Categories: ଜାତୀୟ

ଚନ୍ଦ୍ରକୁ ପ୍ରଥମ ମହିଳା ପଠାଇବେ ବେଜୋସ୍‌

ନୂଆଦିଲ୍ଲୀ, ୯।୧୨: ଆମାଜନ୍‌ର ପ୍ରତିଷ୍ଠାତା ଜେଫ୍‌ ବେଜୋସ୍‌ଙ୍କ ମହାକାଶ କମ୍ପାନୀ ‘ବ୍ଲୁ ଅରିଜିନ୍‌’ ଚନ୍ଦ୍ରପୃଷ୍ଠକୁ ପ୍ରଥମ ମହିଳା ପଠାଇବାକୁ ଯାଉଛି। ଏହି କମ୍ପାନୀ ଦ୍ୱାରା ନିର୍ମିତ ଲୁନାର ଲ୍ୟାଣ୍ଡର ୨୦୨୪ ସୁଦ୍ଧା ଚନ୍ଦ୍ରକୁ ମହାକାଶଚାରୀ ପଠାଇବାକୁ ସମର୍ଥ। ଏନେଇ ନାସା ଖୁବ୍‌ ଶୀଘ୍ର ନିଷ୍ପତ୍ତି ଘୋଷଣା କରିବ। ପ୍ରଥମ ମହିଳାଙ୍କୁ ନେଇ ଚନ୍ଦ୍ରପୃଷ୍ଠକୁ ଯିବାକୁ ଥିବା ରକେଟ ଇଞ୍ଜିନ୍‌ (ବିଇ-୭) ପରୀକ୍ଷାର ଏକ ଭିଡିଓ ଶୁକ୍ରବାର ବେଜୋସ୍‌ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଥିଲେ। ଏଥିପାଇଁ ପୂରା ଦମ୍‌ରେ ପ୍ରସ୍ତୁତି ଚାଲିଛି ବୋଲି ସେ କହିଥିଲେ। ଏହା ତରଳ ଉଦ୍‌ଜାନ ଓ ତରଳ ଅମ୍ଳଜାନ ଇନ୍ଧନରେ ଚାଲିବାକୁ ଥିବା ଲୁନାର ଲ୍ୟାଣ୍ଡିଂ ଇଞ୍ଜିନ୍‌। ଏହା ସର୍ବାଧିକ ୧୦ ହଜାର ଆଇବିଏଫ୍‌ ଶକ୍ତି ସୃଷ୍ଟି କରିବ। ଏହା ବ୍ଲୁ ଅରିଜିନ୍‌ର ଜାତୀୟ ଟିମ୍‌ ଏଚ୍‌ଏଲ୍‌ଏସ୍‌ ଲୁନାର ଲ୍ୟାଣ୍ଡରକୁ ଶକ୍ତି ଯୋଗାଇବ।

Share