ମାଛ ଧରି ମାଲାମାଲ ମତ୍ସ୍ୟଜୀବୀ: ଗୋଟିକ ୫ଲକ୍ଷ ୩୩ହଜାର

ଚାନ୍ଦବାଲି,୧୫/୮(ଅଶୋକ ପଣ୍ଡା): ମାଛ ଗୋଟଏର ଦାମ ୫ ଲଖ ୩୩ ହଜାର ଟଙ୍କା। ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିବ ମାତ୍ର ଏହା ସତ । ଭଦ୍ରକ ଜିଲା ଚାନ୍ଦବାଲି ଧାମରା ମୁହାଣ ଠାରୁ ୨୫କିମି ଦୂର ଗଭୀର ସମୁଦ୍ର ମଧ୍ୟରୁ ମଣ୍ଟୁ ମଣ୍ଡଳ ନାମକ ମତ୍ସ୍ୟଜୀବୀ ଏହି ବିରଳ ମାଟିଆ ତେଲିଆ ମାଛ(ପ୍ରୋଟନ୍‌ବିୟନ ଡାଇକନ୍‌ ଥେସିସି )ଧରିଥିବା ଜଣାପଡିଛି । ମାଛଟିର ଓଜନ ୨୬ କିଲୋ ହୋଇଥିବା ବେଳେ କେଜି ପ୍ରତି ଏହି ମାଛକୁ ୨୦ ହଜାର ୫୦୦ ଟଙ୍କାରେ ମୋଟ ୫ ଲକ୍ଷ ୩୩ ହଜାରେ ଟଙ୍କାରେ ନିଲାମ କରାଯାଇଛି । ଏହି ମାଛକୁ ଧାମରା ଚନ୍ଦିନୀପାଳ ମାଛଧରା ବେସର କଣ୍ଟାରେ ମସ୍ୟଜୀବୀ ଶଙ୍କର ଗିରି ନିଲାମ ନେଇଥିବା ବେଳେ ଏହାକୁ ବିଦେଶୀ କମ୍ପାନୀକୁ ବିକ୍ରି କରିଛନ୍ତି । ତେବେ ଧାମରା ମୁହାଣରୁ ଏଭଳି ମାଛ ଧରା ହେବା ନୂଆ ନୁହେଁ। ଏହା ପୂର୍ବରୁ କେତେଥର ଧରା ହୋଇ ନିଲାମ ହୋଇଛି।