ଆଗ ଗଛ

ବର୍ତ୍ତମାନ ସମୟର ଇଏ ସବୁଠାରୁ ବଡ଼ ଆହ୍ବାନ। ଆମେ ସବୁ କାମକୁ ପଛରେ ପକାଇ ଆଗ ଗଛ ଲଗାଇବା ଉପରେ ପ୍ରାଧାନ୍ୟ ଦେବା। ଗଛ ଲଗାଇବା, ତା’ର ଯତ୍ନ ନେବା ଓ ତା’ର ସୁରକ୍ଷା କରିବା। କାରଣ ପରିବେଶ ପ୍ରଦୂଷଣଜନିତ ଯେଉଁସବୁ ଅସୁବିଧାର ସମ୍ମୁଖୀନ ହେଉଛେ ସେଥିରୁ ମୁକୁଳିବାକୁ ହେଲେ ବହୁ ପରିମାଣରେ ଗଛ ଲଗାଇବା ଆବଶ୍ୟକ। ବିନା ବିଚାରରେ ଆମେ ଗଛଲତାଗୁଡିକୁ କାଟିଚାଲିଛେ। ଜଙ୍ଗଲରେ ନିଆଁ ଲଗାଇ ଗଛଲତାଗୁଡିକୁ ପୋଡି ମାରି ଦେଉଛେ। ନିଜେ ସଚେତନ ହେବା ସହିତ ଲୋକଙ୍କୁ ସଚେତନ କରିବା ନିହାତି ଜରୁରୀ। ଗଛ ବଞ୍ଚିଲେ, ଆମେ ବଞ୍ଚିବା। ଏହି ଧାରଣା ସମସ୍ତଙ୍କ ମନକୁ ଛୁଇଁବା ଦରକାର। ଗଛର ଉପକାରିତା ବିଷୟରେ ଯଦି ଆଲୋଚନା କରିବା ତେବେ ମଣିଷ ବଞ୍ଚି ରହିବା ପାଇଁ ଆବଶ୍ୟକ ହେଉଥିବା ମୌଳିକ ଉପାଦାନଗୁଡିକ ଏହି ବୃକ୍ଷରାଜି ପ୍ରଦାନ କରନ୍ତି। ମଣିଷର ଖାଦ୍ୟ, ବସ୍ତ୍ର, ବାସଗୃହ ସହିତ ଜଳ ଓ ବାୟୁ ସବୁ ପ୍ରାଣୀଜଗତର ବଞ୍ଚିବା ପାଇଁ ଆବଶ୍ୟକ। ଶ୍ୱାସକ୍ରିୟା ପାଇଁ ଆବଶ୍ୟକ ଅମ୍ଳଜାନ ଗଛଠାରୁ ମିଳିଥାଏ। ଯେଉଁ ସ୍ଥାନଗୁଡ଼ିକରେ ଗଛନାହିଁ। ସେଠାରେ ବିଶୁଦ୍ଧ ଅମ୍ଳଜାନ ପାଇବା କଷ୍ଟକର ହୋଇପଡ଼େ। ପରିବେଶକୁ ଭାରାକ୍ରାନ୍ତ କରୁଥିବା ଅଙ୍ଗାରକାମ୍ଳକୁ ଗ୍ରହଣ କରିନେଇ ପରିବେଶକୁ ପ୍ରଦୂଷଣ ମୁକ୍ତ କରିବାରେ ଗଛର ଭୂମିକା ଖୁବ୍‌ ଗୁରୁତ୍ୱପୂର୍ଣ୍ଣ। ଜଳ କଥା ଯଦି ଆଲୋଚନା କରିବା ତେବେ,ଏହା ମଧ୍ୟ ଏହି ଗଛଗୁଡ଼ିକ ଦ୍ୱାରା ସୃଷ୍ଟି ହୋଇଥାଏ। ଗଛଲତା ବର୍ଷା ହେବାରେ ମୁଖ୍ୟ ଭୂମିକା ନିଭାଇଥାଆନ୍ତି। ଗଛଲତା ନ ଥିବା ଅଞ୍ଚଳରେ ବର୍ଷାର ପରିମାଣ କମ୍‌ ହୋଇଥାଏ ।
ଅନେକ ଲୋକ ଏହି ଜଙ୍ଗଲଜାତ ଦ୍ରବ୍ୟକୁ ନେଇ ସେମାନଙ୍କର ଜୀବିକା ନିର୍ବାହ କରନ୍ତି। ମୁଖ୍ୟତଃ ପାହାଡ ଜଙ୍ଗଲରେ ରହୁଥିବା ଆଦିବାସୀ ସମ୍ପ୍ରଦାୟର ଲୋକମାନେ ଏଗୁଡିକ ଉପରେ ବେଶି ନିର୍ଭରଶୀଳ।
ଏତେ ସବୁ ଉପକାରିତା ଥିବା ସତ୍ତ୍ୱେ ଗଛଲତା ଉପରେ ମଣିଷର ଅତ୍ୟାଚାର ବଢି ବଢି ଚାଲିଛି। ବର୍ତ୍ତମାନ ସମୟର ସବୁଠାରୁ ବଡ ସମସ୍ୟା ହେଲା ଜଙ୍ଗଲ ନିଆଁ। ବିଭିନ୍ନ କାରଣରୁ ଜଙ୍ଗଲରେ ନିଆଁ ଲାଗିଥାଏ। ଆଦିବାସୀମାନେ ମହୁଲ ସଂଗ୍ରହ ପାଇଁ ମହୁଲଗଛ ମୂଳକୁ ନିଆଁ ଲଗାଇ ସଫା କରନ୍ତି। ସେହି ନିଆଁ ଜଙ୍ଗଲକୁ ବ୍ୟାପିଯାଏ। ପୋଡୁ ଚାଷ ପାଇଁ ମଧ୍ୟ ଜଙ୍ଗଲର ବିଭିନ୍ନ ଜାଗାକୁ ନିଆଁ ଲଗାଇ ସଫା କରିଦିଅନ୍ତି। ଏହା ଫଳରେ ଅନେକ ଛୋଟ ବଡ ଗଛ ଜଳିପୋଡ଼ି ନଷ୍ଟ ହୋଇଯାଏ। କାଠ ମାଫିଆମାନେ ମୂଲ୍ୟବାନ କାଠ ସଂଗ୍ରହ ପାଇଁ ଜଙ୍ଗଲରେ ନିଆଁ ଲଗାଇ ସଫା କରିଦିଅନ୍ତି। ଏଗୁଡିକ ବ୍ୟତୀତ ଆଜିକାଲି ବହୁ ପରିମାଣରେ ଗଞ୍ଜେଇ ଚାଷ ଜଙ୍ଗଲ ମଧ୍ୟରେ କରାଯାଉଛି। ଅବକାରୀ ବିଭାଗର ଧରପଗଡ଼ରୁ ମୁକ୍ତିପାଇଁ ଜଙ୍ଗଲକୁ ନିରାପଦ ସ୍ଥାନ ବୋଲି ବିବେଚନା କରି ମାଫଆମାନେ ଜଙ୍ଗଲକୁ ପ୍ରଥମେ ନିଆଁ ଲଗାଇ ସଫା କରନ୍ତି। ବନୀକରଣ ପାଇଁ ଜଙ୍ଗଲରେ ଯେଉଁ ଗଛ ଲଗାଯାଇଥାଏ, ତାହା ସଫଳ ହୋଇ ନ ଥାଏ। ସେହି ବିଫଳତାକୁ ଲୁଚାଇବା ପାଇଁ, ପ୍ରମାଣ ନଷ୍ଟ ଲାଗି ଜଙ୍ଗଲରେ ନିଆଁ ଲଗାଇଦିଅନ୍ତି। ଏହିପରି ବିଭିନ୍ନ କାରଣରୁ ଗଛଲତାଗୁଡ଼ିକୁ ନଷ୍ଟ କରିଦେବା ଫଳରେ, ସେମାନଙ୍କଠାରୁ ପାଉଥିବା ବିଭିନ୍ନ ଉପକାର ପାଇବାରେ ସମସ୍ୟା ଦେଖାଦେଉଛି। ସବୁବେଳେ ଗଛର ସୁରକ୍ଷା ଚିନ୍ତା ନ କରି ସେମାନଙ୍କର ଧ୍ୱଂସ ସାଧନ କରିବା ଦ୍ୱରା ନିଜ ବେକରେ ନିଜେ କୁରାଢ଼ି ମାରିବା ପରି ହେଉଛି।
ଗଛଟିଏ ଲଗାଇବା ଯେତିକି ଆବଶ୍ୟକ ତା’ଠାରୁ ବେଶି ଆବଶ୍ୟକ ଗଛଟିଏ ବଞ୍ଚାଇବା। ସବୁବର୍ଷ ଯେତିକି ଗଛ ଲଗାଯାଉଛି, ଯଦି ସେଥିରୁ ୧୦ ଭାଗ ବଞ୍ଚିରହନ୍ତା ତା’ହେଲେ ଅନେକ ସଫଳତା ମିଳିପାରନ୍ତା। ତାହା କିନ୍ତୁ ହେଉ
ନାହିଁ। ଦୁଃଖର କଥା ଏବର୍ଷ ଯେଉଁଠାରେ ୧୦୦ ଗଛ ଲାଗିଛି, ଆର ବର୍ଷକୁ ପୁଣି ସେହି ସ୍ଥାନରେ ୧୦୦ ଗଛ ଲାଗୁଛି। ତେବେ କିଛି ବି ସଫଳତା ଆମେ ପାଇପାରୁନାହିଁ। ଖାଲି ସରକାରୀ ଅର୍ଥର ବିନିଯୋଗ ହେଉଛି। ନିଜ ଘରେ ଗଛଟିଏ ଲଗାଇଲେ ଯେପରି ତା’ର ଯତ୍ନ ନେଉଛୁ, ସରକାର ମଧ୍ୟ ଯେତେ ଗଛ ଲଗାଉଛନ୍ତି ସେଗୁଡିକର ଉପଯୁକ୍ତ ଯତ୍ନନେଲେ, ବନୀକରଣ ସଫଳ ହେବା ସହିତ ପରିବେଶ ପ୍ରଦୂଷଣକୁ ବହୁ ପରିମାଣରେ ରୋକାଯାଇ ପାରନ୍ତା। ଆମେ ସମସ୍ତେ ଖାଲି ଗଛପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛେ। ପାଟିରେ ଖାଲି ମିଠା କଥା କହୁଛେ। ଗଛକୁ ନେଇ ଅନେକ କାହଣୀ ତିଆରିକରି ପାରୁଛେ, କିନ୍ତୁ ବାସ୍ତବ ଚିତ୍ର ଅଲଗା। ସମସ୍ତେ ଏକ ମନ ଏକ ପ୍ରାଣ ହୋଇ ପରିବେଶ କଥା ଚିନ୍ତା କରିବା କଥା। ପରିବେଶକୁ ନେଇ ବୈଜ୍ଞାନିକମାନେ ଯେଉଁ ଆକଳନ କଲେଣି, ଆଗାମୀ କିଛି ବର୍ଷ ମଧ୍ୟରେ ପୃଥିବୀର ତାପମାତ୍ରା ୫୦ ଡିଗ୍ରୀ ପାର ହୋଇ ଶୀର୍ଷକୁ ଛୁଇଁବ। ସବୁ କାମକୁ ପଛରେ ପକାଇ, ଗଛ ଲଗାଇବା ଓ ତା’ର ଉପଯୁକ୍ତ ଯତ୍ନ ନେବାକୁ ପ୍ରାଧାନ୍ୟ ଦେବା ସମସ୍ତଙ୍କର ଏକମାତ୍ର ଲକ୍ଷ୍ୟହେବା ଆବଶ୍ୟକ।

ସତ୍ୟନାରାୟଣ ଦେହୁରୀ
ରାଧାନଗର, ବୌଦ୍ଧ
ମୋ:୯୯୩୮୭୫୮୩୫୩

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଶାନ୍ତି ଆଲୋଚନା ବିଫଳ ହେବା ପରେ ରାଗିଗଲେ ଟ୍ରମ୍ପ! ଇରାନକୁ ଚରମବାଣୀ, ‘ପରମାଣୁ ବୋମା…’

ଓ୍ବାଶିଂଟନ,୧୨ା୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷକୁ ବନ୍ଦ କରିବା ଉଦ୍ଦେଶ୍ୟରେ ପାକିସ୍ତାନର ଇସଲାମାବାଦରେ ଇସ୍ରାଏଲ, ଆମେରିକା ଏବଂ ଇରାନ ମଧ୍ୟରେ ହୋଇଥିବା ଆଲୋଚନା ବୈଠକ ସମ୍ପୁର୍ଣ୍ଣ ଭାବେ ଫେଲ୍…

SBI ଗ୍ରାହକ ହୁଅନ୍ତୁ ସତର୍କ!ଟଙ୍କା ରଖିଥିଲେ ଜାଣି ନିଅନ୍ତୁ…

ଦେଶରେ ସର୍ବବୃହତ ସାର୍ବଜନୀନ ବ୍ୟାଙ୍କ ଭାବରେ ଏସବିଆଇର ଆଦୃତି ରହିଛି । ଅନେକ ଲୋକମାନଙ୍କ ଏହି ବ୍ୟାଙ୍କରେ ବିଭିନ୍ନ ଆକାଉଣ୍ଟ ରହିଛି । ବର୍ତ୍ତମାନ ବ୍ୟାଙ୍କ ଗୋଟିଏ…

ଲକ୍ଷ୍ନୌକୁ ହରାଇଲା ଗୁଜରାଟ

ଲକ୍ଷ୍ନୌ,୧୨ା୪: ପ୍ରସିଦ୍ଧ କ୍ରିଷ୍ଣାଙ୍କ ଦମ୍‌ଦାର ବୋଲିଂ ବଳରେ ଗୁଜରାଟ ଟାଇଟନ୍ସ ୭ ଉଇକେଟରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ(ଏଲ୍‌ଏସ୍‌ଜି)କୁ ପରାସ୍ତ କରିଛି। ଏହା ଗୁଜରାଟର ୪ ମ୍ୟାଚ୍‌ରେ ଦ୍ୱିତୀୟ…

ଜଳିଗଲା ୩ ପରିବାରର ଗୁହାଳ ଘର, ୨ ବଳଦ ଜୀବନ୍ତ ଦଗ୍ଧ 

ଦିଗପହଣ୍ଡି,୧୨।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ବୋରିପଦର ଗ୍ରାମରେ ଅଗ୍ନିକାଣ୍ଡ । ରବିବାର ଅପରାହ୍ନରେ ନିଆଁ ଲାଗି ୩ଟି ପରିବାରର ଗୁହାଳ…

ଭୀମ ଭୋଇ ମେଡିକାଲରେ ରୋଗୀଙ୍କ ମୋବାଇଲ୍ ଚୋରି କରୁଥିଲା ଚୋର, ହାତ ବାନ୍ଧି ଉତ୍ତମ ମଧ୍ୟମ ଦେଲେ ଲୋକେ

ବଲାଙ୍ଗୀର,୧୨।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଭୀମଭୋଇ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଦିନକୁ ଦିନ ଚୋରି ଘଟଣା ବଢିବାରେ ଲାଗିଛି । ନିଶାସେବନ କରି କିଛି ଅସାମାଜିକ…

LPGକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଏଣିକି ତେଲ-ଗ୍ୟାସ ସପ୍ଲାଏରେ…

ନୂଆଦିଲ୍ଲୀ,୧୨।୪: ପଶ୍ଚିମ ଏସିଆରେ ଉତ୍ତେଜନା ମଧ୍ୟରେ, ଭାରତ ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି ଏବଂ ସାଧାରଣ ଜନତାଙ୍କୁ ଆଶ୍ୱସ୍ତି ପ୍ରଦାନ କରିବା ପାଇଁ ଅନେକ ପଦକ୍ଷେପ ନେଉଛନ୍ତି।…

‘ସବୁକିଛି ଶେଷ…’ ଲେବାନନ୍ ଉପରେ ବଡ଼ ଆକ୍ରମଣ କଲା ଇସ୍ତ୍ରାଏଲ, ସମ୍ପୂର୍ଣ୍ଣ ଗାଁ ଧ୍ୱଂସ

ନୂଆଦିଲ୍ଲୀ,୧୨।୪:  ଇରାନ ଏବଂ ଆମେରିକା ମଧ୍ୟରେ ଦୁଇ ସପ୍ତାହ ଧରି ଯୁଦ୍ଧବିରତି ହୋଇଥିବା ସତ୍ତ୍ୱେ, ଇସ୍ରାଏଲ ଲେବାନନ ଉପରେ ନିରନ୍ତର ଆକ୍ରମଣ ଆରମ୍ଭ କରିଛି । ଏହି ଆକ୍ରମଣରେ…

ନୀତୀଶ ରାଣାଙ୍କୁ ବଡ଼ ଜରିମାନା, କାହିଁକି ଜାଣନ୍ତୁ…

ଚେନ୍ନାଇ,୧୨ା୪:ଦିଲ୍ଲୀ କ୍ୟାପିଟାଲ୍ସ ବ୍ୟାଟର ନୀତୀଶ ରାଣାଙ୍କୁ ତାଙ୍କ ମ୍ୟାଚ୍‌ ଫି’ର ୨୫ ପ୍ରତିଶତ ଜରିମାନା କରାଯାଇଛି। ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ବିପକ୍ଷ ଇଣ୍ଡିଆନ ପ୍ରିମିୟର ଲିଗ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri