Posted inଫୁରସତ

ଭାଗବତ, ରାମାୟଣ ପାଠକରି ପାରିଶ୍ରମିକ ପାଇଥିଲି: ଡା: ଅନୀତା ପଣ୍ଡା

କଟକ ଜିଲା ଯାଜପୁର ସବ୍‌ଡିଭିଜନ (ବର୍ତ୍ତମାନ ଜିଲା)ର ରାମବଗ, ତଳିହା ଗାଁରେ ମୋ ଜନ୍ମ। ଜନ୍ମରୁ ମା’ ଭାନୁଦେବୀଙ୍କୁ ହରାଇଥିଲି। ବାପା ଆଦିକନ୍ଦ ପଣ୍ଡା ଥିଲେ ଜଣେ ଜମିଦାର ଓ ଏଲ୍‌ .ଏମ .ପି ଡାକ୍ତର। ସେ ମୋ ଉପରେ କେବେ ବି ମାତୃ ହରାର ଆଞ୍ଚ ଆସିବାକୁ ଦେଇ ନ ଥିଲେ। ମୋର ପିଲା ଦିନର ସ୍ବପ୍ନ ଥିଲା ସାହିତ୍ୟ ସାଧନା କରିବି। ମାତ୍ର ବାପାଙ୍କର ଆଦେଶ ଥିଲା ପ୍ରଥମେ ଡାକ୍ତର ହେବୁ, ତା’ପରେ ସାହିତ୍ୟକୁ ଆପଣେଇବୁ। ତାଙ୍କରି କଥାନୁସାରେ ପ୍ରଥମେ ବୁର୍ଲା ମେଡିକାଲ୍‌ ଏବଂ ପରେ ସି.ଏମ୍‌.ସି., ଭେଲୋରରୁ ଶିକ୍ଷା ଲାଭ କରି ଉଚ୍ଚଶିକ୍ଷା ପାଇଁ ଏମ୍‌ସ, ଦିଲ୍ଲୀ ଯାଇଥିଲି। ଏମ୍‌ସରେ ଚକ୍ଷୁରୋଗ ବିଶେଷଜ୍ଞା ଭାବେ ଦୀର୍ଘ ଚାଳିଶ ବର୍ଷର ରହଣି ମୋ ପାଇଁ ଏକ ଅଭୁଲା ସ୍ମୃତି। ଡାକ୍ତର ହିସାବରେ ଜୀବନରେ ଅନେକ ରୋଜଗାର କରିଥିଲେ ମଧ୍ୟ ପିଲାଦିନେ ବନ୍ୟା ପୀଡିତଙ୍କୁ ସାହାଯ୍ୟ କରିବାକୁ ଭାଗବତ ପାଠକରି ଯେଉଁ ସ୍ବଳ୍ପ କିଛି ଟଙ୍କା ଅର୍ଜନ କରିଥିଲି ତାହାର ତୁଳନା କେଉଁଥିରେ ନାହିଁ। ଘଟଣାଟି ଥିଲା ଏହିପରି-୧୯୫୫ ମସିହା ଅଗଷ୍ଟ ମାସରେ ଦଳେଇ ଘାଇ ଭାଙ୍ଗି ଜଗତ୍‌ସିଂହପୁରର ବହୁ ଘରଦ୍ୱାର ଭସାଇ ନେଇଥିଲା। ଲୋକଙ୍କର ଦୁର୍ଦ୍ଦଶା କହିଲେ ନ ସରେ। ବାପା ଆମ ଗାଁ ରାମବଗ ହାଇସ୍କୁଲର ପିଲାମାନଙ୍କୁ ନେଇ ଏକ ସ୍ବେଚ୍ଛାସେବୀ ଦଳ ଗଠନ କରିଥିଲେ। ରିଲିଫ୍‌ ସାମଗ୍ରୀ ଯେପରି ବାଟମାରଣା ନ ହୋଇ ଠିକ୍‌ ଭାବରେ ବଣ୍ଟା ହେବ ସେଥିପାଇଁ ନିଜ ଖାଇବାପିଇବା ଭୁଲି ଦିନରାତି ସେହି ପିଲାମାନଙ୍କୁ ବାପା ଟ୍ରେନିଂ ଦେଇ ଚାଲିଥିଲେ। ଏହା ଦେଖି ସେତେବେଳେ ମୁଁ ମୋ ନାନୀକୁ ପଚାରିଥିଲି, କିଛି ଦାନଧର୍ମ କରିବାକୁ ହେଲେ ବାପା ଅଜସ୍ର ଟଙ୍କା ବିଛୁଡି ଦିଅନ୍ତି, ସେବା ପାଇଁ କେତେକେତେ ସେବାକାରୀ ନିଯୁକ୍ତି କରିଦିଅନ୍ତି। ହେଲେ ଏଥର କାହିଁକି ସେ ନିଜେ ହାଡଭଙ୍ଗା ପରିଶ୍ରମ କରୁଛନ୍ତି! ନାନୀର ଉତ୍ତର ଥିଲା; ଜମିଦାରୀ ଉଠିଗଲା ପରେ ଆମ ଘରର ଚଳଣି ପୂର୍ବ ପରି ଆଉ ସ୍ବଚ୍ଛଳ ନାହିଁ। ତେଣୁ ବାପାଙ୍କୁ ପରିଶ୍ରମ କରିବାକୁ ପଡୁଛି। ଏ କଥା ଶୁଣି ମୁଁ ନିଜେ କିଛି ଅର୍ଥ ଉପାର୍ଜନ କରି ରିଲିଫ୍‌ ପାଣ୍ଠିକୁ ଦେବା ପାଇଁ ସ୍ଥିର କଲି। ଗାଁ ନିମ୍ନ ପ୍ରାଇମେରୀ ସ୍କୁଲର ଶିକ୍ଷକ ପଦ ସାରଙ୍କୁ ମୁଁ ବହୁ ଭକ୍ତି କରେ, ସେ ବି ମୋତେ ଖୁବ୍‌ ସ୍ନେହ କରନ୍ତି। ତାଙ୍କୁ ଯାଇ ସବୁ କଥା କହିଲି। ମୋ କଥା ଶୁଣି ସାର୍‌ ଟିକିଏ ଗମ୍ଭୀର ହୋଇ କହିଲେ, ତୁ ଏବେ ଛୁଆଟା, ତୋ ଯୋଗେ ଏହା ସମ୍ଭବ ହେବନି। ତା’ପରେ ମୁଁ ତାଙ୍କୁ ଦୃଢ଼ ସ୍ବରରେ କହିଥିଲି, ଦୋଳ ମେଳଣବେଳେ କେତେଜଣ ପିଲା ଯାତ୍ରା ପାର୍ଟି, ନାଟ ପାର୍ଟି, ସର୍କସ ପାର୍ଟିରେ ନିଜ କୃତୀ ଦେଖାଇ ପଇସା ରୋଜଗାର କରିଥିବା ମୁଁ ନିଜେ ଦେଖିଛି। ମୋ କଥା ଶୁଣି ସାର୍‌ ଉତ୍ତର ଦେଲେ, ଠିକ୍‌ କହୁଛୁ, ହେଲେ ପ୍ରଥମତଃ ତୁ ଝିଅ ପିଲାଟେ, ଉପରକୁ ତୁ ଜମିଦାର ଘରର ଝିଅ। ସେ ସବୁ କାମ ତୋ ପାଇଁ ଶୋଭନୀୟ ହେବନି। ସାର୍‌ଙ୍କ କଥା ଶୁଣି ମୋ ମୁହଁ ଶୁଖିଗଲା। ଦୁଃଖରେ କହିଲି, ମୋତେ ଭଗବାନ କାହିଁକି ଝିଅ ପିଲାଟେ କଲେ! ସାର୍‌ କିଛି ନ କହି ମୋ ମୁଣ୍ଡ ସାଉଁଳାଇଲେ। ହଠାତ୍‌ କିଛି ମିଳିଗଲା ଭଳି କହିଲି ସାର୍‌, ସ୍କୁଲ୍‌ରେ ସରସ୍ବତୀ ପୂଜା ପରେ ବଡ଼ ପିଲାଙ୍କ ସାଙ୍ଗରେ ସରସ୍ବତୀ ମୂର୍ତ୍ତିଙ୍କୁ ଥାଳିରେ ଧରି ଘରଘର ବୁଲାଇ ବିସର୍ଜନ ପାଇଁ ଆମେ ବହୁ ପଇସା ଏକାଠି କରୁଥିଲୁ। ସବୁଠି ମୁଁ ଗୀତ ଗାଉଥିଲି। ଏବେ ସେମିତି କିଛି କରିପାରିବିନି? ମୁଁ ଏବେ ଗୀତ ଛଡ଼ା ପୁରାଣ ପାଠ ମଧ୍ୟ କରିପାରୁଛି। ଟିକିଏ ଚିନ୍ତା କରି ସାର୍‌ କହିଲେ, ଆଚ୍ଛା ଠିକ୍‌ ଅଛି, ତୋର କୁଆଡ଼େ ଘର ଘର ବୁଲିବା ଦରକାର ନାହିଁ। ମୁଁ ଆମ ସ୍କୁଲ ଘରେ ଭାଗବତ ପାଠର ବନ୍ଦୋବସ୍ତ କରାଉଛି। ଗାଁର ସ୍ତ୍ରୀ ଲୋକମାନେ ତ ନିରକ୍ଷର; ଭାଗବତ ଶୁଣିବାକୁ ନିଶ୍ଚେ ପସନ୍ଦ କରିବେ। ତେଣୁ ତୁ ଦ୍ୱିପହରେ ଘଣ୍ଟାଏ ଲେଖାଏ ସେମାନଙ୍କୁ ଭାଗବତ ଶୁଣାଇବୁ, ଆଉ ପୁରୁଷ ଲୋକଙ୍କୁ ସନ୍ଧ୍ୟାରେ ରାମାୟଣ। ଏମିତି କଲେ ତୋ ବାପା ଆଉ ବାରଣ କରିବେନି। ସେୟା ହିଁ ହେଲା। ଭାଗବତ ଓ ରାମାୟଣ ଶୁଣାଇ ବାର ଟଙ୍କା ଛଅ ଅଣା ମୁଁ ସେତେବେଳେ ଉପାର୍ଜନ କରିଥିଲି। ସେଥିରୁ ଦୁଇ ଟଙ୍କା ଛଅ ଅଣା ଗୁରୁ ଦକ୍ଷିଣା ସ୍ବରୂପ ସାର୍‌ଙ୍କ ପାଦତଳେ ରଖି ବାକି ଦଶ ଟଙ୍କାକୁ ଲଫାପାରେ ବନ୍ଦ କରି ଦେବାକୁ ସାର୍‌ଙ୍କୁ ଅନୁରୋଧ କଲି। ”ଏ ସବୁ ଟଙ୍କା ତୋର ଉପାର୍ଜନ; ଯାହାକୁ ଗୁରୁ ଦକ୍ଷିଣା କହୁଛୁ ତାହା ମୋ କୃତୀ ଛାତ୍ରୀ ପାଇଁ ମୋ ତରଫରୁ ପୁରସ୍କାର“, ଏତିକି କହି ସାର୍‌ ସବୁତକ ଟଙ୍କା ଲଫାପାରେ ଭର୍ତ୍ତି କରି ଉପରେ ଲେଖିଲେ ”ରିଲିଫ ପାଣ୍ଠି ପାଇଁ ଅନିନ୍ଦିତା (ମୋର ସ୍କୁଲ୍‌ ନାମ) ତରଫରୁ“। ସେଠୁ ଆସି ବାପାଙ୍କ ହାତରେ ଲଫାପାଟି ଧରାଇ କହିଲି, ଯେମିତି ହେଲେ ଏହା ମୁଖ୍ୟମନ୍ତ୍ରୀଙ୍କ ହାତରେ ପହଞ୍ଚତ୍ବା ଦରକାର। ଆଜି ମୁଁ ଜଣେ ପ୍ରତିଷ୍ଠିତା ଚକ୍ଷୁ ବିଶେଷଜ୍ଞା ହେବା ସହିତ ସାହିତ୍ୟ କ୍ଷେତ୍ରରେ ଭିନ୍ନ ପରିଚୟ ସୃଷ୍ଟି କରିପାରିଥିଲେ ମଧ୍ୟ ସେ ଦିନର ସେଇ ଛୋଟିଆ ଉପାର୍ଜନକୁ ମୁଁ ଭୁଲିପାରିନି।

-ଅମ୍ବ୍ରିତା


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ଛାଡ଼ିବା ଖୁସିରେ ଢୋଲ ବଜାଇ ମାଲିକଙ୍କ ସାମ୍ନାରେ ନାଚିଲେ କର୍ମଚାରୀ, ଚକିତ କରୁଛି Video

ଚାକିରି ଛାଡ଼ିବା ବେଳେ ଦୁଃଖ ଲାଗେ। କାରଣ କମ୍ପାନୀ ଏବଂ ସାଙ୍ଗରେ କାମ କରୁଥିବା ସହକର୍ମୀଙ୍କ ସହ ଏକପ୍ରକାର ନିବିଡ଼ତା ହୋଇଯାଇଥାଏ। ହେଲେ ସୋସିଆଲ ମିଡିଆରେ...

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri