Posted inଫୁରସତ

ଭାଗବତ, ରାମାୟଣ ପାଠକରି ପାରିଶ୍ରମିକ ପାଇଥିଲି: ଡା: ଅନୀତା ପଣ୍ଡା

କଟକ ଜିଲା ଯାଜପୁର ସବ୍‌ଡିଭିଜନ (ବର୍ତ୍ତମାନ ଜିଲା)ର ରାମବଗ, ତଳିହା ଗାଁରେ ମୋ ଜନ୍ମ। ଜନ୍ମରୁ ମା’ ଭାନୁଦେବୀଙ୍କୁ ହରାଇଥିଲି। ବାପା ଆଦିକନ୍ଦ ପଣ୍ଡା ଥିଲେ ଜଣେ ଜମିଦାର ଓ ଏଲ୍‌ .ଏମ .ପି ଡାକ୍ତର। ସେ ମୋ ଉପରେ କେବେ ବି ମାତୃ ହରାର ଆଞ୍ଚ ଆସିବାକୁ ଦେଇ ନ ଥିଲେ। ମୋର ପିଲା ଦିନର ସ୍ବପ୍ନ ଥିଲା ସାହିତ୍ୟ ସାଧନା କରିବି। ମାତ୍ର ବାପାଙ୍କର ଆଦେଶ ଥିଲା ପ୍ରଥମେ ଡାକ୍ତର ହେବୁ, ତା’ପରେ ସାହିତ୍ୟକୁ ଆପଣେଇବୁ। ତାଙ୍କରି କଥାନୁସାରେ ପ୍ରଥମେ ବୁର୍ଲା ମେଡିକାଲ୍‌ ଏବଂ ପରେ ସି.ଏମ୍‌.ସି., ଭେଲୋରରୁ ଶିକ୍ଷା ଲାଭ କରି ଉଚ୍ଚଶିକ୍ଷା ପାଇଁ ଏମ୍‌ସ, ଦିଲ୍ଲୀ ଯାଇଥିଲି। ଏମ୍‌ସରେ ଚକ୍ଷୁରୋଗ ବିଶେଷଜ୍ଞା ଭାବେ ଦୀର୍ଘ ଚାଳିଶ ବର୍ଷର ରହଣି ମୋ ପାଇଁ ଏକ ଅଭୁଲା ସ୍ମୃତି। ଡାକ୍ତର ହିସାବରେ ଜୀବନରେ ଅନେକ ରୋଜଗାର କରିଥିଲେ ମଧ୍ୟ ପିଲାଦିନେ ବନ୍ୟା ପୀଡିତଙ୍କୁ ସାହାଯ୍ୟ କରିବାକୁ ଭାଗବତ ପାଠକରି ଯେଉଁ ସ୍ବଳ୍ପ କିଛି ଟଙ୍କା ଅର୍ଜନ କରିଥିଲି ତାହାର ତୁଳନା କେଉଁଥିରେ ନାହିଁ। ଘଟଣାଟି ଥିଲା ଏହିପରି-୧୯୫୫ ମସିହା ଅଗଷ୍ଟ ମାସରେ ଦଳେଇ ଘାଇ ଭାଙ୍ଗି ଜଗତ୍‌ସିଂହପୁରର ବହୁ ଘରଦ୍ୱାର ଭସାଇ ନେଇଥିଲା। ଲୋକଙ୍କର ଦୁର୍ଦ୍ଦଶା କହିଲେ ନ ସରେ। ବାପା ଆମ ଗାଁ ରାମବଗ ହାଇସ୍କୁଲର ପିଲାମାନଙ୍କୁ ନେଇ ଏକ ସ୍ବେଚ୍ଛାସେବୀ ଦଳ ଗଠନ କରିଥିଲେ। ରିଲିଫ୍‌ ସାମଗ୍ରୀ ଯେପରି ବାଟମାରଣା ନ ହୋଇ ଠିକ୍‌ ଭାବରେ ବଣ୍ଟା ହେବ ସେଥିପାଇଁ ନିଜ ଖାଇବାପିଇବା ଭୁଲି ଦିନରାତି ସେହି ପିଲାମାନଙ୍କୁ ବାପା ଟ୍ରେନିଂ ଦେଇ ଚାଲିଥିଲେ। ଏହା ଦେଖି ସେତେବେଳେ ମୁଁ ମୋ ନାନୀକୁ ପଚାରିଥିଲି, କିଛି ଦାନଧର୍ମ କରିବାକୁ ହେଲେ ବାପା ଅଜସ୍ର ଟଙ୍କା ବିଛୁଡି ଦିଅନ୍ତି, ସେବା ପାଇଁ କେତେକେତେ ସେବାକାରୀ ନିଯୁକ୍ତି କରିଦିଅନ୍ତି। ହେଲେ ଏଥର କାହିଁକି ସେ ନିଜେ ହାଡଭଙ୍ଗା ପରିଶ୍ରମ କରୁଛନ୍ତି! ନାନୀର ଉତ୍ତର ଥିଲା; ଜମିଦାରୀ ଉଠିଗଲା ପରେ ଆମ ଘରର ଚଳଣି ପୂର୍ବ ପରି ଆଉ ସ୍ବଚ୍ଛଳ ନାହିଁ। ତେଣୁ ବାପାଙ୍କୁ ପରିଶ୍ରମ କରିବାକୁ ପଡୁଛି। ଏ କଥା ଶୁଣି ମୁଁ ନିଜେ କିଛି ଅର୍ଥ ଉପାର୍ଜନ କରି ରିଲିଫ୍‌ ପାଣ୍ଠିକୁ ଦେବା ପାଇଁ ସ୍ଥିର କଲି। ଗାଁ ନିମ୍ନ ପ୍ରାଇମେରୀ ସ୍କୁଲର ଶିକ୍ଷକ ପଦ ସାରଙ୍କୁ ମୁଁ ବହୁ ଭକ୍ତି କରେ, ସେ ବି ମୋତେ ଖୁବ୍‌ ସ୍ନେହ କରନ୍ତି। ତାଙ୍କୁ ଯାଇ ସବୁ କଥା କହିଲି। ମୋ କଥା ଶୁଣି ସାର୍‌ ଟିକିଏ ଗମ୍ଭୀର ହୋଇ କହିଲେ, ତୁ ଏବେ ଛୁଆଟା, ତୋ ଯୋଗେ ଏହା ସମ୍ଭବ ହେବନି। ତା’ପରେ ମୁଁ ତାଙ୍କୁ ଦୃଢ଼ ସ୍ବରରେ କହିଥିଲି, ଦୋଳ ମେଳଣବେଳେ କେତେଜଣ ପିଲା ଯାତ୍ରା ପାର୍ଟି, ନାଟ ପାର୍ଟି, ସର୍କସ ପାର୍ଟିରେ ନିଜ କୃତୀ ଦେଖାଇ ପଇସା ରୋଜଗାର କରିଥିବା ମୁଁ ନିଜେ ଦେଖିଛି। ମୋ କଥା ଶୁଣି ସାର୍‌ ଉତ୍ତର ଦେଲେ, ଠିକ୍‌ କହୁଛୁ, ହେଲେ ପ୍ରଥମତଃ ତୁ ଝିଅ ପିଲାଟେ, ଉପରକୁ ତୁ ଜମିଦାର ଘରର ଝିଅ। ସେ ସବୁ କାମ ତୋ ପାଇଁ ଶୋଭନୀୟ ହେବନି। ସାର୍‌ଙ୍କ କଥା ଶୁଣି ମୋ ମୁହଁ ଶୁଖିଗଲା। ଦୁଃଖରେ କହିଲି, ମୋତେ ଭଗବାନ କାହିଁକି ଝିଅ ପିଲାଟେ କଲେ! ସାର୍‌ କିଛି ନ କହି ମୋ ମୁଣ୍ଡ ସାଉଁଳାଇଲେ। ହଠାତ୍‌ କିଛି ମିଳିଗଲା ଭଳି କହିଲି ସାର୍‌, ସ୍କୁଲ୍‌ରେ ସରସ୍ବତୀ ପୂଜା ପରେ ବଡ଼ ପିଲାଙ୍କ ସାଙ୍ଗରେ ସରସ୍ବତୀ ମୂର୍ତ୍ତିଙ୍କୁ ଥାଳିରେ ଧରି ଘରଘର ବୁଲାଇ ବିସର୍ଜନ ପାଇଁ ଆମେ ବହୁ ପଇସା ଏକାଠି କରୁଥିଲୁ। ସବୁଠି ମୁଁ ଗୀତ ଗାଉଥିଲି। ଏବେ ସେମିତି କିଛି କରିପାରିବିନି? ମୁଁ ଏବେ ଗୀତ ଛଡ଼ା ପୁରାଣ ପାଠ ମଧ୍ୟ କରିପାରୁଛି। ଟିକିଏ ଚିନ୍ତା କରି ସାର୍‌ କହିଲେ, ଆଚ୍ଛା ଠିକ୍‌ ଅଛି, ତୋର କୁଆଡ଼େ ଘର ଘର ବୁଲିବା ଦରକାର ନାହିଁ। ମୁଁ ଆମ ସ୍କୁଲ ଘରେ ଭାଗବତ ପାଠର ବନ୍ଦୋବସ୍ତ କରାଉଛି। ଗାଁର ସ୍ତ୍ରୀ ଲୋକମାନେ ତ ନିରକ୍ଷର; ଭାଗବତ ଶୁଣିବାକୁ ନିଶ୍ଚେ ପସନ୍ଦ କରିବେ। ତେଣୁ ତୁ ଦ୍ୱିପହରେ ଘଣ୍ଟାଏ ଲେଖାଏ ସେମାନଙ୍କୁ ଭାଗବତ ଶୁଣାଇବୁ, ଆଉ ପୁରୁଷ ଲୋକଙ୍କୁ ସନ୍ଧ୍ୟାରେ ରାମାୟଣ। ଏମିତି କଲେ ତୋ ବାପା ଆଉ ବାରଣ କରିବେନି। ସେୟା ହିଁ ହେଲା। ଭାଗବତ ଓ ରାମାୟଣ ଶୁଣାଇ ବାର ଟଙ୍କା ଛଅ ଅଣା ମୁଁ ସେତେବେଳେ ଉପାର୍ଜନ କରିଥିଲି। ସେଥିରୁ ଦୁଇ ଟଙ୍କା ଛଅ ଅଣା ଗୁରୁ ଦକ୍ଷିଣା ସ୍ବରୂପ ସାର୍‌ଙ୍କ ପାଦତଳେ ରଖି ବାକି ଦଶ ଟଙ୍କାକୁ ଲଫାପାରେ ବନ୍ଦ କରି ଦେବାକୁ ସାର୍‌ଙ୍କୁ ଅନୁରୋଧ କଲି। ”ଏ ସବୁ ଟଙ୍କା ତୋର ଉପାର୍ଜନ; ଯାହାକୁ ଗୁରୁ ଦକ୍ଷିଣା କହୁଛୁ ତାହା ମୋ କୃତୀ ଛାତ୍ରୀ ପାଇଁ ମୋ ତରଫରୁ ପୁରସ୍କାର“, ଏତିକି କହି ସାର୍‌ ସବୁତକ ଟଙ୍କା ଲଫାପାରେ ଭର୍ତ୍ତି କରି ଉପରେ ଲେଖିଲେ ”ରିଲିଫ ପାଣ୍ଠି ପାଇଁ ଅନିନ୍ଦିତା (ମୋର ସ୍କୁଲ୍‌ ନାମ) ତରଫରୁ“। ସେଠୁ ଆସି ବାପାଙ୍କ ହାତରେ ଲଫାପାଟି ଧରାଇ କହିଲି, ଯେମିତି ହେଲେ ଏହା ମୁଖ୍ୟମନ୍ତ୍ରୀଙ୍କ ହାତରେ ପହଞ୍ଚତ୍ବା ଦରକାର। ଆଜି ମୁଁ ଜଣେ ପ୍ରତିଷ୍ଠିତା ଚକ୍ଷୁ ବିଶେଷଜ୍ଞା ହେବା ସହିତ ସାହିତ୍ୟ କ୍ଷେତ୍ରରେ ଭିନ୍ନ ପରିଚୟ ସୃଷ୍ଟି କରିପାରିଥିଲେ ମଧ୍ୟ ସେ ଦିନର ସେଇ ଛୋଟିଆ ଉପାର୍ଜନକୁ ମୁଁ ଭୁଲିପାରିନି।

-ଅମ୍ବ୍ରିତା


Enter your email to get our daily news in your inbox.

All Right Reserved By Dharitri.Com

୮ ଏପ୍ରିଲରୁ ଏୟାର ଇଣ୍ଡିଆର ଯାତ୍ରା ହେବ ମହଙ୍ଗା! ଜାଣନ୍ତୁ କେତେ ବଢ଼ିବ

ନୂଆଦିଲ୍ଲୀ,୭।୪: ଟାଟା ଗ୍ରୁପ୍ ନେତୃତ୍ୱରେ ପରିଚାଳିତ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଯାତ୍ରୀମାନଙ୍କୁ ଏକ ଝଟକା ଦେଇଛି । ବଢି଼ପାରେ ଭଡ଼ା । କମ୍ପାନୀ ୮ ଏପ୍ରିଲରୁ…

ଫାଇନାନ୍ସ କମ୍ପାନୀ ମ୍ୟାନେଜରଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗ: ସୁନା ଚେନ୍‌ ଛଡାଇ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଆଙ୍କୋରଡ଼ା ଗାଁ ନିକଟରେ ଥିବା କ୍ରସର ୟୁନିଟରୁ ପଶ୍ଚିମବଙ୍ଗ କୋଲକତାସ୍ଥିତ ସିଭିଲ କୋର୍ଟଙ୍କ ଆଦେଶ କ୍ରମେ କୋବେଲକୋ…

ନବୀନ ପଟ୍ଟନାୟକଙ୍କୁ ନେଇ ଏମିତି କହିଦେଲେ ମନମୋହନ: ଆମ ଦ୍ୱାର ସବୁବେଳେ ଖୋଲା…

ଭୁବନେଶ୍ୱର,୭।୪: ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପଞ୍ଚାୟତରାଜ ନିର୍ବାଚନ ପୂର୍ବରୁ ବିଭିନ୍ନ ଜିଲା ଗସ୍ତ କରିବେ ବୋଲି ଜଣାପଡ଼ିଛି। ନବୀନଙ୍କ ଜିଲା…

ହୃଦୟ ବିଦାରକ… ପ୍ରେମିକ ସହିତ ଧରାପଡ଼ିଲେ ସ୍ତ୍ରୀ, ପୋଲିସ ଉପସ୍ଥିତିରେ ଗଳା କାଟି ହତ୍ୟା କଲେ ସ୍ବାମୀ

ହାଇଦ୍ରାବାଦ,୭।୪: ତେଲେଙ୍ଗାନାର ସାଙ୍ଗାରେଡ୍ଡି ଜିଲାର ଜାହିରାବାଦରୁ ଏକ ହୃଦୟ ବିଦାରକ ଖବର ସାମ୍ନାକୁ ଆସିଛି । ଜଣେ ସ୍ୱାମୀ ପୋଲିସ ଉପସ୍ଥିତିରେ ଚଳନ୍ତା ଗାଡ଼ି ଭିତରେ ତାଙ୍କ…

୩୬ ଲକ୍ଷ ଟଙ୍କା ଦରମା ପ୍ୟାକେଜ୍‌ ଛାଡ଼ି ହୋଇଥିଲେ ବାବା: ଏବେ ବିବାହ କରି ଚର୍ଚ୍ଚାରେ ଅଭୟ ସିଂ, ଆଗକୁ କରିବେ…

ଧର୍ମଶାଳା,୭।୪: ଆଇଆଇଟି ବାବା ଓରଫ ଅଭୟ ସିଂ, ୨୦୨୫ର ପ୍ରୟାଗରାଜ ମହାକୁମ୍ଭ ସମୟରେ ତାଙ୍କର ଅନନ୍ୟ ଆଧ୍ୟାତ୍ମିକ ଯାତ୍ରା ପାଇଁ ରାତାରାତି ପ୍ରସିଦ୍ଧି ହାସଲ କରିଥିଲେ। ଏବେ…

ଯୁଦ୍ଧ ଭିତରେ ଆମେରିକାରେ ରାଷ୍ଟ୍ରପତି ପଦ ଛାଡିବେ ଟ୍ରମ୍ପ? ନିଜେ କହିଦେଲେ…

ଓ଼୍ବାଶିଂଟନ,୭।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଠାରୁ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଆସିଛି। ସେ ଦାବି କରିଛନ୍ତି ଯେ ସେ…

ଇରାନ ଯୁଦ୍ଧ ମଧ୍ୟରେ ବଡ଼ ଘୋଷଣା କଲେ ପାକ୍‌ ପ୍ରଧାନମନ୍ତ୍ରୀ, ଲୋକେ ଛାନିଆ!

ଇସଲାମାବାଦ,୭।୪: ଇରାନ ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଇବା ପରଠାରୁ, ଦକ୍ଷିଣ ଏସୀୟ ଏବଂ ୟୁରୋପୀୟ ଦେଶଗୁଡ଼ିକ ପେଟ୍ରୋଲ, ଡିଜେଲ ଏବଂ ଏଲପିଜିର…

ତାଣ୍ଡବ ରଚିଲା କାଳବୈଶାଖୀ: ଉଡିଲା ଘର ଛପର, ଭାଙ୍ଗିଲା ବଡ଼ ବଡ଼ ଗଛ

ତୁମୁଡିବନ୍ଧ,୭।୪ (ଦୀପକ କୁମାର ପରାସେଠା): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କୁର୍ତମଗଡ ପଞ୍ଚାୟତ ଅଞ୍ଚଳରେ କାଳବୈଶାଖୀ ତାଣ୍ଡବ ରଚାଇଥିବାର ଗତକାଲି ଦେଖିବାକୁ ମିଳିଛି l ସୂଚନା ଅନୁସାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri