Categories: ଫୁରସତ

ମଣିଷ ଭଳି ଦେଖାଯାଉଛି ଏହି ମାଛ! ଭିଡିଓ ଦେଖିଲେ…

ଦୁନିଆରେ ଅନେକ ଅଜବ ଜିନିଷ ରହିଛି। ଏଣୁ କେବେ, କ’ଣ ଦେଖିବାକୁ ମିଳିବ ତାହା କହିହେବ ନାହିଁ। ବେଳେବେଳେ ଆମ ସାମ୍ନାକୁ ଏପରି ଜିନିଷ ଆସେ ଯାହାକୁ ବିଶ୍ୱସ କରିବା କଷ୍ଟକର। ଏପରି ଏକ ଆଶ୍ଚର୍ଯ୍ୟଜନକ ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓକୁ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। କାରଣ ଏଥିରେ ଏକ ମାଛ ମଣିଷ ପରି ଦେଖାଯାଉଛି।

ଟୁଇଟରରେ @BanginTweets ନାମକ ଆକାଉଣ୍ଟରୁ ଭିଡିଓଟିଏ ଶେୟାର କରାଯାଇଥିଲା। ସେଥିରେ ପୋଖରୀଜଳରେ ଏକ ମାଛ ବୁଲୁଥିବା ଦେଖାଯାଉଛି। କୂଳକୁ ଆସିବା ପରେ ତାର ମୁହଁ ଅବିକଳ ମଣିଷ ଭଳି ନଜର ଆସୁଛି। ସମସ୍ତେ ତାକୁ ଦେଖି ଚକିତ ହୋଇଯାଉଛନ୍ତି। କେହି କେହି ଏହାର ସତ୍ୟତା ଜାଣିବାକୁ ଚାହୁଁଥିବା ବେଳେ ଅନ୍ୟମାନେ ବିଶ୍ୱାସ କରିପାରୁନାହାନ୍ତି।

ଦେଖନ୍ତୁ ଭିଡିଓ:

Share