Posted inଫୁରସତ

ପ୍ରଥମ ରୋଜଗାର… ବୋଉ ପାଇଁ ଶାଢ଼ି ଓ ମିଠା କିଣିଥିଲି, ବୋଉ ଆଖିରୁ ଝରିପଡିଥିଲା ଦୁଇଟୋପା ଲୁହ

ମୋ ଘର ପୁରୀ ଜିଲା ଗୋପ ବ୍ଲକ ଅନ୍ତର୍ଗତ ସୁବର୍ଣ୍ଣପୁର ଗାଁରେ। ପିଲାବେଳୁ ପାଠରେ ଖୁବ୍‌ ଭଲ ଥିଲି। ଉତ୍କଳ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ପାସ୍‌ କରିବା ପରେ ଆମ ଗାଁ ପାଖରେ ନୂଆ କରି ଖୋଲିଥିବା ଏକ ବେସରକାରୀ କଲେଜ; ଯାହାର ନଁା ରାଧାବଲ୍ଲଭ ମହାବିଦ୍ୟାଳୟ, ସେଠାରେ ରାଜନୀତି ବିଜ୍ଞାନ ବିଭାଗର ଅଧ୍ୟାପକ ଭାବେ ଯୋଗଦେଲି। ସେ ପୁଣି ବିନା ବେତନରେ। ମଝିରେ ମଝିରେ କଲେଜ ମ୍ୟାନେଜମେଣ୍ଟ ତରଫରୁ ଯେଉଁ ଶହେ କି ଦୁଇ ଶହ ଟଙ୍କା ମିଳୁଥିଲା, ତାହା ମୋ ଲୁନାରେ ତେଲ ପକାଇବାରେ ସରିଯାଉଥିଲା। ଏମିତି ପ୍ରାୟ ୩ ବର୍ଷ ଅଧ୍ୟାପନା କରିବା ପରେ ରେଗୁଲାର ଶିକ୍ଷକ ପଦବୀ ପାଇଁ ଆବେଦନ କରିବାକୁ ଏକ ସରକାରୀ ବିଜ୍ଞାପନ ବାହାରିଲା। ବାଧ୍ୟ ହୋଇ ସେଥିରେ ଆବେଦନ କଲି। କାରଣ ସେତେବେଳକୁ ସରକାରୀ ଚାକିରି ପାଇବାର ପରିସର ସଙ୍କୁଚିତ ତଥା କଷ୍ଟସାଧ୍ୟ ହେବାକୁ ଆରମ୍ଭ ହୋଇଯାଇଥିଲା। ମୋ ପରି ଶହ, ଶହ ଯୁବକ ଯୁବତୀ ଛୋଟ ପଦବୀ ହେଉ ପଛେ ସରକାରୀ ଚାକିରି ପାଇଁ ପ୍ରାଣପଣେ ଲାଗୁଥିଲେ। ତେଣୁ ମୁଁ ବି ସେହି ପଥକୁ ଅନୁସରଣ କଲି। ଯୋଗକୁ ଇଣ୍ଟରଭ୍ୟୁରେ ସଫଳ ହେବାରୁ ମୋର ପ୍ରଥମ ପୋଷ୍ଟିଂ କଣାସ ବ୍ଲକର ଲୋକାପାଳ ପ୍ରାଥମିକ ବିଦ୍ୟାଳୟରେ ହେଲା। ୧୯୯୭ ମସିହା ଜୁନ ୨୦ରେ ଏଥିରେ ଯୋଗ ଦେଲି। ସେତେବେଳେ ରାସ୍ତାଘାଟ ଆଜି ପରି ନ ଥିଲା କି ପ୍ରତି ସମୟରେ ବସ୍‌ ଯୋଗାଯୋଗ ନ ଥିଲା। ଘରୁ ବାହାରି ୪/୫ଜାଗାରେ ଗାଡି ବଦଳେଇଲେ ମୋ ସ୍କୁଲ ପାଖରେ ପହଞ୍ଚିଲା ହେଉଥିଲା। ତା’ଛଡା ହଠାତ୍‌ କଲେଜ ପିଲାଙ୍କର ଅଧ୍ୟାପନା ଛାଡି ଛୋଟ ପିଲାଙ୍କୁ ଶିକ୍ଷାଦାନ କରିବା ଯେ କେତେ କଷ୍ଟକର କଥା ତାହାକୁ ମର୍ମେ ମର୍ମେ ଉପଲବ୍ଧି କରୁଥିଲେ ହେଁ, ବେକାରି ଜୀବନରୁ ତ୍ରାହି ମିଳିଛି ବୋଲି ଭାବି ସବୁ କଷ୍ଟକୁ ନିଜ ଭିତରେ ଚାପିରଖି କର୍ମପଥରେ ଆଗେଇ ଚାଲିଥିଲି। ପ୍ରତିଦିନ ବଡି ଭୋରରୁ ଉଠି ଚାଲିଚାଲି ଗୋପ ଯାଇ ବସ୍‌ ଧରି ୭ଟା ସୁଦ୍ଧା ନିମାପଡାରେ ପହଞ୍ଚୁଥିଲି। ସେଠୁ ପୁଣି ଅସ୍ତରଙ୍ଗ-ମନ୍ଦାରବସ୍ତ ଗାଡି ଧରୁଥିଲି। ଯେଉଁଦିନ ଟିକେ ଡେରି ହୋଇଯାଉଥିଲା, ଗାଡି ମିଳୁ ନ ଥିଲା। ପୁଣି କୋଶେ ବାଟ ସେଠୁ ଚାଲିବାକୁ ପଡୁଥିଲା। ଯାହାହେଉ ପାରିବାରିକ ବୋଝକୁ ହାଲୁକା କରିବାକୁ ସବୁ କଷ୍ଟ ସହି କର୍ତ୍ତବ୍ୟ କରିଚାଲିଥିଲି। ଦେଖୁଦେଖୁ ଜୁନ୍‌ ମାସ ପୂରିଗଲା। ଦରମା ମିଳିବ ବୋଲି ସୂଚନା ପାଇଲି। ମନରେ ଅନେକ ଆଶା ଆଉ ଉନ୍ମାଦନା। ସେତେବେଳେ ଦରମା ନଗଦ ଆକାରରେ ବ୍ଲକରେ ଦିଆଯାଉଥିଲା ଓ ସେଦିନ ସ୍କୁଲ ବନ୍ଦ ରହୁଥିଲା। ଜୁଲାଇ ମାସ ୬ ତାରିଖରେ ଦରମା ମିଳିଲା। ଚାକିରି ଜୀବନର ପ୍ରଥମ ମାସର ୧୦ଦିନର ଦରମା ଆକାରରେ ୧୩୮୦ ଟଙ୍କା ପାଇଲି। ଟଙ୍କାକୁ ଗଣି ପକେଟ୍‌ରେ ରଖି ଘରକୁ ଆସିବାକୁ ଉଚ୍ଛନ୍ନ ହେଲି। ବସ୍‌ରେ ବସି ଘରକୁ ଫେରିବା ବାଟରେ ବାରମ୍ବାର ପକେଟ୍‌ରେ ହାତ ମାରୁଥିଲି, ଟଙ୍କାଟା ଠିକ୍‌ ଠାକ୍‌ ଅଛି ନା ନାହିଁ ବୋଲି। କଣାସରୁ ବସ୍‌ରେ ବସି ପଟ୍ଟନାୟିକିଆ ଆଉ ସେଠୁ ପିପିଲି ଆସିଲି। ପିପିଲି ବଜାରରୁ ବୋଉ ପାଇଁ ଖଣ୍ଡେ ଘରପିନ୍ଧା ଶାଢ଼ି ଆଉ ନିମାପଡାରୁ ମିଠା କିଣି ଆମ ଗାଁରେ ଆସି ପହଞ୍ଚତ୍ଲା ବେଳକୁ ରାତି ୮ଟା ବାଜି ସାରିଥିଲା। ତଥାପି କିଛି ବାଧା ଲାଗୁ ନ ଥାଏ, ପାଞ୍ଚ ହାତରେ ଗୋଡ଼ ମୋର ପଡୁଥାଏ। ଦାଣ୍ଡ ଦୁଆରେ ପହଞ୍ଚି ଡାକଟେ ମାରିଲି ”ବୋଉ ଲୋ! ମୁଁ ଆସିଗଲି, ଆଜି ଦରମା ମିଳିଲା,ଏଇ ନେ ତୋ ପାଇଁ ଲୁଗା ଓ ସମସ୍ତଙ୍କ ପାଇଁ ମିଠା ଆଉ ଏ ଟଙ୍କା।“ ମୋ ହାତରୁ ଥାଥା ମାମା ହୋଇ ଟଙ୍କା ତକ ଧରିଲାବେଳକୁ ବୋଉ
ଆଖିରୁ ଝରିପଡିଥିଲା ଦୁଇଟୋପା ଲୁହ। ସେ ଆନନ୍ଦର ଅବର୍ଣ୍ଣନୀୟ ଅନୁଭବକୁ ବର୍ଣ୍ଣନା କରିବାକୁ ଆଜି ବି ମୋ ଆଖି ଓଦା ହୋଇଯାଉଛି, ବାଷ୍ପରୁଦ୍ଧ ହୋଇଯାଉଛି କଣ୍ଠ। ବାସ୍ତବରେ ଜୀବନର ପ୍ରଥମ ରୋଜଗାରର ସ୍ମୃତି ସତରେ ବେଶ୍‌ ନିଆରା। ତେବେ ସେ ଯାହା ହେଉ ୟା’ ଭିତରେ ମୁଁ ଅନେକ ବିଦ୍ୟାଳୟରେ ଶିକ୍ଷାଦାନ କରିବା ସହ ଏବେ ଗୋପ ବ୍ଲକ ଅନ୍ତର୍ଗତ ଲୁଣହାର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବରିଷ୍ଠ ସ୍ନାତକ ଶିକ୍ଷକ (କଳା) ଭାବେ କାର୍ଯ୍ୟରତ। ତା’ସହିତ କବିତା ଲେଖାରେ ବି ରୁଚି ରଖିଛି। ଆଉ ଏଇ କବିତା ପାଇଁ ଉତ୍କଳ ଯାଦବ ସମ୍ମିଳନୀ ତରଫରୁ ମୋତେ କବି କାଇଁଚ ଉପାଧି ମଧ୍ୟ ମିଳିଛି। ‘ଏଇ ମୋ ଛୋଟ ଗାଆଁଟି’ ହେଉଛି ମୋ ରଚିତ ଏକ କବିତା ସଂକଳନ।


Enter your email to get our daily news in your inbox.

All Right Reserved By Dharitri.Com

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଯୁଦ୍ଧରେ ଏବେ ପର୍ଯ୍ୟନ୍ତ କେତେ ସେନାଙ୍କୁ ହରାଇଲାଣି ଆମେରିକା? ନିଜେ ଦେଲା ବଡ଼ ଅପଡେଟ

ଓ୍ବାଶିଂଟନ,୧୭।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ଏବେ ପ୍ରାୟ ତିନି ସପ୍ତାହ ଧରି ଚାଲିଛି। ଏହି ସମୟ ମଧ୍ୟରେ, ଇରାନ ସହିତ ସଂଘର୍ଷରେ ଆହତ ହୋଇଥିବା ଆମେରିକୀୟ ସୈନ୍ୟଙ୍କ…

ଖଣି ବିରୋଧରେ ଗର୍ଜିଲେ ଜନତା

ବଲାଙ୍ଗୀର/ଲୋଇସିଂହା, ୧୭ା୩(ବୀରେନ୍ଦ୍ର କୁମାର ଝାଙ୍କର/ସୁଶାନ୍ତ ବାରିକ): କିଛିଦିନ ପୂର୍ବରୁ ବଲାଙ୍ଗୀର ଜିଲାର ଲୋଇସିଂହା ବ୍ଲକ ଅନ୍ତର୍ଗତ ବିଅରପାଲି, ବବ୍‌ଜା, ପାଟଣାଗଡ ବ୍ଳକର ସାଲେପାଲି, ଭରତବାହାଲ, ଲରମ୍ଭା ଏବଂ…

ରନ୍ଧନ ଗ୍ୟାସ ସଂକଟ: ଆହାର କେନ୍ଦ୍ରରେ ଛାତ୍ରୀଛାତ୍ରଙ୍କୁ ମିଳୁ ଅତିରିକ୍ତ ଖାଦ୍ୟ

ବରଗଡ଼,୧୭ା୩(ପ୍ରେମାନନ୍ଦ ଖମାରୀ): ମଧ୍ୟପ୍ରାଚ୍ୟ ଯୁଦ୍ଧ ପ୍ରଭାବରେ ରନ୍ଧନ ଗ୍ୟାସ ସଂକଟ ଦେଖାଦେଇଛି। ଏହା ସାଧାରଣ ଜୀବନ ଜୀବିକାକୁ ମଧ୍ୟ ପ୍ରଭାବିତ କରିଛି। ଏଥିରୁ ସ୍କୁଲ, କଲେଜ ଛାତ୍ରୀଛାତ୍ର…

ନବଭାରତ ସାକ୍ଷରତା କାର୍ଯ୍ୟକ୍ରମ: ପରୀକ୍ଷା ଦେଲେ ୨୫ହଜାର ୫୨୮ ଶିକ୍ଷାର୍ଥୀ

ବରଗଡ଼,୧୭।୩(ପ୍ରେମାନନ୍ଦ ଖମାରୀ): ନବଭାରତ ସାକ୍ଷରତା କାର୍ଯ୍ୟକ୍ରମ (ଉଲ୍ଲାସ) ଅନ୍ତର୍ଗତ ମୌଳିକ ସାକ୍ଷରତା ଏବଂ ସଂଖ୍ୟା ଜ୍ଞାନ ଦ୍ୱିତୀୟ ମୂଲ୍ୟାଙ୍କନ ପରୀକ୍ଷା (ଏଫଏଲଏନଏଟି-୨) ରବିବାର ବରଗଡ଼ ଜିଲାର ବିଭିନ୍ନ…

ଯୁଦ୍ଧ ମଧ୍ୟରେ ପରମାଣୁ ଅସ୍ତ୍ରକୁ ନେଇ ବଡ଼ ଚେତାବନୀ ଦେଲେଣି ଟ୍ରମ୍ପ, କହିଲେ ଯଦି ଇରାନକୁ ପରମାଣୁ ଅସ୍ତ୍ର ମିଳେ ତେବେ….

ଓ୍ବାଶିଂଟନ,୧୭।୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦେଶ ବିରୁଦ୍ଧରେ ନିଆଯାଇଥିବା ସାମ୍ପ୍ରତିକ ସାମରିକ କାର୍ଯ୍ୟାନୁଷ୍ଠାନକୁ ରକ୍ଷା କରିଛନ୍ତି। ସେ ଚେତାବନୀ…

୪ କୋଠରିରେ ବସୁଛନ୍ତି ୯ ଶ୍ରେଣୀର ପିଲା

ନୂଆପଡ଼ା,୧୭ା୩ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ଠିକପାଲି ପଞ୍ଚାୟତ ଶୁକ୍ଲିମୁଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବିଭିନ୍ନ ସମସ୍ୟା ଦେଇ ଗତି କରୁଛି। ୧୯୫୮ମସିହାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri