କଳିଙ୍ଗନଗର, ୨୩।୧୦ (ଶୁଭାଶିଷ ରାଉତ): ଦ୍ୱିତୀୟ ବିବାହ କରିବାକୁ ଉଦ୍ୟମ କରୁଥିବା ବେଳେ ସ୍ୱାମୀଙ୍କୁ ଅଟକାଇଲେ ପ୍ରଥମ ସ୍ତ୍ରୀ। ଏଭଳି ଏକ ଅପ୍ରୀତିକର ଘଟଣା ଯାଜପୁର ଜିଲା ଧର୍ମଶାଳା ବ୍ଲକ ଜାରକାସ୍ଥିତ ତ୍ରିନାଥ ମନ୍ଦିରରେ ଦେଖିବାକୁ ମିଳିଛି।
ସୂଚନା ମୁତାବକ, ଭୁବନେଶ୍ୱରର ସୁନ୍ଦରପଦା ଅଞ୍ଚଳର ଚକ୍ରଧର ପଣ୍ଡାଙ୍କ ଝିଅ ସୁଚିସ୍ମିତା ପଣ୍ଡାଙ୍କ ବିବାହ ୨୦୧୭ ନଭେମ୍ବର ୨୪ ତାରିଖରେ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳର ଗୋଲକ ପାଢ଼ୀଙ୍କ ପୁଅ ବିଭୁଦେନ୍ଦ୍ର ପାଢ଼ୀଙ୍କ ସହ ହୋଇଥିଲା। ଏହି ଦମ୍ପତିଙ୍କର ଏକ ଆଠ ବର୍ଷର ଝିଅ ମଧ୍ୟ ଅଛି।
ତେବେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଛାଡ଼ପତ୍ରକୁ ନେଇ କୋର୍ଟରେ ମାମଲା ବିଚାରାଧୀନ ରହିଛି। ଏଭଳି ସ୍ଥିତିରେ ବିଭୁଦେନ୍ଦ୍ର ଅନ୍ୟ ଜଣେ ଯୁବତୀଙ୍କୁ ଦ୍ୱିତୀୟ ବିବାହ କରିବା ପାଇଁ ଶୁକ୍ରବାର ଜାରକାସ୍ଥିତ ତ୍ରିନାଥ ମନ୍ଦିରକୁ ଆସିଥିଲେ। ଏ ସମ୍ପର୍କରେ ଖବର ପାଇ ସୁଚିସ୍ମିତା ନିଜ ସମ୍ପର୍କୀୟଙ୍କ ସହ ମନ୍ଦିରରେ ପହଞ୍ଚି ବିବାହ ଉଦ୍ୟମକୁ ବିରୋଧ କରିବା ସହ ତାଙ୍କୁ ଅଟକାଇଥିଲେ। ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବିଭୁଦେନ୍ଦ୍ରଙ୍କୁ ଥାନାକୁ ନେଇଥିବା ଜଣାପଡ଼ିଛି।