ଛତ୍ରପୁର,୧୮।୮(ଦିଲ୍ଲୀପ ସାମଲ): ପଶ୍ଚିମ କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ । ଏନେଇ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଜାରି ରହିବ । କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ସମୁଦ୍ର ଅଶାନ୍ତ ରହିବ। ପବନର ବେଗ ମଧ୍ୟ ଅଧିକ ରହିବ । ଏଥିପାଇଁ ମତ୍ସ୍ୟଜୀବୀମାନଙ୍କୁ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଯିବାକୁ ବାରଣ କରାଯାଇଛି। ଏହା ସହ ଯେଉଁମାନେ ସମୁଦ୍ରମଧ୍ୟକୁ ଯାଇଛନ୍ତି ସେମାନେ ତୁରନ୍ତ ଫେରି ଆସିବା ପାଇଁ ମଧ୍ୟ ସାଗର ମିତ୍ରମାନେ ସଚେତନତା କରିଛନ୍ତି । ସମୁଦ୍ରକୁ ଯିବା ପାଇଁ ବାରଣ ରହିଥିବାରୁ ବିଶେଷ ପ୍ରଭାବ ପଡିଛି ମତ୍ସ୍ୟଜୀବୀମାନଙ୍କ ଜୀବିକା ଉପରେ। ସେମାନେ ସମୁଦ୍ରକୁ ଭିତରକୁ ମାଛ ମାରିବା ପାଇଁ ଯାଇପାରୁନାହାନ୍ତି । ଗଞ୍ଜାମ ଜିଲାରେ ସୋନପୁରଠାରୁ ପ୍ରୟାଗି ପର୍ଯ୍ୟନ୍ତ ୨୭ ଖଣ୍ଡ ମତ୍ସ୍ୟଜୀବୀ ଗାଁ ରହିଛି। ସାନଆର୍ଯ୍ୟପଲ୍ଲୀ, ବଡଆର୍ଯ୍ୟପଲ୍ଲୀ, କଣ୍ଡରା ଆର୍ଯ୍ୟପଲ୍ଲୀ, ବନ୍ଦର, ନୋଳିଆ ନୁଆଗାଁ,ପୋଡମପେଟା,ପ୍ରୟାଗି,କଂଟିଆଗଡ ଆଦି ଅଂଚଳର ମତ୍ସ୍ୟଜୀବୀମାନେ ସମୁଦ୍ର ଅଶାନ୍ତ ହେବାଯୋଗୁ ସମୁଦ୍ରକୁ ମାଛ ମାରିବା ପାଇଁ ବାରଣ କରାଯାଇଛ। ଏନେଇ ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳରେ ସାଗର ମିତ୍ରମାନେ ମତ୍ସ୍ୟଜୀବୀମାନଙ୍କୁ ସଚେତନ କରିଛନ୍ତି । ଅନ୍ୟପଟେ ଏହାର ପ୍ରଭାବ ସିଧା ସଳଖ ମତ୍ସ୍ୟଜୀବୀମାନଙ୍କ ଉପରେ ପଡୁଛି, ମାଛ ଧରି ଆଣିଲେ ଏହାକୁ ବିକ୍ରି କରିଲେ ସେମାନଙ୍କ ପରିବାର ଚଳେ। ତେଣୁ ସରକାର ସେମାନଙ୍କୁ ସହାୟତା ପ୍ରଦାନ କରିବା ପାଇଁ ସେମାନେ ସରକାରଙ୍କ ନିକଟରେ ନିବେଦନ କରିଛନ୍ତି ।

