Posted inଜାତୀୟ

ପ୍ରଥମେ ସ୍ବାମୀଙ୍କ ଦୀର୍ଘାୟୁ କାମନା, ପରେ ହତ୍ୟା

ଲକ୍ଷ୍ମୌ/ଜୟପୁର,୨୨ା୧୦: ଉତ୍ତର ପ୍ରଦେଶର କୌଶାମ୍ବି ଜିଲା କଡ଼ା ଧାମ ଥାନା ଅନ୍ତର୍ଗତ ଇସ୍ମାଇଲପୁର ଗ୍ରାମରୁ ଏକ ଲଜ୍ଜାକର ଘଟଣା ସାମ୍‌ନାକୁ ଆସିଛି। ସ୍ବାମୀଙ୍କ ସହ ସାତଜନ୍ମର ସମ୍ପର୍କ ନିଭାଇବା ପାଇଁ ଶପଥ ନେଇଥିବା ଜଣେ ମହିଳା ତାଙ୍କ ସ୍ବାମୀଙ୍କ ଦୀର୍ଘାୟୁ କାମନା କରି କରବାଚୌଥ ବ୍ରତ ରଖିଥିଲେ। ପରେ ସେ ନିଜ ସ୍ବାମୀଙ୍କୁ ଖାଦ୍ୟରେ ବିଷ ଦେଇ ହତ୍ୟା କରିଛନ୍ତି।

କରବାଚୌଥ ଅବସରରେ ଇସ୍ମାଇଲପୁର ଗ୍ରାମର ଶୈଲେଶ କୁମାର(୩୨)ଙ୍କ ଦୀର୍ଘାୟୁ କାମନା କରି ତାଙ୍କ ସ୍ତ୍ରୀ ସବିତା ବ୍ରତ ରଖିଥିଲେ। ପରମ୍ପରା ଅନୁଯାୟୀ, ସାରେ ସବିତା ସ୍ବାମୀ ଶୈଲେଶଙ୍କ ମୁଖ ଦେଖି ବ୍ରତ ଭାଙ୍ଗିଥିଲେ। କିନ୍ତୁ ଏହି ସମୟରେ ଶୈଲେଶ ଓ ସବିତାଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ତେବେ ଏହି ଝଗଡ଼ା କିଛି ସମୟ ପରେ ଶାନ୍ତ ପଡ଼ିଥିଲା। ରାତିରେ ସବିତା ଶୈଲେଶଙ୍କ ପାଇଁ ଖାଦ୍ୟ ରାନ୍ଧି ତାଙ୍କୁ ପରଷିଥିଲେ।

ଶୈଲେଶ ଖାଉଥିବା ସମୟରେ ପଡ଼ୋଶୀଙ୍କ ଘରକୁ ଯାଉଛି କହି ସବିତା ଫେରାର ହୋଇଯାଇଥିଲେ। ଖାଇବା ପରେ ଶୈଲେଶ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ପରିବାର ଲୋକେ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଶୈଲେଶଙ୍କ ଭାଇ ଅଖିଲେଶ କହିଛନ୍ତି, ହସ୍ପିଟାଲରେ ମୃତ୍ୟୁ ପୂର୍ବରୁ ଶୈଲେଶ ଏକ ଭିଡିଓ କରି ସ୍ତ୍ରୀ ସବିତା ତାଙ୍କ ଖାଦ୍ୟରେ ବିଷ ମିଶାଇଥିଲେ ବୋଲି କହିଛନ୍ତିି। ଏହାର ତୁରନ୍ତ ପରେ ଭାଇ ଶୈଲେଶଙ୍କର ମୃତ୍ୟୁ ଘଟିଥିବା ନେଇ ସେ କହିଛନ୍ତି। ଘଟଣା ସମ୍ପର୍କରେ ସୂଚନା ପାଇ ପୋଲିସ ଉକ୍ତ ହସ୍ପିଟାଲରେ ପହଞ୍ଚିବା ସହ ଶୈଲେଶଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ସେହିପରି ଶୈଲେଶଙ୍କ ପରିବାରର ଅଭିଯୋଗ ଅନୁଯାୟୀ, ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ତେବେ ସୋମବାର ଅଭିଯୁକ୍ତା ସବିତାଙ୍କୁ ପୋଲିସ ଗିରଫ କରିବାରେ ସକ୍ଷମ ହୋଇଛି। ସବିତାଙ୍କୁ ପଚରାଉଚରା କରି କଡ଼ା ଧାମ ଥାନା ପୋଲିସ ତଦନ୍ତ ଜାରି ରଖିଛି। ମୃତ୍ୟୁ ପୂର୍ବରୁ ଶୈଲେଶଙ୍କ ଭିଡିଓକୁ ନେଇ ମଧ୍ୟ ପୋଲିସ ଯାଞ୍ଚ କରୁଛି। ଶୈଲେଶଙ୍କର ଅନ୍ୟ ମହିଳାଙ୍କ ସହ ପରକୀୟା ପ୍ରୀତି ଥିବା ସନ୍ଦେହ କରି ସବିତା ଏହି ହତ୍ୟା ଘଟାଇଛନ୍ତି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ପୋଲିସ କହିଛି।

ଅନ୍ୟପକ୍ଷେ କର୍‌ବାଚୌଥ ଅବସରରେ ରାଜସ୍ଥାନର ଜୟପୁରର ହରମାଡ଼ା ଅଞ୍ଚଳରୁ ମଧ୍ୟ ଏକ ଦୁଃଖଦ ଘଟଣା ସାମ୍‌ନାକୁ ଆସିଛି। କରବାଚୌଥ ଦିନ ହରମାଡ଼ା ଅଞ୍ଚଳର ନିବାସୀ ଘନଶ୍ୟାମ ବୁନ୍‌କର(୩୮) ବିଳମ୍ବରେ ଘରେ ପହଞ୍ଚିବାରୁ ତାଙ୍କ ସ୍ତ୍ରୀ ମୋନିକା(୩୫) ଏଥିରେ ଉତ୍‌କ୍ଷିପ୍ତ ହୋଇଥିଲେ। ଫଳରେ ଏହି ଦମ୍ପତିଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଝଗଡ଼ାର କିଛି ସମୟ ପରେ ଘନଶ୍ୟାମ ମୋନିକାଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ରାଗରେ ଘର ଛାଡ଼ି ଦ୍ରୁତଗତିରେ ଆସୁଥିବା ଏକ ଟ୍ରେନ୍‌ ଆଗକୁ ଡେଇଁ ଆତ୍ମହତ୍ୟା କରିଥିଲେ। ସୋମବାର ସ୍ତ୍ରୀ ମୋନିକାଙ୍କ ମୃତ୍ୟୁ ଖବର ଜାଣି ଘନଶ୍ୟାମ ଦୁଃଖରେ ମ୍ରିୟମାଣ ହୋଇ ପଡ଼ିଥିଲେ। ପରେ ସେ ତାଙ୍କ ଘରେ ସ୍ତ୍ରୀଙ୍କ ଶାଢ଼ିରେ ଝୁଲି ଆତ୍ମହତ୍ୟା କରିଛନ୍ତି। ଜୟପୁର ପୋଲିସ ଉଭୟ ମୋନିକା ଓ ଘନଶ୍ୟାମଙ୍କ ଆତ୍ମହତ୍ୟାର ତଦନ୍ତ ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri