ଖବର ପଢି କାନ୍ଦି ପକାଇଲେ ପ୍ରଥମ କିନ୍ନର ନ୍ୟୁଜ ଆଙ୍କର

ଢାକା,୯।୩: ବାଂଲାଦେଶର ପ୍ରଥମ କିନ୍ନର ନ୍ୟୁଜ ଆଙ୍କର ତଶ୍ନୁଭା ଆନନ ଶିଶିର ମହିଳା ଦିବସରେ ପ୍ରଥମଥର ନ୍ୟୁଜ୍‌ ପଢିଛନ୍ତି। ବୋଇଶାଖୀ ନ୍ୟୁଜ ଚ୍ୟାନେଲରେ ୩ ମିନିଟ୍‌ର ବୁଲେଟିନ୍‌ ପଢି ସାରିବା ପରେ ତଶ୍ନୁବାଙ୍କ ଆଖିରେ ଲୁହ ଆସିଯାଇଥିଲା। ତାଙ୍କ ସହକର୍ମୀମାନେ ତାଳି ବଜାଇ ତାଙ୍କୁ ଉତ୍ସାହିତ କରିଥିଲେ। ତଶ୍ନୁବା ଜଣେ ପ୍ରତିଭା ସମ୍ପନ୍ନ ମଡେଲ ଏବଂ ଅଭିନେତ୍ରୀ ମଧ୍ୟ। ସେ ୨୦୦୭ରେ ମଡେଲିଂ କରିବା ସହିତ ତାଙ୍କ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ। ଦୁଇବର୍ଷ ପର୍ଯ୍ୟନ୍ତ ସେ ମଡେଲିଂ କରିଥିଲେ। ଏଥିସହ ଦୁଇଟି ଫିଚର ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି। ଏବେ ସେ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ବୋଇଶାଖୀ ଚ୍ୟାନେଲରେ ପ୍ରଥମ ଥର ବୁଲେଟିନ ଆଙ୍କରିଙ୍ଗ କରଥିଲେ। ଏହା ମାଧ୍ୟମରେ ସେ ଏକ ଅଦ୍ଭୁତପୂର୍ବ ଉଦାହରଣ ସୃଷ୍ଟି କରିଛନ୍ତି। ୨୯ ବର୍ଷୀୟା ତଶ୍ନୁବା ଜଣେ ଡ୍ୟାନ୍ସର, ମଡେଲ ଏବଂ ଭଏସ ଆର୍ଟିଷ୍ଟ ମଧ୍ୟ। ତଶ୍ନୁଭା ହଜାର ହଜାର କିନ୍ନରଙ୍କ ପାଇଁ ନିଶ୍ଚିତ ଭାବେ ଏକ ପ୍ରେରଣା ପାଲଟିବେ ଏଥିରେ ସନ୍ଦେହ ନାହିଁ।

Share