନୀୟ ଜଳ ଆଦି ଭର୍ତ୍ତି କରିଛନ୍ତି। ଗୋଟିଏ ବୋଟରେ ବାଟା ପାଇଁ ପ୍ରାୟ ୩ରୁ ୪ ଲକ୍ଷ ଟଙ୍କା ଆବଶ୍ୟକ ବୋଲି ଓମ୍ଫାର ସମ୍ପାଦକ ଅରବିନ୍ଦ ସ୍ବାଇଁ କୁହନ୍ତି। ପ୍ରଥମେ କିଛି ଦିନ ଭଲ ମାଛ ଉତ୍ପାଦନ ହେବାର ଆଶା ରହିଥାଏ। କାରଣ ଦୁଇମାସ କଟକଣା ଯୋଗୁ ମାଛବଂଶ ବୃଦ୍ଧି ହେବା ସହ କୂଳରେ ଥାଆନ୍ତି। ମୌସୁମୀଜନିତ ପାଣିପାଗ ଯୋଗୁ ମାଛ ଧରିବା ସହଜ ହୋଇଥାଏ। ଏହି ସମୟରେ ସମୁଦ୍ର ଅଶାନ୍ତ ନ ଥାଏ ବୋଲି ବୋଟ ମାଷ୍ଟର କୃପାସିନ୍ଧୁ ଦାସ କୁହନ୍ତି।
ସୂଚନାଯୋଗ୍ୟ, ସମୁଦ୍ରରେ ମାଛବଂଶ ବୃଦ୍ଧି ପାଇଁ ସରକାରୀ ଭାବେ ଦେଶର ପୂର୍ବ ଉପକୂଳ ସମୁଦ୍ରରେ ଦୁଇମାସ କଟକଣା କରାଯାଇଥିଲା। ପ୍ରତିବର୍ଷ ଏପରି କରାଯାଇଥାଏ। ଏହି କଟକଣା ସମୟରେ ମତ୍ସ୍ୟଜୀବୀମାନେ ରୋଜଗାର ହରାଇଥାନ୍ତି। ପାରାଦୀପ ମାଛଧରା ବନ୍ଦର ମଧ୍ୟରେ ବଡ଼ ବୋଟ ଓ ଛୋଟ ମୋଟର ଚାଳିତ ଡଙ୍ଗା ମିଶି ପ୍ରାୟ ୭୦୦ ହେବ। ମତ୍ସ୍ୟଜୀବୀମାନେ ସେଥିରେ ସମୁଦ୍ରକୁ ଯାଇ ମାଛ ଧରିଥାନ୍ତି।
ମତ୍ସ୍ୟ ଶିଳ୍ପ ଉପରେ ପ୍ରତ୍ୟକ୍ଷ ପରୋକ୍ଷ ଭାବେ ପ୍ରାୟ ୫୦ ହଜାର ଲୋକେ ନିର୍ଭରଶୀଳ ବୋଲି ଓମ୍ଫା ସଭାପତି ଶ୍ରୀକାନ୍ତ ପରିଡ଼ା କୁହନ୍ତି। ସରକାର ଏହି ମତ୍ସ୍ୟଜୀବମାନଙ୍କୁ ଏପର୍ଯ୍ୟନ୍ତ ସେପରି କୌଣସି ଆଖିଦୃଶିଆ ରିହାତି ଦେଉନାହାନ୍ତି। କେବଳ ବୋଟ ଓ ଇଞ୍ଜିନ ଚାଳିତ ଡଙ୍ଗାରେ ପଡୁଥିବା ତେଲରେ ସବ୍‌ସିଡି, କଟକଣା ସମୟରେ ଭତ୍ତା ଆଦି ଦିଆଯାଉଛି। ପୂର୍ବ ଭଳି ସମୁଦ୍ରରେ ଆଉ ମାଛ ଉତ୍ପାଦନ ହେଉନାହିଁ। ଅନେକ ପ୍ରଜାତିର ମାଛ ଲୋପ ପାଇଗଲାଣି। ଜଳବାୟୁ ପରିବର୍ତ୍ତନ ଓ ସାମୁଦ୍ରିକ ପ୍ରଦୂଷଣ ଏହାର ମୁଖ୍ୟ କାରଣ। ତଥାପି ଯେଉଁମାନେ ଏହି ଟ୍ରେଡ୍‌ରେ ଅଛନ୍ତି ସେମାନେ ପଛକୁ ଫେରି ପାରୁନାହାନ୍ତି। ଏନେଇ ମତ୍ସ୍ୟଜୀବୀମାନଙ୍କୁ ଅଧିକ ସରକାରୀ ସହୟତା ଯୋଗାଇ ଦିଆଗଲେ ସେମାନଙ୍କ ଜୀବନଜୀବିକା ସୁଦୃଢ଼ ହେଇପାରିବ ବୋଲି ବୃଦ୍ଧିଜୀବୀମାନେ ଆଶାବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରତି ଲକ୍ଷେ ଜନ୍ମରେ ୨୪,୭୦୦ ମାତୃମୃତ୍ୟୁ

ନୂଆଦିଲ୍ଲୀ,୨୮ା୩: ଦକ୍ଷିଣ ଏସିଆ ଓ ଅନ୍ୟ ଉପସାହାରୀୟ ଆଫ୍ରିକୀୟ ରାଷ୍ଟ୍ରଗୁଡ଼ିକରେ ମାତୃ ମୃତ୍ୟୁହାର ଅତ୍ୟନ୍ତ ଚିନ୍ତାଜନକ ରହିଛି। ୨୦୨୩ରେ ଭାରତ ସମେତ ଏହି ଅଞ୍ଚଳରେ ପ୍ରତି ୧…

ଓଲଟିଲା ଟୁରିଷ୍ଟ ବସ୍‌: ଚାଲିଗଲା ୫ ଜୀବନ

ନୟାଗଡ଼,୨୮।୩(ଲୋକନାତ ମିଶ୍ର):ନୟାଗଡ଼ ଜିଲା ଦଶପଲା ବ୍ଲକ ବାଣୀଗୋଛା ଥାନା ବଲାଙ୍ଗୀର ଖୋର୍ଦ୍ଧା ୫୭ ନଂ ଜାତୀୟ ରାଜପଥର ଟାକେରାରେ ଟୁରିଷ୍ଟ ବସ ଓଲଟି ଡ୍ରାଇଭର ସମେତ ୫…

ପାଣିପାଗର ବିଚିତ୍ର ରୂପ: ସକାଳେ ଘନ କୁହୁଡ଼ି, ଅପରାହ୍ନରେ କୁଆପଥର ମାଡ଼ ସହ କାଳବୈଶାଖୀର ତାଣ୍ଡବ

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ପାଣିପାଗର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି।…

ରାମନବମୀରେ ଭକ୍ତିମୟ ଗଜପତି, ବିଭିନ୍ନ ମନ୍ଦିର ବୁଲି ପ୍ରଭୁଙ୍କ ଆଶୀର୍ବାଦ ନେଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଛା): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ…

ଗଞ୍ଜାମରେ ହିନ୍ଦୁ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ ଭାଇ ତୋଗଡ଼ିଆଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଞ୍ଜାମ ସହରରେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧକ୍ଷ ତଥା ଅଗଣିତ ହିନ୍ଦୁମାନଙ୍କ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ…

ଡୋକରୀଚଞ୍ଚରାରେ ଭାଙ୍ଗିଲା ୫୦ ବର୍ଷର ପରମ୍ପରା: ମନ୍ଦିର ଦ୍ୱାର ବନ୍ଦ, ବାହାରେ ପୂଜା କଲା ପ୍ରଶାସନ

କୋକସରା, ୨୭।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ତଥା ଧାର୍ମିକ ପୀଠ ଗୁଡହାଣ୍ଡି ଡୋକରୀଚଞ୍ଚରାଠାରେ ଚଳିତ ବର୍ଷ ଶ୍ରୀରାମ ନବମୀ…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ପ୍ରକାଶ ପାଇଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ପରୀକ୍ଷା ଫଳ; ଅଭିଭାବକ-ଶିକ୍ଷକ ସମନ୍ୱୟ ଉପରେ…

ଭଞ୍ଜନଗର,୨୭।୩(ବାବୁଲା ପ୍ରଧାନ)-ଶୁକ୍ରବାର ସମଗ୍ର ଦେଶରେ ଥିବା ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମରୁ ନବମ ଏବଂ ଏକାଦଶ ଶ୍ରେଣୀର ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ମାଟ୍ରିକ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri