ଖଜୁରୀପଡ଼ା,୨୮ା୯(ବିଦୁର ବେହେରା): ଖଜୁରୀପଡ଼ା ବ୍ଲକରେ ୩୨୩୩ ହେକ୍ଟର ଚାଷ ଜମିକୁ ପାଣି ଯୋଗାଇବା ପାଇଁ ପିଲାସାଲୁଙ୍କି ଜଳ ଭଣ୍ଡାର ବହୁ କୋଟି ଟଙ୍କା ଖର୍ଚ୍ଚ କରି ନିର୍ମାଣ କରାଯାଇଛି। ଲେଫ୍ଟ କେନାଲ ୨୦.୦୫ କିମି ପର୍ଯ୍ୟନ୍ତ ଲମ୍ବା ଥିବା ବେଳେ ରାଇଟ କେନାଲ ୧୫.୭୫ କିମି ପର୍ଯ୍ୟନ୍ତ ଲମ୍ବା ରହିଛି। ଏହି ଦୁଇଟି ପ୍ରମୁଖ କେନାଲ ମାଧ୍ୟମରେ ଚାଷୀର ଚାଷ ଜମିକୁ ପାଣି ଯୋଗାଇ ଦିଆଯାଏ। ଯାହା ଦ୍ୱାରା ରବି ଏବଂ ଖରିଫ ଋତୁରେ ଫସଲ ଉତ୍ପାଦନ ହୁଏ। କିନ୍ତୁ ଆଜକୁ ୧୪ ବର୍ଷ ବିତିଗଲାଣି ପିଲା ସାଲୁଙ୍କି ଡ୍ୟାମର ପାଦ ଦେଶରେ ଥିବା ରାଇଟ କେନାଲର ପ୍ରଥମ ଆଉଟଲେଟ ଭାଙ୍ଗି ଯାଇଛି, ଯାହା ମରାମତି କରିବାର ନାଁ ଧରୁ ନାହିଁ ଜଳ ସେଚନ ବିଭାଗ। ଫଳରେ ଚାଷୀମାନେ ଚାଷ ଜମିକୁ ପାଣି ନେବା ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ସମସ୍ୟାକୁ ନେଇ ଦୀର୍ଘ ୧୪ ବର୍ଷ ଧରି ବିଭାଗୀୟ ସହକାରୀ ଯନ୍ତ୍ରୀ, ଏସଡିଓ ଏବଂ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ଚାଷୀମାନେ ଅଭିଯୋଗ ଜଣାଇଥିଲେ ସୁଦ୍ଧା ଫଳ ଶୂନ। ଏହି ସମସ୍ୟାର ସମାଧାନ କାହିଁକି କରାଯାଉ ନାହିଁ ବୋଲି ଚାଷୀ ମାନେ ପ୍ରଶ୍ନ କରିଛନ୍ତି? ବର୍ଷ ବର୍ଷ ଧରି ଆଉଟ୍ ଲେଟ ମରାମତି ନ ହେଉଥିବା ଯୋଗୁଁ ଶେଷରେ ଚାଷୀମାନେ ଚାନ୍ଦା କରି ପାଇପ କିଣି କଷ୍ଟେ ମଷ୍ଟେ ଚାଷ ଜମିକୁ ପାଣି ନେଉଛନ୍ତି ବୋଲି କହିଛନ୍ତି ଚାଷୀ ଶୁକେ ମହାନନ୍ଦ, ଭାବିନ୍ଦ୍ର ନାୟକ, ଚୈତନ୍ୟ କହଁର। ଦାୟିତ୍ୱରେ ଥିବା ବାବୁମାନଙ୍କ ଅଣଦେଖା ଏବଂ ଖାମ ଖିଆଲ ନୀତି ଯୋଗୁଁ ଚାଷୀମାନେ ନାହିଁ ନ ଥିବା ହଇରାଣ ହେଉଛନ୍ତି। ତେଣୁ ସରକାର ଏଥିପ୍ରତି ଦୃଷ୍ଟି ଦେଇ ପିଲାସାଲୁଙ୍କି ଡ୍ୟାମର ରାଇଟ କେନାଲର ପ୍ରଥମ ଆଉଟ୍ ଲେଟ ନିର୍ମାଣ କରିବା ପାଇଁ ଚାଷୀକୁଳ ସରକାର ଠାରେ ଦାବି କରିଛନ୍ତି। ଆମ୍ଭେ ଏ ନେଇ ବିଭାଗୀୟ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ହିତେଶ କୁମାର ସାହୁଙ୍କ ପ୍ରତିକ୍ରିୟା ନେବାରୁ ସେ କହିଛନ୍ତି ଯେ ଆମେ ଯାଇ ତାକୁ ଦେଖିବୁ ଏବଂ ସମସ୍ୟାର ସମାଧାନ କରିବୁ ବୋଲି କହିଛନ୍ତି।
୧୪ ବର୍ଷ ହେଲା ପ୍ରଥମ ଆଉଟଲେଟ୍ ଭାଙ୍ଗିଛି: ପିଲାସାଲୁଙ୍କି କେନାଲର ମରାମତି ପାଇଁ ବିଭାଗର ନଜର ନାହିଁ
Posted inHome, Home Left, ଆମ ଜିଲା ଖବର, କନ୍ଧମାଳ View All
ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍; ଡାକ୍ତରୀ ଛାତ୍ରୀ ଗୁରୁତର
ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…
ପ୍ରେମ ବିବାହ କରିଥିବା ଯୁବକଙ୍କୁ ଅପହରଣ, ବାପାଙ୍କ ନାଁରେ ଥାନାରେ ଏତଲା ଦେଲେ ଝିଅ
ତୁମୁଡିବନ୍ଧ,୧୪ା୨(ଦୀପକ କୁମାର ପରାସେଠ)- ଭଲପାଇ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। କନ୍ଧମାଳ ଜିଲାର ଏହି ଯୁବକ ପୁରୀ ଜିଲାର ଏକ ଗ୍ରାମରେ ଡାକ…
ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ
ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…
ଏପିଓଙ୍କୁ ତାଗିଦ କରିବାରୁ ବିଡିଓଙ୍କ ନାମରେ ଏତଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ
ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁ ଦୀର୍ଘଦିନ ହେଲା କାର୍ଯ୍ୟରେ ଅବହେଳା କରିଆସୁଛନ୍ତି।ନିଶାସକ୍ତ…
ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ
ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…
୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ
ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮ ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…
ଯେଉଁ ପିଚ୍ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍
କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍ ମ୍ୟାଚ୍ ଆର୍ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍ରେ ହେବ। ଏଣୁ ପିଚ୍ ଧିମା…
ନାଇକସାହିରେ ବ୍ୟାପୁଛି ଜଣ୍ଡିସ: ୯ ବର୍ଷୀୟ ଶିଶୁ ମୃତ,ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ…
ବଞ୍ଚୋ, ୧୪ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ପଞ୍ଚାୟତର ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୯ବର୍ଷୀୟ…
Archives

