Categories: ଫୁରସତ

ଇଲ୍‌କୁ ଗିଳୁଛି ମାଛ, ଦେଖନ୍ତୁ ପୂରା ଭିଡିଓ

ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ ହେଉଛି, ଯାହାକୁ ଲୋକେ ଖୁବ୍‌ ପସନ୍ଦ କରିଛନ୍ତି। ଭିଡିଓରେ ଏକ ମାଛ ଗୋଟିଏ ବଡ଼ ଇଲ୍‌କୁ ଗିଳୁଛି। ଲୋକେ ଭିଡିଓ ଦେଖି ବିଶ୍ୱାସ କରିପାରୁନାହାନ୍ତି ମାଛ କିପରି ଏତେବଡ଼ ଇଲ୍‌କୁ ଖାଇପାରିବ?
ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ମାଇକ୍ରୋବ୍ଲଗିଂ ଫ୍ଲାଟଫର୍ମରେ ଏହି ଭିଡିଓଟି ଶେୟାର କରିଛନ୍ତି। ଯେଉଁଥିରେ ସେ କୌଣସି ସମ୍ପୂର୍ଣ୍ଣ ସୂଚନା ଦେଇନାହାନ୍ତି। ଖାଲି ଏତିକି ଲେଖିଛନ୍ତି, ଯଦି ଆପଣ ଦେଖିନାହାନ୍ତି; ତାହେଲେ…

ଏହି ଅଜବ ଭିଡିଓରେ ମାଛ କିପରି କାର୍ପ ଭାବରେ ଜଣା ତାହା ସ୍ପଷ୍ଟ ହେଉଛି। ମାଛଟି ପାଣିରୁ ମୁଣ୍ଡ ଉଠାଇବା କ୍ଷଣି ଧୂଆଁ ବାହାରୁଛି। ପରେ ସେ ପାଣି ଭିତରକୁ ଚାଲିଯାଉଛି ପୁଣି ଇଲ୍‌କୁ ଖାଇବା ପାଇଁ ପ୍ରୟାସ କରୁଛି। ଶେଷରେ ସେ ଏହାକୁ ଗିଳିବାରେ ସଫଳ ମଧ୍ୟ ହୋଇଛି।

ଭିଡିଓଟି ଟୁଇଟରରେ ଗତ ୧୦ ତାରିଖରେ ଶେୟାର ହୋଇଥିବା ବେଳେ ଗୋଟିଏ ଦିନରେ ୧.୫ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି। ଜଣେ ୟୁଜର ଲେଖିଛନ୍ତି, ଦୟାକରି ଏହାର ପୂରା ଭିଡିଓ ଦେଖାନ୍ତୁ। ଏହି ଭିଡିଓ ଆମ ମନରେ ଅନେକ ପ୍ରଶ୍ନବାଚୀ ଆଣୁଛି। ସେହିପରି ଆଉ ଜଣେ ୟୁଜର ଲେଖିଛନ୍ତି, କ’ଣ? ମାଛ କିପରି ଧୂଆଁ ଛାଡ଼ିପାରିବ? ଏହା ତ ମୁଁ ପ୍ରଥମଥର ଦେଖୁଛି।

Share