Categories: ଖେଳ

ସାଧାରଣତନ୍ତ୍ର ଦିବସରେ ଭାରତର ପ୍ରଥମ ବିଜୟ, କୋହଲିଙ୍କ ଯୋଗୁ ମିଳିଥିଲା ଐତିହାସିକ ଉପଲବ୍ଧି

ନୂଆଦିଲ୍ଲୀ,୨୬।୧: ଭାରତ ପାଇଁ ୨୬ ଜାନୁୟାରୀ ଏକ ଐତିହାସିକ ଦିନ। ଏହି ଦିନ ମଇଦାନରେ ମିଳିଥିବା ସଫଳତା ବେଶ ଗୁରୁତ୍ୱ ରଖିଥାଏ। ସେଭଳି ଗୋଟିଏ ହେଉଛି କ୍ରିକେଟ୍‌ ମ୍ୟାଚ୍‌। ସାଧାରଣତନ୍ତ୍ର ଦିବସରେ କେବେ ଭାରତ ପ୍ରଥମ ଥର ପାଇଁ କେବେ ଜିତିଥିଲା ଜାଣନ୍ତି କି?

୧୯୬୮ରୁ ୨୦୧୫ ପର୍ଯ୍ୟନ୍ତ ଭାରତୀୟ କ୍ରିକେଟ୍‌ ଟିମ୍‌ ୨୬ ଜାନୁୟାରୀରେ ଗୋଟିଏ ମ୍ୟାଚ୍‌ ଜିତି ନ ଥିଲା। ଏହି ସମୟ ମଧ୍ୟରେ ଦଳ ୪ଟି ଅନ୍ତଃରାଷ୍ଟ୍ରୀୟ ମ୍ୟାଚ୍‌ ଖେଳି ସାରିଥିଲା। ହେଲେ ସବୁଥିରେ ପରାଜିତ ହୋଇଥିଲା। ହେଲେ ୨୦୧୬ ସାଧାରଣତନ୍ତ୍ର ଦିବସରେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ରେ ମିଳିଥିଲା ସଫଳତା।

ପୂର୍ବରୁ ଭାରତ ଏହି ଦିନ ଖେଳିଥିବା ସମସ୍ତ ମୁକାବିଲା ଅଷ୍ଟ୍ରେଲିଆ ବିପକ୍ଷରେ ଥିଲେ ହେଁ ୨୦୧୬ ମ୍ୟାଚ୍‌ରେ ଜିତାପଟ ମିଳିଥିଲା। ଆଡିଲେଡ୍‌ରେ ଖେଳାଯାଇଥିଲା ଉକ୍ତ ମ୍ୟାଚ୍‌। ଜସପ୍ରିତ ବୁମ୍‌ରା ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ଏଥିରେ ଟି୨୦ ଡେବ୍ୟୁ କରିଥିଲେ।

ମହେନ୍ଦ୍ର ସିଂହ ଧୋନୀଙ୍କ ଅଧିନାୟକତ୍ୱରେ ଅଷ୍ଟ୍ରେଲିଆ ଟିମ୍‌ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଭାରତୀୟ ଟିମ୍‌ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୩ ଉଇକେଟ ହରାଇ ୧୮୮ ରନ୍‌ କରିଥିଲା। ବିରାଟ ଏଥିରେ ସର୍ବାଧିକ ୯୦ ରନ୍‌ କରିଥିଲେ। ଏହାର ଜବାବ ଦେବାକୁ ଯାଇ ଅଷ୍ଟ୍ରେଲିଆ ଟିମ୍‌ ୧୯.୩ ଓଭରରେ ୧୫୧ ରନ୍‌ କରି ସମସ୍ତ ଉଇକେଟ ହରାଇଥିଲା। ଶେଷରେ ବିରାଟଙ୍କୁ ମ୍ୟାନ୍‌ ଅଫ୍‌ ଦ ମ୍ୟାଚ୍‌ ଭାବେ ଚୟନ କରାଯାଇଥିଲା। ସାଧାରଣତନ୍ତ୍ର ଦିବସରେ ଏହି ବିଜୟ ଇତିହାସ ରଚିଥିଲା।

Share