ପାଣିଟାଙ୍କିରେ ମାଛଚାଷ

ବୈପାରିଗୁଡା,୯।୧୧ (ଡି.ଏନ୍‌.ଏ):  ଚାଷୀଙ୍କ ବିକାଶ ପାଇଁ ସରକାରଙ୍କ ଅନେକ ଯୋଜନା ରହିଛି ା ମାତ୍ର ସେସବୁ ଦୁର୍ଗମ ଆଦିବାସୀ ଅଞ୍ଚଳରେ ପହଞ୍ଚତ୍ପାରୁନି। ମାଛଚାଷ ହେଉଛି ଏହାର ଏକ ଉଦାହରଣ। ସେମାନଙ୍କ ପାଖରେ ପୋଖରୀ ନାହିଁ କି ସମ୍ବଳ ନାହିଁ ା ମାତ୍ର ଇଛାଶକ୍ତି ରହିଛି। ଏପରି ଜଣେ ଯୁବକ ହେଉଛନ୍ତି ଲବଖିଲ (୩୫)। ସେ ଏକ ସିମେଣ୍ଟ ଟାଙ୍କିରେ ମାଗୁର ମାଛ ଚାଷ କରି ଅନ୍ୟମାନଙ୍କ ପାଇଁ ଦୃଷ୍ଟାନ୍ତ ପାଲଟିଛନ୍ତି। ତାଙ୍କ ଘର ବୈପାରିଗୁଡା ବ୍ଲକ ଅନ୍ତର୍ଗତ କାଠପଡା ପଞ୍ଚାୟତର ନିଶିନାଗୁଡା ଗ୍ରାମରେ। ଏଠାରୁ ପ୍ରାୟ ୧୦ କିମି ଦୂର ବୈପାରିଗୁଡା-ମାଲକାନାଗିରି ମୁଖ୍ୟ ରାସ୍ତାର ବାମ ପାର୍ଶ୍ୱରେ ପଡେ ନିଶନାଗୁଡା ଗ୍ରାମ। ଗ୍ରାମରେ ରହନ୍ତି ୧୦ରୁ୧୩ଟି କନ୍ଧି ପରିବାର ା ସମସ୍ତଙ୍କ ଆର୍ଥତ୍କ ଅବସ୍ଥା ଭଲ ନାହିଁ ା ଅଧିକାଂସ ଜଙ୍ଗଲରୁ ଅଙ୍ଗାର ପୋଡି ତାହା ବଜାରରେ ବିକି ଚଳନ୍ତି। ଆଦିବାସୀ ଯୁବକ ଲବ ଏକ ଦୋକାନ କରିଛନ୍ତି। ଏଥିସହ ସେ ଅଟୋ ଡ୍ରାଇଭର ଭାବେ ମଧ୍ୟ କାମ କରନ୍ତି। ତାଙ୍କର ଥିବା ଡିଜେଲ ଚାଳିତ ମିଲ୍‌ ପଛକୁ ଲାଗି ସେ ଗୋଟିଏ ପାର୍ଶ୍ୱରେ ଏକ ସିମେଣ୍ଟ ଟାଙ୍କି କରିଛନ୍ତି। ଏହି ଟାଙ୍କିରେ ସେ ଗତ ୭ ବର୍ଷ ହେବ ମାଗୁର ମାଛଚାଷ କରୁଛନ୍ତି। ପ୍ରତି ବର୍ଷ ସେ ମାଗୁର ଯାଆଁଳ ଛାଡିଥାନ୍ତି। ବର୍ଷକ ପରେ ତାହା ଧରି ବିକ୍ରି କରିଥାନ୍ତି। ବର୍ଷକ ମଧ୍ୟରେ ଏହି ମାଗୁର ପ୍ରାୟ ୧ କିଲୋରୁ ୨ କିଲୋ ପର୍ଯ୍ୟନ୍ତ ବଢିଥାନ୍ତି। ଲବ ଏହାକୁ କିଲୋ ପିଛା ୧୩୦ରୁ ୧୫୦ ଟଙ୍କା ମଧ୍ୟରେ ବିକ୍ରି କରନ୍ତି। ଦଶହରା ସମୟରେ ସ୍ଥାନୀୟ ଅଞ୍ଚଳର ଲୋକେ ଲବଙ୍କଠାରୁ ମାଗୁର କିଣି ଠାକୁରାଣୀଙ୍କ ପାଖରେ ବଳି ଦେଇଥାନ୍ତି। ତେବେ ଏହି ପାଣି ଟାଙ୍କିରେ ଲବ କେବଳ ଥରଟିଏ ମାତ୍ର ନିକଟସ୍ଥ ନଳକୂପରୁ ପାଣି ଆଣି ଭର୍ତ୍ତି କରିଥାନ୍ତି। ପରେ ଆଉ ପାଣି ବଦଳେଇ ନ ଥାନ୍ତି। ମାଛ ମାନଙ୍କ ପାଇଁ ଖାଦ୍ୟ ପାଇଁ ବଜାରର ଚିକେନ୍‌ ଦୋକାନର ବର୍ଜ୍ୟବସ୍ତୁ ଅଥବା ବେକେରି ଦୋକାନରୁ ଖରାପ ପାଉଁରୁଟି ଆଣି ବ୍ୟବହାର କରିଥାନ୍ତି। ମାଛଚାଷ କାରଣ ସଂପର୍କରେ ଲବ କହନ୍ତି, ୮ ବର୍ଷ ତଳେ ନିଜ ପିଲାଙ୍କ ଜାତି ପ୍ରମାଣପତ୍ର କାମରେ ବୈପାରିଗୁଡା ତହସିଲ୍‌ ଅଫିସକୁ ଯାଇଥିଲି। ସେତେବେଳେ ତତ୍କାଳିନ ତହସିଲଦାର ଅଫିସ୍‌ ନିକଟରେ ସୌଖିନିରେ ଏପରି ପାଣି ଟାଙ୍କିରେ ମାଗୁର ଛାଡୁଥିବା ସେ ଦେଖିଥିଲି ା ଏଥିରେ ଅନୁପ୍ରାଣିତ ହୋଇ ନିଜ ଘର ଅଗଣାରେ ସେହିପରି ପାଣି ଟାଙ୍କିଟିଏ କରିଥିଲି ା ମାତ୍ର ମାଛଯଁାଳ କେଉଁଠୁ ଆଣିବି ଚିନ୍ତା କରୁଥିବାବେଳେ ମାଲକାନାଗିରି ଜିଲାର ଜଣେ ବଙ୍ଗୀୟ ମାଛଚାଷୀ ମୋ ଆଗ୍ରହ ଦେଖି ଯାଆଁଳ ଯୋଗାଇ ଥିଲେ ବୋଲି ଲବ କହନ୍ତି। ସବୁ ଖର୍ଚ୍ଚବାଦେ ବର୍ଷକୁ ପ୍ରାୟ ୫ ହଜାର ଟଙ୍କା ଏଥିରୁ ତାଙ୍କର ରୋଜଗାର ହୋଇଥାଏ। ତାଙ୍କର କୌଣସି ରାଜସ୍ବ ଜମି ନ ଥିବାବେଳେ ନିକଟରେ ତାଙ୍କୁ ୨ ହେକ୍ଟର ଜଙ୍ଗଲ ଜମି ପଟ୍ଟା ମିଳିଛି ା ଏହି ଜମିରେ ମାଗୁର ଚାଷ ପାଇଁ ସରକାରୀ ପ୍ରୋତ୍ସାାହନ ମିଳିଲେ ସେ ଆଗକୁ ବଢି ପାରନ୍ତେ ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଐତିହାସିକ ରେକର୍ଡସ୍ତରରେ ରୁପା ମୂଲ୍ୟ: ପ୍ରଥମଥର ଟପିଲା ୨.୫ ଲକ୍ଷ

ନୂଆଦିଲ୍ଲୀ,୨୯।୧୨:ବର୍ଷ ଶେଷ ହେବାର କିଛି ଦିନ ପୂର୍ବରୁ ରୁପା ମୂଲ୍ୟ ଇତିହାସ ସୃଷ୍ଟି କରିଛି। ଦେଶର ଫ୍ୟୁଚର୍ସ ବଜାରରେ ପ୍ରଥମ ଥର ପାଇଁ ରୂପା ମୂଲ୍ୟ...

ଏହି ପ୍ରସିଦ୍ଧ କ୍ରିକେଟର୍‌ଙ୍କ ପରଲୋକ: କ୍ରିକେଟ୍‌ ଜଗତରେ ଖେଳିଗଲା ଶୋକର ଛାୟା

ଲଣ୍ଡନ,୨୯।୧୨: ଇଂଲଣ୍ଡ କ୍ରିକେଟକୁ ଏକ ବଡ଼ ଝଟକା ଲାଗିଛି। ପୂର୍ବତନ ଇଂଲଣ୍ଡ କ୍ରିକେଟର ଏବଂ ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB)ର ପୂର୍ବତନ ସିଇଓ...

ରାତି ଅନିଦ୍ରା ହୋଇ ୪ ଚୋରଙ୍କୁ ଧରିଲେ ଗ୍ରାମବାସୀ, ଆଉ ତା’ ପରେ…

ଜଗନ୍ନାଥପ୍ରସାଦ,୨୯ା୧୨: ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଅଳସୁ ଗ୍ରାମରେ ୪ ଜଣଙ୍କୁ ଚୋର ଭାବି ଗାଁ ଲୋକେ ଧରି ପୋଲିସ ଜିମା ଦେଇଛନ୍ତି। ୪...

ବଡ଼ ଟ୍ରେନ ଦୁର୍ଘଟଣା: ୧୩ ମୃତ୍ୟୁ, ଟ୍ରେନ୍‌ରେ ଥିଲେ ୨୪୧ ଯାତ୍ରୀ

ମେକ୍ସିକୋ,୨୯।୧୨: ମେକ୍ସିକୋରେ ଏକ ବଡ଼ ଟ୍ରେନ ଦୁର୍ଘଟଣା ଘଟିଛି। ଦେଶର ଓଆକ୍ସାକା ରାଜ୍ୟରେ ଏକ ଅନ୍ତଃସାଗରୀୟ ଟ୍ରେନ ଲାଇନଚ୍ୟୁତ ହେବା ଫଳରେ ଅତି କମରେ ୧୩...

ବନ୍ଦ ହେବ ରୁଷିଆ-ୟୁକ୍ରେନ ଯୁଦ୍ଧ! ୩ ଘଣ୍ଟା ଚାଲିଲା ଟ୍ରମ୍ପ-ଜେଲେନସ୍କି ସାକ୍ଷାତ, ଜାଣନ୍ତୁ କ’ଣ କହିଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨୯।୧୨:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ଏହି ବୈଠକ ୟୁକ୍ରେନ-ରୁଷିଆ ଯୁଦ୍ଧର ଅନ୍ତ ପାଇଁ...

ବିବାହ କରିବାକୁ ଯାଉଥିଲେ ନିଶ୍ଚିତ ଯାଞ୍ଚ କରନ୍ତୁ ଏସବୁ, ନଚେତ୍‌ ପରେ କରିବେ ପଶ୍ଚାତାପ

ବିବାହ ହେଉଛି ଜୀବନର ସବୁଠାରୁ ବଡ଼ ତଥା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟରୁ ଗୋଟିଏ। ଏହା କେବଳ ଦୁଇଟି ଲୋକ ମଧ୍ୟରେ ସୀମିତ ସମ୍ପର୍କ ନୁହେଁ। ଦୁଇଟି...

କଂସ ବ୍ୟସ୍ତବିବ୍ରତ, ଆଜି ରଙ୍ଗସଭା

ମଥୁରାନଗରୀ/ଗୋପପୁର,୨୯ା୧୨ (ପ୍ରେମାନନ୍ଦ ଖମାରୀ:ରବିବାର ଥିଲା ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ପଞ୍ଚମ ଦିବସ। ଉଭୟ ମଥୁରାନଗରୀ ଏବଂ ଗୋପପୁର ଦୃଶ୍ୟାଭିନୟ ଚିତ୍ତାକର୍ଷକ ଥିଲା।...

ଫ୍ରେଞ୍ଚ ଅଭିନେତ୍ରୀ ବ୍ରିଗିଟ୍ଟେ ବାର୍ଡୋଟଙ୍କ ପରଲୋକ

ପ୍ୟାରିସ୍‌,୨୯ା୧୨:୫୦ ଦଶକରେ ଫ୍ରେଞ୍ଚ୍‌ ସିନେମାରେ ବିପ୍ଳବ ଆଣିବା ସହ ଯୌନ ଉଦାରତାର ପ୍ରତୀକ ପାଲଟିଥିବା ଅଭିନେତ୍ରୀ ବ୍ରିଗିଟ୍ଟେ ବାର୍ଡୋଟଙ୍କର ପରଲୋକ ହୋଇଯାଇଛି। ତାଙ୍କୁ ୯୧ ବର୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri