Posted inଫୁରସତ

ପ୍ରଥମ ଦରମା ଟଙ୍କାରେ ବାପାବୋଉଙ୍କ ପାଇଁ ମଠା କିଣିଥିଲି: ଦେବୀ ପ୍ରସାଦ ପଟ୍ଟନାୟକ

ଖୋର୍ଦ୍ଧା ଜିଲା କୁହୁଡ଼ି ଅଞ୍ଚଳରେ ମୋ ଜନ୍ମ। ଜନତା ଉଚ୍ଚ ବିଦ୍ୟାଳୟରୁ ଏକାଦଶ ପାସ୍‌ କରିବା ପରେ ଡିପ୍ଲୋମା ପଢ଼ିଲି। କିନ୍ତୁ ଅଧାରୁ ଭଲ ନ ଲାଗିବାରୁ ତାକୁ ଛାଡ଼ି ଆଇ.ଏସ୍‌ସି. ପଢ଼ିବାକୁ ନିରାକାରପୁର କଲେଜରେ ଆଡ୍‌ମିଶନ ନେଲି, ଆଉ ସେଠାରୁ ବି.ଏସ୍‌ସି. ପାସ୍‌ କରି ଭଦ୍ରକସ୍ଥିତ ରାଲିଶ ଇଣ୍ଡିଆ ପେଷ୍ଟିସାଇଡ୍ସ ଆଣ୍ଡ ଫର୍ଟିଲାଇଜର୍‌ କମ୍ପାନୀରେ ରିପ୍ରେଜେଣ୍ଟେଟିଭ ଭାବେ ଯୋଗଦେଲି। ଏହା ଥିଲା ୧୯୮୨ ମସିହାର କଥା। ସେତେବେଳେ ୧୨୭୫ ଟଙ୍କା ଦରମା ମିଳୁଥିଲା। ପ୍ରଥମ ମାସ ଦରମା ପାଇବା ପରେ ଆଖଣ୍ଡଳମଣୀଙ୍କୁ ଦର୍ଶନ କରିବାକୁ ଯାଇଥିଲି। ତା’ସହିତ ବାପାବୋଉଙ୍କ ପାଇଁ ଠାକୁରପୂଜା ମଠା କିଣିଥିଲି। ଏପରିକି ଘରଖର୍ଚ୍ଚ ପାଇଁ ବାପାଙ୍କ ହାତରେ ୩୨୦ ଟଙ୍କା ବି ଦେଇଥିଲି। ପ୍ରଥମ ଦରମାରେ ବାପାବୋଉଙ୍କ ପାଇଁ ଯେମିତି ନୂଆ ଲୁଗା କିଣିଥିଲି ଦ୍ୱିତୀୟ ମାସରେ ବଡ଼ ପାଞ୍ଚ ଭଉଣୀଙ୍କ ପାଇଁ ବି ଶାଢ଼ି କିଣି ଦେଇଥିଲି। ପ୍ରାୟ ୬ମାସ ଏଠି କାମ କରିବା ପରେ ଚାକିରି ଛାଡ଼ି ଦିଲ୍ଲୀରେ ପୋଷ୍ଟ ଗ୍ରାଜୁଏଟ୍‌ ଡିପ୍ଲୋମା ଇନ୍‌ ଇଣ୍ଡଷ୍ଟ୍ରିଆଲ୍‌ ରିଲେଶନ୍‌ ଆଣ୍ଡ୍‌ ପର୍ସନାଲ୍‌ ମ୍ୟାନେଜ୍‌ମେଣ୍ଟ ଉପରେ ଏକ କୋର୍ସ କରିଥିଲି। ତା’ପରେ ମୋତେ ରାଜ୍ୟ ସରକାରଙ୍କ ଏକ୍ସପୋର୍ଟ ପ୍ରମୋଶନ୍‌ ଆଣ୍ଡ ମାର୍କେଟିଂ ଡିପାର୍ଟମେଣ୍ଟରେ ଲାବରେଟୋରି ଆସିଷ୍ଟାଣ୍ଟ ଭାବେ ଚାକିରି ମିଳିଥିଲା। ୩ମାସ ପରେ ସେ ଚାକିରି ବି ଛାଡ଼ିଦେଲି ଆଉ ଲ’ ପଢ଼ିବାକୁ ଇଚ୍ଛାକଲି। କିନ୍ତୁ ଦୁର୍ଭାଗ୍ୟ ଯେଉଁଦିନ ମୋର ଲ’ କଲେଜରେ ଆଡ୍‌ମିଶନ ଥିଲା ସେଦିନ ବାପାଙ୍କର ହଠାତ୍‌ ଦେହ ଖରାପ ହେଲା। ଘରର ଗୋଟେ ପୁଅ ହୋଇଥିବାରୁ ବାପାଙ୍କ ପାଖେ ରହି ତାଙ୍କର ଦେଖାଚାହଁା କଲି। ଏମିତି କିଛିଦିନ ବିତିଗଲା ଆଉ ତା’ପରେ ମୁଁ ମେଡିସିନ୍‌ ରିପ୍ରେଜେଣ୍ଟେଟିଭ୍‌ ଭାବେ ଏକ ଔଷଧ କମ୍ପାନୀରେ କାମ କରିବାକୁ ଲାଗିଲି। ୫/୬ମାସ ଏଠି କାମ କରିବା ଭିତରେ ଓଡ଼ିଶା ମାଇନିଂ କର୍ପୋରେଶନ ତରଫରୁ ଏକ ଇଣ୍ଟରଭ୍ୟୁ ବାହାରିଲା। ସେଥିରେ ଇଣ୍ଟରଭ୍ୟୁ ଦେଲି ଆଉ ସିଲେକ୍ଟ ହୋଇ ପ୍ଲଟ୍‌ ସୁପର୍‌ ଭାଇଜର୍‌ ଭାବେ ୫ବର୍ଷ ବଡ଼ବିଲ୍‌ରେ କାମ କଲି। ସେଠାରେ ଥିଲାବେଳେ ବଡ଼ବିଲ୍‌ ମାଇନିଂ ଟ୍ରାନ୍ସପୋର୍ଟ ଆଣ୍ଡ ଓ୍ବାର୍କର୍ସ ୟୁନିୟନ୍‌ର ସେକ୍ରେଟାରି ଦାୟିତ୍ୱ ବି ତୁଲାଉଥିଲି। ଏହାପରେ ମୋର ଭୁବନେଶ୍ୱରକୁ ବଦଳି ହୋଇଗଲା ଆଉ ମୁଁ ଏଠାରେ ମାଇନିଂ କର୍ପୋରେଶନ୍‌ର ଲୋକ ସମ୍ପର୍କ ବିଭାଗରେ ସୁପରଭାଇଜର୍‌ ଭାବେ କାମ କରିବାକୁ ଲାଗିଲି। ତା’ସହିତ ଭୁବନେଶ୍ୱର ଷ୍ଟାଫ୍‌ ଆସୋସିଏଶନ୍‌ର ଭାଇସ୍‌-ପ୍ରେସିଡେଣ୍ଟ ଦାୟିତ୍ୱ ମଧ୍ୟ ସମ୍ଭାଳୁଥିଲି। ବେଶ୍‌ କିଛିଦିନ ଏମିତି ବିତିବା ପରେ ହଠାତ୍‌ ବାପାଙ୍କର ମୃତ୍ୟୁ ହେଲା। ଧୀରେ ଧୀରେ ମା’ ବି ପକ୍ଷାଘାତ ରୋଗରେ ଆକ୍ରାନ୍ତ ହୋଇଗଲେ। ତେଣୁ ମା’ଙ୍କର ଦେଖାଚାହାଁ କରିବାକୁ ମୋତେ ଚାକିରିରୁ ଇଚ୍ଛାଧୀନ ଅବସର ନେବାକୁ ପଡ଼ିଲା। ଚାକିରିରୁ ସିନା ଅବସର ନେଇଗଲି କିନ୍ତୁ ସମାଜମଙ୍ଗଳ କାର୍ଯ୍ୟ ମୋର ସେମିତି ଚାଲିଥିଲା ଆଉ ଏବେ ବି ଚାଲିଛି। ଗରିବ, ଅସହାୟ ଲୋକଙ୍କୁ ସାହାଯ୍ୟ କରିବାର ଏହି ଝୁଙ୍କ୍‌ ମୋର ସ୍କୁଲ୍‌, କଲେଜବେଳୁ ଆରମ୍ଭ। ଗାଁରେ କେଉଁଠି ରାସ୍ତା ନାହିଁ, କେଉଁଠି ନିଆଁ ଲାଗିଗଲା, କେଉଁଠି ପୋଖରୀ ଖୋଳାହେବ, ବିଭିନ୍ନ ପୂଜାପର୍ବ କେମିତି ହେବ, ପଇସା ଅଭାବରୁ କାହାର ଚିକିତ୍ସା ହୋଇପାରୁନି, କିଏ ପାଠ ପଢ଼ିପାରୁନି, କାହାକୁ ରକ୍ତ ଦରକାର, କେଉଁ ଶ୍ରମିକର ଦରମା କଟିଯାଇଛି କି କାହାର ଇପିଏଫ୍‌ ମିଳିପାରୁନି, ଏସବୁ କଥାରେ ଲୋକେ ମୋତେ ହିଁ ଖୋଜିଥାନ୍ତି। ଆଉ ସେମାନଙ୍କୁ ସାହାଯ୍ୟ କରିବାରେ ମୋତେ ମିଳିଥାଏ ପରମତୃପ୍ତି ଆଉ ଅପୂର୍ବ ଶାନ୍ତି। ପ୍ରତିଦିନ ସକାଳ ହେଲା ମାତ୍ରେ ମୁଁ ବିଭିନ୍ନ ଡାକ୍ତରଖାନାକୁ ଯାଇ ସେଠି କେଉଁ ରୋଗୀଙ୍କର କ’ଣ ଚିକିତ୍ସା ହେଲା, କାହାର କ’ଣ ଦରକାର, କାହାର କ’ଣ ଅସୁବିଧା ରହିଲା ସବୁ କଥା ବୁଝେ ଆଉ ତାଙ୍କୁ ଯଥାସମ୍ଭବ ସାହାଯ୍ୟ କରିଥାଏ। ଏଥିପାଇଁ ଟଙ୍କା କୁଆଡୁ ଆସେ ବୋଲି ଭାବୁଛନ୍ତି ନା! ଇଚ୍ଛାକୃତ ଅବସର ନେଇଥିଲେ ହେଁ ରାଜ୍ୟ ସରକାରଙ୍କ ତରଫରୁ ମୋତେ ପ୍ରତିମାସ କିଛି ଇପିଏଫ୍‌ ପେନ୍‌ସନ୍‌ ମିଳେ, ଆଉ ସେହି ଟଙ୍କାକୁ ସମ୍ପୂର୍ଣ୍ଣଭାବେ ମୁଁ ଏହିସବୁ କାମରେ ଖର୍ଚ୍ଚ କରି ଦେଇଥାଏ। ଘରେ ମୋର ସ୍ତ୍ରୀ ଆଉ ପିଲାମାନେ ବି ଅଛନ୍ତି। ସ୍ତ୍ରୀ ଯେହେତୁ ଚାକିରି କରିଛନ୍ତି, ତେଣୁ ମୋର ବ୍ୟକ୍ତିଗତ ଖର୍ଚ୍ଚ ସହ ଘର, ପିଲାମାନଙ୍କ କଥା ସବୁକିଛି ସିଏ ହିଁ ବୁଝିଥାନ୍ତି। ମୋତେ କେବେ ବି ପ୍ରତିବାଦ କରିନାହାନ୍ତି। ସମାଜସେବା ବାଦ୍‌ ମୁଁ ସ୍ବାସ୍ଥ୍ୟ, ଶିକ୍ଷା, ସେବା ତଥା ଆଦର୍ଶଭିତ୍ତିକ କେତୋଟି ପ୍ରବନ୍ଧ ଲେଖି ଅନେକ ପାଠକୀୟ ପ୍ରଶଂସା ମଧ୍ୟ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଜପତି କୋଣାର୍କ ପଠାଇଥିଲେ ରାଜାଭିଷେକ, ବିବାହ ବେଳର ୧,୫୧,୬୫୧ ମାଢ଼ ସୁନା

ଗତ ସଂଖ୍ୟାରେ ଆମେ ସାମ୍ରାଜ୍ୟ କେଉଁଠୁ, କେଉଁମାନେ ମନ୍ଦିର ନିର୍ମାଣ ପାଇଁ କେତେ ସହଯୋଗ କରିଥିଲେ ତା’ର ଏକ ଚିତ୍ର ଦେବାକୁ ଆରମ୍ଭ କରିଥିଲୁ। ଓଡ଼ିଆମାନେ ମନ୍ଦିର…

ମା’ କାଳୀଙ୍କ ପାଦତଳେ କାହିଁକି ଶୋଇଥିଲେ ଭଗବାନ ଶିବ, ଜାଣନ୍ତୁ ଆକର୍ଷଣୀୟ କାହାଣୀ…

ଆଜି ହେଉଛି ପବିତ୍ର ମହାଶିବରାତ୍ରି। ଏହି ଦିନରେ ଭଗବାନ ଶିବଙ୍କୁ ପୂଜା ଏବଂ ଉପବାସ କରାଯାଏ। ଏହି ଦିନରେ ଉପବାସ ଏବଂ ପୂଜା କରିବା ଦ୍ୱାରା ଆନନ୍ଦ…

ପ୍ରେମ ପାଇଁ ଦିନ ନୁହେଁ, ମନଟିଏ ଲୋଡ଼ା

ଆଜି ଭାଲେଣ୍ଟାଇନ୍ସ ଡେ’। ପ୍ରେମ ଦିବସ। ମନର ମଣିଷ ସହ ହଜେଇବାର ଦିନଟିଏ। ପ୍ରେମୀଯୁଗଳଙ୍କ ପାଇଁ ସ୍ବପ୍ନ ଓ ସମ୍ଭାବନାର ମୁହୂର୍ତ୍ତ। ପାଶ୍ଚାତ୍ୟ ଦେଶରୁ ଆରମ୍ଭ ହୋଇଥିବା…

ନିଆରା ଟ୍ରେନ: ଲାଲ୍‌ ସିଗ୍‌ନାଲ୍‌ ନୁହେଁ, ହାତରେ ଯାଏ ଅଟକି

ପ୍ରତିଦିନ ହଜାର ହଜାର ଟ୍ରେନ ଦେଶସାରା ସିଗନାଲ ଅନୁସାରେ ଚାଲିଥାଏ। ସିଗନାଲ ଗ୍ରୀନ୍‌ ହେଲେ ଆରମ୍ଭ ହୁଏ ଏବଂ ସିଗନାଲ ଲାଲ ହେଲେ ବନ୍ଦ ହୋଇଯାଏ। ଭାରତରେ…

ଭାରତର ପ୍ରଥମ ଟ୍ରେନ୍‌, ଜାଣନ୍ତୁ ଏହା ବିଷୟରେ କିଛି ଆକର୍ଷଣୀୟ କଥା…

ଭାରତରେ ଅଧିକାଂଶ ଲୋକ ଟ୍ରେନ୍‌ରେ ଯାତ୍ରା କରିବାକୁ ପସନ୍ଦ କରନ୍ତି। ଭାରତରେ ରେଳ ଯାତ୍ରାକୁ ସୁଲଭ ଏବଂ ଆରାମଦାୟକ ବୋଲି ବିବେଚନା କରାଯାଏ। ଏହି କାରଣରୁ ଭାରତୀୟ…

ଗୁଗ୍‌ଲକୁ ପଚାରିଲେ ଚୋରି କରିବାର ଉପାୟ, ଲୁଟେରା ପରେ ଯାହା କଲେ ଜାଣିଲେ…

ଜୟପୁର,୧୧ା୨: ଅନେକ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା କାହାଣୀଗୁଡ଼ିକ ସିଧାସଳଖ କୌଣସି ଫିଲ୍ମର ସିନ୍‌ ପରି ମନେହୁଏ। ଜୟପୁରରଏକି ଚୋରି ଘଟଣା ଠିକ୍‌ ଫିଲ୍ମର କାହାଣୀ…

କେଉଁଦିନ ହେବ ମହାବିନାଶକାରୀ ରାତି? ଜଣାପଡିଲା ପ୍ରଳୟର ତାରିଖ!

ବିଶ୍ୱାସ, ଇତିହାସ ଏବଂ ରାଜନୀତି ଉପରେ ହେଉଥିବା ବିତର୍କରେ ପ୍ରାୟତଃ ବିନାଶକାରୀ ରାତିର ଉଲ୍ଲେଖ କରାଯାଏ। ସମ୍ପ୍ରତି, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ…

ପାରାକୁ ଖାଇବାକୁ ଦେଇ ଫସିଲେ ମହିଳା: ଲାଗିଲା ୨ ଲକ୍ଷ ଟଙ୍କା ଜରିମାନା

ସାଧାରଣତଃ ପଶୁ ଏବଂ ପକ୍ଷୀମାନଙ୍କୁ ଖାଇବାକୁ ଦେବା ଭଲ ବୋଲି ବିବେଚନା କରାଯାଏ। କିନ୍ତୁ ଯଦି ଏଥିପାଇଁ ଜଣଙ୍କ ଉପରେ ଜରିମାନା ଲଗାଯିବ, ତେବେ ଏହା ନିହାତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri