ପୂର୍ବରୁ ଗୁଳି, ଏବେ ଅଣଦେଖାର ଶିକାର

ଯାଜପୁର ଅଫିସ,୧୧ା୪: ଯାଜପୁର ଜିଲା ଦାନଗଦି ବ୍ଲକ ଅଧୀନ ବହୁ ଗ୍ରାମର ବାସିନ୍ଦା ପ୍ରଦୂଷଣ ଜ୍ୱାଳାରେ ବିସ୍ଥାପିତ ହୋଇ ଅନ୍ୟତ୍ର ରହିବାକୁ ଦାବି କରି ଆସୁଛନ୍ତି। କିନ୍ତୁ ଏ ଦିଗରେ ପ୍ରତିବନ୍ଧକ ସାଜିଛି ରାଜ୍ୟ ସରକାରଙ୍କ ୨୦୦୫ କଳିଙ୍ଗନଗର ବିସ୍ଥାପନ ନୀତି। କାରଣ ଏହି ନୀତି ଅନୁଯାୟୀ ୧ା୧ା୨୦୦୫ରେ ତାଲିକାଭୁକ୍ତ ହୋଇଥିବା ପରିବାର ହିଁ ବିସ୍ଥାପନ ହୋଇପାରିବେ। ହେଲେ ସେତେବେଳେ ସେହି ତାଲିକାଭୁକ୍ତ ପରିବାରରେ ଥିବା ନାବାଳକମାନେ ଏବେ ସାବାଳକ ସାଜି ନୂଆ ପରିବାର ବସାଇଲେଣି। କିନ୍ତୁ ଏହି ନୂଆ ପରିବାରଗୁଡ଼ିକ ୨୦୦୫ ବିସ୍ଥାପନ ନୀତିର ସୁବିଧା ସୁଯୋଗରୁ ବଞ୍ଚତ୍ତ ହୋଇଛନ୍ତି। ଏହାକୁ ନେଇ ଶିଳ୍ପ ପ୍ରଭାବିତ ଗ୍ରାମଗୁଡ଼ିକରେ ଅସନ୍ତୋଷ ପ୍ରକାଶ ପାଇଛି।
୧୮ ବର୍ଷ ତଳର ବିସ୍ଥାପନ ନୀତିକୁ ଆପଣାଇ ସରକାର ସମ୍ପ୍ରତି ଯୁବବର୍ଗଙ୍କୁ ହତାଦର କରୁଛନ୍ତି। ତେଣୁ ପୁନର୍ବାସ ଓ ପାରିପାର୍ଶ୍ୱିକ ଉନ୍ନୟନ ପରାମର୍ଶଦାତା କମିଟି (ଆର୍‌ପିଡିଏସି) ବୈଠକ ଆୟୋଜନ କରି ୨୦୦୫ କଳିଙ୍ଗନଗର ବିସ୍ଥାପନ ନୀତିର ପୁନର୍ବିଚାର ଓ ସଂଶୋଧନ କରିବାକୁ ଦାବି ହେଉଛି। ହେଲେ ୬ ବର୍ଷ ହେଲା ଆର୍‌ପିଡିଏସି ବୈଠକ ହେଉ ନ ଥିବାରୁ ୨୦୦୫ ବିସ୍ଥାପନ ନୀତିରେ ରହିଥିବା ପରିବାର ପ୍ରସ୍ତୁତି ନିର୍ଦ୍ଧାରିତ ତାରିଖ ୧ା୧ା୨୦୦୫କୁ ସଂଶୋଧନ କରାଯାଇପାରୁନାହିଁ। ଏନେଇ ଦାନଗଦି ବ୍ଲକ ଯଖପୁରା ପଞ୍ଚାୟତର କୁଡୁମୀସାହି ଏବଂ ଚାନ୍ଦିଆ ପଞ୍ଚାୟତର କଚେରିଗଁା, ଅରାସାହି ଓ ଟାଙ୍ଗରସାହି ଅଧିବାସୀଙ୍କ ପକ୍ଷରୁ ଦାବି ଓ ଆନ୍ଦୋଳନ କରାଯାଇଛି। କଟକ କେନ୍ଦ୍ରାଞ୍ଚଳ ଆର୍‌ଡିସିଙ୍କ ପକ୍ଷରୁ ଏ ସମ୍ପର୍କରେ ତଦନ୍ତ କରାଯାଇ ବିହିତ ପଦକ୍ଷେପ ନେବାକୁ ଯାଜପୁର ଜିଲାପାଳଙ୍କୁ ନିର୍ଦ୍ଦେଶ ହୋଇଥିଲା। ହେଲେ ଏଯାଏ କିଛି ସୁଫଳ ମିଳି ପାରିନାହିଁ। ଏହାକୁ ନେଇ ଅସନ୍ତୋଷ ତେଜୁଥିବାବେଳେ ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଅନୁସଚିବ ପ୍ରବୀଣ କୁମାର ଚକ୍ର ଗତ ୪ ତାରିଖରେ ଆଇନ ଅନୁଯାୟୀ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଯାଜପୁର ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ବିସ୍ଥାପିତ ଓ ଜମିହରାଙ୍କ ସମସ୍ୟାର ପ୍ରତିକାର ଏବଂ ପ୍ରଭାବିତ ଅଞ୍ଚଳର ଉନ୍ନୟନ ପାଇଁ ଆରପିଡିଏସି ବୈଠକ ଶେଷ ଥର ପାଇଁ ୧୪ା୯ା୨୦୧୬ରେ ଅନୁଷ୍ଠିତ ହୋଇଥିଲା। କଟକଠାରେ ଆର୍‌ପିଡିଏସି ବୈଠକ ହୋଇଛି ବୋଲି ପ୍ରଶାସନ ପକ୍ଷରୁ ଦାବି କରାଯାଉଛି। ତେବେ ତାହା ଲୁଚାଛପାରେ ହୋଇଥିବା ଅଭିଯୋଗ ହେଉଛି। କଳିଙ୍ଗନଗର ଶିଳ୍ପାଞ୍ଚଳରେ ଆର୍‌ପିଡିଏସି ବୈଠକ ନହେବା ଶିଳ୍ପ ବିସ୍ଥାପିତଙ୍କ ପ୍ରତି ପ୍ରଶାସନର ସମ୍ବେଦନହୀନତା ବୋଲି ସବୁଠି ଚର୍ଚ୍ଚା ହେଉଛି। ରାଜ୍ୟ ସରକାରଙ୍କ ପୁନର୍ବାସ ଓ ଥଇଥାନ ନୀତି ଅନୁସାରେ ବର୍ଷରେ ଅନ୍ତତଃ ୪ ଥର ଆର୍‌ପିଡିଏସି ବୈଠକ ହେବା କଥା, କିନ୍ତୁ ୬ ବର୍ଷରୁ ଅଧିକ ହେଲା ଉକ୍ତ ବୈଠକ ହୋଇନାହିଁ। ଅପରପକ୍ଷରେ ବିସ୍ଥାପିତ ଓ ଜମିହରାଙ୍କ ଅସନ୍ତୋଷରୁ ବିଭିନ୍ନ କାରଖାନାରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ଏବଂ କାରଖାନା ପ୍ରତିଷ୍ଠାରେ ବାଧା ସୃଷ୍ଟି ହେଉଥିଲେ ବି ପ୍ରଶାସନ ତତ୍ପରତା ପ୍ରକାଶ କରୁନାହିଁ।
ସୂଚନାଥାଉ କି, ଉପରୋକ୍ତ ୪ ଗ୍ରାମ ବିସ୍ଥାପିତ ହେବାକୁ ଥିବାରୁ ସେଠାରେ ବିକାଶ ପହଞ୍ଚତ୍ ପାରିନାହିଁ। ଫଳରେ ୨୮ ବର୍ଷ ହେଲା ଏହି ୪ ଗ୍ରାମର ବାସିନ୍ଦା ଶିଳ୍ପ ପ୍ରଦୂଷଣର ଜ୍ୱାଳାରେ ଦହଗଞ୍ଜ ହେବା ସହ ଅନୁନ୍ନତ ଅଞ୍ଚଳର ଅଧିବାସୀ ସାଜିଛନ୍ତି। ଏଭଳିସ୍ଥିତିରେ ଆର୍‌ପିଡିଏସି ବୈଠକ ନ ବସିବା ପ୍ରଶାସନର କମ୍ପାନୀ ପ୍ରୀତି ଜଳଜଳ ହୋଇ ଦିଶୁଛି ବୋଲି ମତପ୍ରକାଶ ପାଇଛି। ଏ ସଂକ୍ରାନ୍ତରେ କଳିଙ୍ଗନଗର ଅତିରିକ୍ତ ଜିଲାପାଳ ସନ୍ତୋଷ କୁମାର ମିଶ୍ରଙ୍କୁ ପଚାରିବାରେ ସେ କହିଛନ୍ତି, ସରକାରଙ୍କ ଗାଇଡ୍‌ଲାଇନ୍‌ ଅର୍ଥାତ୍‌ ୨୦୦୫ ବିସ୍ଥାପନ ନୀତି ଅନୁସାରେ ପଦକ୍ଷେପ ଗ୍ରହଣ କରାଯିବ। ଏହାକୁ କେହି ସଂଶୋଧନ କରିପାରିବେ ନାହିଁ। ଏଥିରେ ଆର୍‌ପିଡିଏସିର କୌଣସି କର୍ତ୍ତୃତ୍ୱ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri