ଆଲିଆଙ୍କୁ ନେଇ ପ୍ରଥମ ଥର ମୁହଁ ଖୋଲିଲେ ରଣବୀର: କହିଲେ, ମୁଁ ମୋ ଜୀବନର ଏହି ଲକ୍ଷ୍ୟକୁ ଶୀଘ୍ର ପୂରଣ କରିବାକୁ ଚାହୁଁଛି

ବଲିଉଡ୍‌ ଇଣ୍ଡଷ୍ଟ୍ରିର ଚର୍ଚ୍ଚିତ ଯୋଡି ମଧ୍ୟରୁ ଅନ୍ୟତମ ରଣବୀର କପୁର-ଆଲିଆ ଭଟ୍ଟ। ଏହି ଯୋଡି ଅଧିକାଂଶ ସମୟରେ ଚର୍ଚ୍ଚାରେ ରହିଥାନ୍ତି। କିନ୍ତୁ ଏବେ ସେମାନଙ୍କ ବିବାହକୁ ନେଇ ଚର୍ଚ୍ଚା ଯୋର୍‌ ଧରିଛି। ରଣବୀର, ଆଲିଆଙ୍କ ବିବାହକୁ ନେଇ ସେମାନଙ୍କ ପ୍ରଶଂସକ ମଧ୍ୟ ବହୁତ ଉତ୍ସାହିତ ଅଛନ୍ତି। ନିକଟରେ ରଣବୀରଙ୍କ ସହ ବିବାହକୁ ନେଇ ଆଲିଆଙ୍କୁ ପ୍ରଶ୍ନ କରାଯାଇଥିଲା। ଉତ୍ତରରେ ସେ କହିଥିଲେ ଯେ, ଏବେ ମୋର ବୟସ ମାତ୍ର ୨୫। ତେଣୁ ମୁଁ ଏବେ ବିବାହ କରିବାକୁ ଚାହୁଁ ନାହିଁ ବୋଲି ଆଲିଆ କହିଥିଲେ।
ଅନ୍ୟପଟେ ପ୍ରଥମ ଥର ପାଇଁ ରଣବୀର ଆଲିଆଙ୍କୁ ନେଇ ମୁହଁ ଖୋଲିଛନ୍ତି। ସେ ଆଲିଆଙ୍କ ସହ ତାଙ୍କ ସମ୍ପର୍କକୁ ସ୍ବୀକାର କରିଛନ୍ତି। ସେମାନଙ୍କ ମଧ୍ୟରେ ଆୟାନ୍‌ ମୁଖାର୍ଜୀଙ୍କ ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ଶୁଟିଂ ସମୟରୁ ନିକଟତର ବଢ଼ିଥିଲା ବୋଲି ରଣବୀର କହିଛନ୍ତି। ଉଭୟ ଚଳିତ ବର୍ଷ ବିବାହ ପାଇଁ ଯୋଜନା କରୁଥିଲେ। କିନ୍ତୁ କରୋନା ଯୋଗୁ ତାହା ସମ୍ଭବ ହେଲା ନାହିଁ। ତେବେ ଖୁବ୍‌ ଶୀଘ୍ର ଆମେ ବିବାହ କରିବେ। ମୁଁ ମୋ ଜୀବନର ଏହି ଲକ୍ଷ୍ୟକୁ ଶୀଘ୍ର ପୂରଣ କରିବି ବୋଲି ରଣବୀର କହିଛନ୍ତି।

Share