ଶୀତ ମହୋତ୍ସବ ପାଇଁ ବସିଲା ପ୍ରଥମ ବୈଠକ: ମୁଖ୍ୟମନ୍ତ୍ରୀଙ୍କୁ ଅତିଥି ଭାବେ କରାଯିବ ନିମନ୍ତ୍ରଣ, ଜାଣନ୍ତୁ କ’ଣ ସବୁ ହେଲା ଆଲୋଚନା

ଦାରିଙ୍ଗବାଡି, ୬।୧୧ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସଭାଗୃହ ପରିସରରେ ଗୁରୁବାର ଅପରାହ୍ନରେ ଶୀତ ମହୋତ୍ସବ ନ ପାଇଁ ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶୀତ ମହୋତ୍ସବ କମିଟିର ସମ୍ପାଦକ ତଥା ବିଡିଓ ପ୍ରୀତିରଞ୍ଜନ ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମର ପ୍ରଧାନ, ତହସିଲଦାର ଧୀରୋଜ ପାତ୍ର, ଆଇଆଇଆସି ଜୟନ୍ତ କୁମାର ସେଠି, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ଜାକେଶ ସାମନ୍ତରାୟ, ସିଡିପିଓ ସନ୍ଧ୍ୟାରାଣୀ ପଣ୍ଡା, ଜିଲାପରିଷଦ ସଦସ୍ୟ ରଞ୍ଜନ ପ୍ରଧାନ ପ୍ରମୁଖ ମଞ୍ଚାସିନ ରହିଥିଲେ। ଗତ ଶୀତ ମହୋତ୍ସବ ଭଳି ଚଳିତ ବର୍ଷ ଏହି ମହୋତ୍ସବକୁ ଆହୁରି ଆଡମ୍ବର ଭାବେ ପାଳନ କରାଯିବାକୁ ପ୍ରାଥମିକ ଭାବେ ଆଲୋଚନାରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ସେହିପରି ଶୀତ ମହୋତ୍ସବ ଗତ ୨୦୧୫ରେ ରାଜ୍ୟସ୍ତରୀୟ ଶୀତ ମହୋତ୍ସବ ଭାବେ ଆରମ୍ଭ ହୋଇଥିଲେ ସୁଦ୍ଧା ପରବର୍ତ୍ତୀ ସମୟରେ ଏହା ଆଉ ରାଜ୍ୟସ୍ତରୀୟ ଭାବେ ପାଳନ କରାଯାଇପାରିନଥିଲା । ତେଣୁ ବ୍ଲକ, ଜିଲା ଏବଂ ସ୍ଥାନୀୟ ବିଭିନ୍ନ ସଂଗଠନର ପ୍ରଚେଷ୍ଟାରେ ଏହି ମହୋତ୍ସବ ପାଳନ କରି ଆସୁଛି । ଏହା ଆରମ୍ଭ ହେବାର ଏକ ଦଶନ୍ଧି ବିତିଯାଇଛି । ତେଣୁ ଚଳିତ ବର୍ଷ ଏହି ମହୋତ୍ସବକୁ ପୁଣି ରାଜ୍ୟସ୍ତରୀୟ ମାନ୍ୟତା ଦେବାକୁ ବୈଠକରେ ସରକାରଙ୍କୁ ଅବଗତ କରାଇବାକୁ ନିଷ୍ପତ୍ତି ହୋଇଛି। ଦୀର୍ଘ ବର୍ଷ ହେଲା ଏହି ଦିବସପାଳନ କରାଯାଉଥିବାରୁ ଏହା ରାଜ୍ୟସ୍ତରୀୟ ମାନ୍ୟତା ପାଇବାର ଅଧିକାର ବୋଲି ବରିଷ୍ଠ ନାଗରିକ ସଙ୍ଘର ସଭାପତି ରମେଶ ଚନ୍ଦ୍ର ସାହୁ କହିଥିଲେ। ସେହିପରି ଏହି ମହୋତ୍ସବରେ ପ୍ରଥମ ଦିନ ଉଦ୍‌ଘାଟନୀ ଉତ୍ସବରେ ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ମୁଖ୍ୟ ଅତିଥିଭାବେ ନିମନ୍ତ୍ରଣ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ସେହିପରି ଏହି ଶୀତ ମହୋତ୍ସବରେ କ’ଣ ତ୍ରୁଟି ରହିଛି ଓ ତାକୁ କିଭଳି ସଂଶୋଧନ କରାଯାଇପାରିବ ସେନେଇ ଆଲୋଚନା କରାଯାଇଛି । ସେହିପରି ଶୀତ ମହୋତ୍ସବ ପୂର୍ବରୁ ଦାରିଙ୍ଗବାଡିର ପରିବେଶ ଓ ପରିମଳ ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଇଛି। ସେହିପରି ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଞ୍ଚଳର କଳାକାରଙ୍କୁ ଅଗ୍ରାଧିକାର ଦିଆଯିବାକୁ ଆଲୋଚନା ହୋଇଛି। ଏହାସହ ରାଜ୍ୟ ଓ ରାଜ୍ୟ ବାହାରୁ ମଧ୍ୟ କଳାକାରଙ୍କୁ ଆଣିବାକୁ ଆଲୋଚନା କରାଯାଇଛି। ସେହିପରି ଏହି ମହୋତ୍ସବ ପାଇଁ ଆବଶ୍ୟକ ଅନୁଦାନ ପାଇଁ ଜିଲାଠାରୁ ଆରମ୍ଭ କରି ରାଜ୍ୟ ପର୍ଯ୍ୟନ୍ତ ଅନୁଦାନ ପାଇଁ ନିବେଦନ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ୨୦୨୫/୨୦୨୬ ବର୍ଷ ଏହି ମହୋତ୍ସବ ପାଳନ ପାଇଁ ଆସନ୍ତା ଜାନୁଆରୀରେ ପୂର୍ବ ନିର୍ଦ୍ଧାରିତ ଦିନରେ କରାଯିବାକୁ ନିଷ୍ପତ୍ତି ହୋଇଛି। ବୈଠକରେ ସ୍ଥାନୀୟ ସରପଞ୍ଚ ସୁଶ୍ରୀ ଚନ୍ଦ୍ରିକା ମଲିକ,ଯୁବନେତା ହରେନ କୁମାର ସାହୁଙ୍କ ସମେତ ମିଟୁ ସାହୁ, ଆଇନଜୀି ପ୍ରଦୀପ ସାହୁ, ଲେଙ୍କା ପ୍ରଧାନ,ଜୟ ପଡ୍ରା, ପତିତପାବନ ରାଉତ, ଦିଲୀପ ସାହୁ, ସନ୍ତୋଷ ସାହୁ, ପ୍ରଭାକର ସାହୁ, ମଣ୍ଟୁ ସାହୁ, ସବୁଜ ବୈଦ୍ୟ ସଂଗଠନର ସମ୍ପାଦକ ଦିନବନ୍ଧୁ ମହାରଣା, ପ୍ରଶାନ୍ତ ସାହୁ, ଅରୁଣ ପ୍ରଧାନ, ମୁନା ସାହୁ,ଜାଗୃତିର ରତିକାନ୍ତ ପଟ୍ଟନାୟକ, ଅନ୍ତରଙ୍ଗ ଯୁବ ମହାସଙ୍ଘର ଧନେଶ୍ୱର ସାହୁ ଉପସ୍ଥିତ ଥିଲେ।

 

Dharitri – The Largest & Most Trusted Odia Daily

\


Enter your email to get our daily news in your inbox.

All Right Reserved By Dharitri.Com

ଏହି ସବୁ ଅଞ୍ଚଳରେ ୯ ଘଣ୍ଟା ପାଇଁ ହେବ ବିଦ୍ୟୁତ୍‌ କାଟ, ସକାଳୁ…

ବରଗଡ଼,୪।୧୨(ପ୍ରେମାନନ୍ଦ ଖମାରୀ): ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ସଞ୍ଚାରଣ ନିଗମ ଲିମିଟେଡ (ଓପିଟିସିଏଲ) ପକ୍ଷରୁ ୧୩୨/୩୩ କେ.ଭି. ପ୍ରଧାନପାଲି ଗ୍ରୀଡ ସବଷ୍ଟେସନରେ ବାର୍ଷିକ ରକ୍ଷଣାବେକ୍ଷଣ କାର୍ଯ୍ୟ ଲାଗି...

ପଡିବ ଶନିଙ୍କ ଭୟଙ୍କର ମହାଦଶା, ଏହି ରାଶି ଉପରେ ପଡିବ ଖରାପ ପ୍ରଭାବ

ଜ୍ୟୋତିଷ ଶାସ୍ତ୍ରରେ, ଶନି ଦେବଙ୍କୁ “କର୍ମଦାତା” ଏବଂ “ବିଚାରକ” ଭାବରେ ଜଣାଯାଏ। ସେ ବ୍ୟକ୍ତିମାନଙ୍କୁ ସେମାନଙ୍କ କାର୍ଯ୍ୟ ଆଧାରରେ ଶୁଭ କିମ୍ୱା ଅଶୁଭ ଫଳ ପ୍ରଦାନ...

ଶୀତ ପାଇଁ ସକାଳୁଆ ସ୍କୁଲ ବନ୍ଦ

କୋରାପୁଟ,୫ା୧୨(ଅମିତାଭ ବେହେରା)-କୋରାପୁଟ ଜିଲାରେ ଅସହ୍ୟ ଶୀତ ହେଉଥିବାରୁ ଫ୍ରେବୃଆରୀ ଯାଏ ସକାଳୁଆ କ୍ଲାସ ବନ୍ଦ ରଖିବାକୁ ଜିଲାପାଳ ମନୋଜ ସତ୍ୟବାନ ମହାଜନ ଏକ ନିର୍ଦ୍ଦେଶନାମା ଜାରି...

ପୁଟିନ୍‌ଙ୍କୁ ଗୀତା ଉପହାର ଦେଲେ ମୋଦି

ନୂଆଦିଲ୍ଲୀ,୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଗସ୍ତରେ ଭାରତ ଆସିଛନ୍ତି। ଏଡି ଅବସରରେ ରାଷ୍ଟ୍ରପତି ପୁଟିନ୍‌ଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଶ୍ରୀମଦ୍‌ଭଗବତ...

ପୂର୍ବତନ ଡିଏସ୍‌ପିଙ୍କ ଝିଅ ହାତ ଧରିଲେ ବୃନ୍ଦାବନର ପ୍ରବଚକ ଇନ୍ଦ୍ରେଶ ଉପାଧ୍ୟାୟ

ଜୟପୁର,୫ା୧୨: ପ୍ରବଚକ ଇନ୍ଦ୍ରେଶ ଉପାଧ୍ୟାୟ ଏବଂ ପୂର୍ବତନ ଡିଏସ୍‌ପିଙ୍କ ଝିଅ ସିପ୍ରା ଜୟପୁରର ଏକ ହୋଟେଲରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ପ୍ରସିଦ୍ଧ ମଥୁରାର ପ୍ରବଚକ...

ବୋର୍ଡ ନିଗମ ନିଯୁକ୍ତି ନେଇ ଆସିଲା ବଡ଼ ଖବର: ମନମୋହନ କହିଲେ…

ଭୁବନେଶ୍ୱର,୫।୧୨: ବୋର୍ଡ ନିଗମ ନିଯୁକ୍ତି ନେଇ ଖୁବଶୀଘ୍ର ନିଷ୍ପତ୍ତି ନିଆଯାଇ ଘୋଷଣା ହେବ। ଏ ନେଇ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ କହିଛନ୍ତି। ଚର୍ଚ୍ଚା...

ସ୍ବାସ୍ଥ୍ୟକୁ ସୁସ୍ଥ ରଖେ କ୍ରୀଡ଼ା, ନିୟମିତ ଖେଳକୁଦ ଅଭ୍ୟାସ ପାଇଁ…

ଭଞ୍ଜନଗର,୫ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ୩୬ ତମ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି...

ଲଣ୍ଡନଠାରୁ ବି ମହଙ୍ଗା ହେଲା ପାଟନା-କୋଲକାତା ବିମାନ ଟିକେଟ, ଇଣ୍ଡିଗୋ ସଙ୍କଟ ପରେ ଭାଙ୍ଗିଲା ଭଡ଼ା ରେକର୍ଡ

ନୂଆଦିଲ୍ଲୀ,୫।୧୨: ଭାରତରେ ଗତ ଚାରି ଦିନ ମଧ୍ୟରେ ବିମାନ ଯାତ୍ରା ସମସ୍ୟା ବୃଦ୍ଧି ପାଇଛି। ଇଣ୍ଡିଗୋ ଏୟାରଲାଇନ୍ସର ୧,୦୦୦ ରୁ ଅଧିକ ବିମାନ ବାତିଲ ହେବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri