ଚିଲିକାରୁ ମିଳିଲା ମତ୍ସ୍ୟଜୀବୀଙ୍କ ମୃତଦେହ

ଟାଙ୍ଗୀ ୨୬।୧: ଚିଲିକା ମଧ୍ୟରୁ ଜଣେ ମତ୍ସ୍ୟଜୀବୀଙ୍କ ମୃତଦେହ ଉଦ୍ଧାର ହୋଇଛି । ଅଗ୍ନିଶମ ବାହିନୀ ମୃତଦେହ ଉଦ୍ଧାର କରିଛନ୍ତି । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
ସୂଚନାଯୋଗ୍ୟ, ଚିଲିକା ମଧ୍ୟରେ ଜଣେ ମତ୍ସ୍ୟଜୀବୀଙ୍କ ମୃତଦେହ ଭାସୁଥିବା କେତେକ ମତ୍ସ୍ୟଜୀବୀ ଦେଖିବା ପରେ ସ୍ଥାନୀୟ ଅଗ୍ନିଶମ ବିଭାଗକୁ ଜଣାଇଥିଲେ ।
ଅଗ୍ନିଶମ ବାହିନୀ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲେ । ମୃତ ମତ୍ସ୍ୟଜୀବୀ ଜଣଙ୍କ ସ୍ଥାନୀୟ ସାମନ୍ତରାୟପୁର ଗ୍ରାମର ଯୁବ ମତ୍ସ୍ୟଜୀବୀ ମୁନ୍ନା ଦିହୁଡି ବୋଲି ଜଣାପଡିଛି। ମୃତ ଯୁବ ମତ୍ସ୍ୟଜୀବୀ ମୁନ୍ନା ଦିହୁଡିଙ୍କର ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଏନେଇ ବାଲୁଗାଁ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ।