Posted inଫୁରସତ

ପ୍ରଥମ ରୋଜଗାର ଟଙ୍କାରେ ମା’ର ବନ୍ଧାପଡ଼ିଥିବା ହାରକୁ ମୁକୁଳାଇଥିଲି: ମନମୋହନ

ଛଅପ୍ରାଣୀଙ୍କୁ ନେଇ ଆମ ପରିବାର। ଏକମାତ୍ର ଉପାର୍ଜନକ୍ଷମ ବ୍ୟକ୍ତି ଥିଲେ ବାପା। ଗାଁ ବଜାର କ୍ୟାବିନ୍‌ରେ ଲୁଗା କପଡ଼ାର ଛୋଟ ଖୁଚୁରା ଦୋକାନଟିଏ। ଯେନତେନ ପ୍ରକାରରେ ଧାର କରଜରେ ଘରଖର୍ଚ୍ଚ ଚାଲିଥିଲାବେଳେ ବାପା ପରାମର୍ଶ ଦେଲେ ପ୍ରତିଯୋଗିତାମୂଳକ ପରୀକ୍ଷା ନିମନ୍ତେ ପ୍ରସ୍ତୁତି ପାଇଁ ଭୁବନେଶ୍ବର ଯିବାକୁ। ପରିବାରର କେତେଜଣ ବନ୍ଧୁ, ଶୁଭେଚ୍ଛୁ ଓ ପାଖ ପଡ଼ୋଶୀ କେହି କେହି ଭଲ ମନରେ ତ ଆଉ କେହି କେହି ମିଛ ଦରଦ ଦେଖାଇ ବାପାଙ୍କୁ ପରାମର୍ଶ ଦେଲେ ଆଜିକାଲି ବିନା ଲାଞ୍ଚରେ କଉ ସରକାରୀ ଚାକିରି ମିଳୁଛି ଯେ ପୁଅକୁ ବାହାରକୁ ପଠାଉଛୁ? ବରଂ ଦୋକାନ ସିଏ ସମ୍ଭାଳୁ। ବାପା ସବୁ ଶୁଣି ଉପରକୁ ହାତଟେକି କହନ୍ତି ସବୁ ସେଇ କାଳିଆର ଇଚ୍ଛା। ଚାରିବର୍ଷର ସଂଘର୍ଷ ଭିତରେ ୨୦୦୪ ଏପ୍ରିଲ ମାସରେ ମିଳିଲା ଭାରତୀୟ ଲେଖାପରୀକ୍ଷା ନିୟନ୍ତ୍ରକ ବିଭାଗରେ ଅନୁଭାଗ ଅଧିକାରୀ ଚାକିରି। ଏବେ ପ୍ରତୀକ୍ଷାର ବେଳ କେବେ ହାତକୁ ଆସିବ ନିଯୁକ୍ତି ପତ୍ର। ଏ ଭିତରେ ନିଯୁକ୍ତି ପାଇଥିବା ଦୁଇ ତିନିଜଣଙ୍କ ସହିତ ପରିଚୟ ହୋଇସାରିଥାଏ। ଅଗଷ୍ଟ ମାସ ବେଳକୁ ସେମାନଙ୍କ ପାଖକୁ ନିଯୁକ୍ତି ପତ୍ର ଆସିଗଲା ଓ ସେମାନେ ଚାକିରିରେ ଜଏନ୍‌ କରିଗଲେ। ମୋ ପାଖକୁ ନିଯୁକ୍ତ ପତ୍ର ନ ଆସିବାର କାରଣ ନେଇ ଦିଲ୍ଲୀ କାର୍ଯ୍ୟାଳୟକୁ ଯୋଗାଯୋଗ କରିବାରୁ ଉତ୍ତର ଆସୁଥାଏ ତମ ନାମରେ ନିଯୁକ୍ତି ସଂକ୍ରାନ୍ତୀୟ ଫାଇଲ ହସ୍ତଗତ ହୋଇନାହିଁ। ଘୋର ମନସ୍ତାପରେ ମୋ ସହିତ ସାରା ପରିବାର। ଏଇ ଭିତରେ ଏକ ଚିଠି ଆସିଲା ଯଦି ସାତଦିନ ଭିତରେ ତୁମର ଠିକ୍‌ ଜାତିଗତ ପ୍ରମାଣପତ୍ର ଦାଖଲ ନ କର ତେବେ ତୁମର ନିଯୁକ୍ତିପତ୍ର ବାତିଲ ହୋଇଯିବ। ଘଟଣାଟି ଥିଲା ଏହିପରି। ରେଜଲ୍ଟ ବାହାରିବାର କିଛିଦିନ ପରେ ମୁଁ ମୋର ସମସ୍ତ ସାର୍ଟିଫିକେଟ ଠିକ୍‌ ଅଛି ନା ନାହିଁ ଯାଞ୍ଚ କଲାବେଳେ ଦେଖିଲି ମୋର ଜାତିଗତ ପ୍ରମାଣପତ୍ରର ଅବଧି ସରିଯାଇଛି। ତେଣୁ ଏହାକୁ ନବୀକରଣ କରିବାକୁ ତହସିଲ ଅଫିସ ଗଲି ମାତ୍ର ସେଠାକାର କର୍ମଚାରୀ ବିଭିନ୍ନ ଆଳ ଦେଖାଇ ପ୍ରମାଣ ପତ୍ର ଦେଲେ ନାହିଁ। ଉଚ୍ଚ ଅଧିକାରୀଙ୍କ ଧ୍ୟାନ ଆକର୍ଷଣ କଲେ ବି କିଛି ସୁଫଳ ମିଳିଲାନି। ଏହାପରେ ଭାବିଲି ଯେହେତୁ ମୋର ସାଧାରଣ ବର୍ଗରେ ସିଲେକ୍‌ଶନ ହୋଇଥିଲା, ତେଣୁ କାହିଁକି ଆଉ ଏ ଜାତିଗତ ପ୍ରମାଣପତ୍ର ପଛରେ ପଡିବି ବରଂ ସାଧାରଣବର୍ଗରେ ବିବେଚନା କରନ୍ତୁ ବୋଲି ଷ୍ଟାଫ୍‌ ସିଲେକଶନ ଅଫିସକୁ ଜଣାଇଦେଲି। ହେଲେ ଏବେ ପୁଣି ସେଇ ଜାତିଗତ ପ୍ରମାଣପତ୍ରକୁ ନେଇ ସମସ୍ୟା? କ’ଣ କରିବି ତହସିଲ ଅଫିସକୁ ଯାଇ ଆଉ କିଛି ଲାଭ ନାହିଁ ଭାବି ଅନନ୍ୟୋପାୟ ହୋଇ ମୁଁ ଅନୁଗୋଳ ଜିଲାପାଳଙ୍କୁ ଅଭିଯୋଗ ଶୁଣାଣି ଦିନ ଦେଖାକରିବାକୁ ଗଲି।

ସେତେବେଳେ ଜିଲାପାଳ ଥାଆନ୍ତି ଡ. ଅରବିନ୍ଦ ପାଢ଼ୀ। ମୋ କଥା ଶୁଣିସାରିଲା ପରେ କିଛି ନ କହି ଫୋନରେ ତହସିଲଦାରଙ୍କୁ ଜାତିଗତ ପ୍ରମାଣପତ୍ର କାଲିସୁଦ୍ଧା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଲେ। ଜିଲପାଳଙ୍କ ଆଦେଶ ମୁତାବକ ବସ୍‌ଷ୍ଟାଣ୍ଡରୁ ଘରକୁ ନ ଯାଇ ସିଧା ତହସିଲଦାରଙ୍କ ବାସଭବନକୁ ଗଲି। ତହସିଲଦାର ମହାଶୟ ଦେଖା ତ ଦେଲେନି ଚପରାସୀକୁ କହିଲେ ତାକୁ କୁହ ସେ ଅଫିସ୍‌ର ବଡ଼ବାବୁଙ୍କୁ ଦେଖା କରିବାକୁ। ବାପାଙ୍କୁ ସାଥିରେ ନେଇଗଲି ତାଙ୍କ ବସାକୁ। ସେ ସବୁ ଶୁଣିଲାପରେ ବେପରୁଆ ହସହସି କହିଲେ ଟଙ୍କା ପାଞ୍ଚହଜାର ଧରିକି ଆସ କାଲି ସକାଳୁ ସାର୍ଟିଫିକେଟ ନେଇକି ଯିବ। ତା’ମାନେ ଆପଣ ଲାଞ୍ଚ ମାଗୁଛନ୍ତି? ମୋ କଥା ଶୁଣି ଚିହିଁକି ପଡିଲେ ବଡ଼ବାବୁ। ଦେଖ କେମିତି ମୁହଁରେ ଜବାବ ଦେଉଛି।

ବାପା ପରିସ୍ଥିତିକୁ ସମ୍ଭାଳି ନେଇ ଆଜ୍ଞା ରାଗନ୍ତୁନି ପିଲାଟା କ’ଣ ଟିକେ କହିଦେଲା କହି ମୋତେ ସେଠାରୁ ବାହାରି ଯିବାକୁ କହିଲେ। କିଛି ସମୟ ପରେ ବାପା ଆସିଲେ ଓ କହିଲେ ଚାଲ ଯିବା ଘରକୁ। ମୋ ମନ ଭିତରେ ସରକାରୀ ବିଧି ବ୍ୟବସ୍ଥା ବିରୋଧରେ ଏଭଳି କାର୍ଯ୍ୟକୁ ନେଇ ପୁଞ୍ଜୀଭୂତ କ୍ରୋଧ ସହିତ ସୀମାହୀନ ଅସହାୟତା ସୃଷ୍ଟିହେଲା। ବାପା ମୋ ମନର କଥା ବୁଝିପାରି ନୀରବତା ଭାଙ୍ଗି କହିଲେ ବାପାରେ, ମୁଁ ନାଚାର। ବ୍ୟବସ୍ଥା ବିରୋଧରେ ଯିବାକୁ ମୋର ଶକ୍ତି ନାହିଁ। ମୁଁ ସାଧାରଣ ସ୍ବାର୍ଥପର ମଣିଷଟେ। ତୋର ଚାକିରି ପାଇବା ଆମ ପରିବାର ପାଇଁ ନିହାତି ଦରକାର। ତେଣୁ ଯାହା କରିବାକୁ ପଡିବ କରିବି, ମୋର ଟିକିଏ ବି ଅନୁଶୋଚନା ନାହିଁ। ଘରେ ୫ହଜାର ଟଙ୍କା ବା ଆସିବ କୁଆଡୁ? ମା’ ପିନ୍ଧିଥିବା ସୁନାହାରଟି ବନ୍ଧାପଡ଼ିଲା, ପରଦିନ ତହସିଲ ଅଫିସରୁ ଯାଇ ବାପା ନେଇ ଆସିଲେ ଜାତିଗତ ପ୍ରମାଣପତ୍ର। ନଭେମ୍ବର ୫ ତାରିଖରେ ଚାକିରିରେ ଜଏନ୍‌ କଲି। ନଭେମ୍ବର ୩୦ତାରିଖ ଦରମା ବାରି। ମନରେ ଅସୁମାରି ଉତ୍କଣ୍ଠା। ହାତରେ ଧରିଲି ପ୍ରଥମ ଦରମା ୧୨,୩୦୦ଟଙ୍କା।

ଦରମା ମିଳିଛି ବୋଲି ବାପାଙ୍କୁ ଫୋନରେ ଜଣାଇଲି। ଠାକୁରଙ୍କ ନାମରେ ଅମୁହାଁ ହଜାରେ ଟଙ୍କା ରଖି ଆଉ ଯାହା ଖର୍ଚ୍ଚ କରିବାକୁ ସେ ପରାମର୍ଶ ଦେଲେ। ହେଲେ ମୁଁ ଅମୁହାଁ ରଖିଲି ୭ହଜାର ଟଙ୍କା। କାରଣ ମା’ ବେକର ହାର ବି ମୁକୁଳାଇବାକୁ ପଡ଼ିବ। ଆଖିର ଲୁହ ବୋଲ ମାନୁ ନ ଥାଏ। ଏହା ଭିତରେ ଚାକିରିକୁ ବିତିଗଲାଣି ୧୭ବର୍ଷ ମାତ୍ର ପ୍ରଥମ ରୋଜଗାରର ସ୍ମୃତି ବିଲ୍‌କୁଲ୍‌ ନିଆରା ଓ ଅପାସୋରା।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri