ଦିଲ୍ଲୀ ଏମ୍ସ୍‌ର କରୋନା ଯୋଦ୍ଧା ନେଲେ ପ୍ରଥମ ଟିକା

ନୂଆଦିଲ୍ଲୀ,୧୬।୧: ଦେଶରେ ଶନିବାରଠାରୁ ସାର୍ବଜନୀକ କରୋନା ଟିକାକରଣ ଅଭିଯାନ ଆରମ୍ଭ ହୋଇଛି। ପ୍ରଥମ ଟିକା ଦିଲ୍ଲୀ ଏମ୍ସ୍‌ର କରୋନା ଯୋଦ୍ଧାଙ୍କୁ ଦିଆଯାଇଛି। ହସ୍ପିଟାଲର ସଫେଇ କର୍ମଚାରୀ ମନିଶ କୁମାର ପ୍ରଥମେ ଟିକା ନେଇଛନ୍ତି। ଏହି ଅବସରରେ କେନ୍ଦ୍ରୀୟ ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ, ଏମ୍ସ୍‌ର ନିର୍ଦ୍ଦେଶକ ଡ. ରଣଦୀପ୍‌ ଗୁଲେରିଆ ଏବଂ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ରଣଦୀପ୍‌ ମଧ୍ୟ କରୋନା ଟିକା ନେଇଛନ୍ତି। ଏହି ଅବସରରେ ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, କରୋନା ବିରୋଧରେ ଜାରି ରହିଥିବା ଲଢ଼େଇରେ ଟିକା ସଞ୍ଜିବନୀ ଭଳି କାମ ଦେବ। ଏବେ ଲଢ଼େଇ ଅନ୍ତିମ ତଥା ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚିଥିବା ସେ କହିଛନ୍ତି।

Share