୧,୪୪୮ କିଲୋମିଟର ପହଁରିବାରେ ପ୍ରଥମ ମହିଳା

ଲଣ୍ଡନ, ୨୧/୧୦:ନର୍ଥ ୟୋର୍କଶାୟର ଥିରସ୍କ ସହରର ଜସ୍ମିନ୍‌ ହାରିସନ୍‌ (୨୩) ବିଶ୍ୱର ପ୍ରଥମ ମହିଳା ଭାବେ ସର୍ବାଧିକ ୯୦୦ ମାଇଲ (୧୪୪୮ କିଲୋମିଟର) ପହଁରି ରେକର୍ଡ କରିଛନ୍ତିିିି। ଦେଶର ପଶ୍ଚିମ ତଟ ଦେଇ ସେ ‘ଲ୍ୟାଣ୍ଡ୍‌ସ ଏଣ୍ଡ୍‌’ ରୁ ‘ଜନ୍‌ ଓ’ଗ୍ରୋଟ୍‌ସ’ ପର୍ଯ୍ୟନ୍ତ ପହଁରିଥିଲେ। ଏହି ଦୂରତା ବ୍ରିଟେନ୍‌ର ଦୈର୍ଘ୍ୟ ସହ ସମାନ। ଜୁଲାଇ ୧ରେ ଜସ୍ମିନ୍‌ ପହଁରା ଆରମ୍ଭ କରିଥିଲେ। ଦିନକୁ ୧୨ ଘଣ୍ଟା ପହଁରି ସେ ପ୍ରାୟ ୧୧୦ ଦିନରେ ୯୦୦ ମାଇଲ ଅତିକ୍ରମ କରିଥିଲେ। ୨୦୨୧ରେ ସେ ଏକୁଟିଆ ଆଟ୍‌ଲାଣ୍ଟିକ୍‌ ସାଗରରେ ପହଁରି ସର୍ବକନିଷ୍ଠା ଭାବେ ବିରଳ ରେକର୍ଡ କରିଥିଲେ। ଏବେ ସେ ଆଉ ଏକ ରେକର୍ଡ ନିଜ ନାଁରେ କରିଛନ୍ତି।

Share