Categories: ଜାତୀୟ

ପ୍ରାଣୀଙ୍କ ପାଇଁ ଆରମ୍ଭ ହେଲା ଦେଶର ପ୍ରଥମ ମୋବାଇଲ ଆଇଭିଏଫ ଭ୍ୟାନ

ଆମରେଲି,୨ ।୧: ଦେଶରେ ପ୍ରାଣୀଙ୍କ ପାଇଁ ଇନ ଭିଟ୍ରୋ ଫର୍ଟିଲାଇଜେଶନ ଆଇଭିଏଫ ପାଇଁ ପ୍ରଥମ ଚାଳିତ ଲ୍ୟାବର ଲୋକାର୍ପଣ ଗୁଜରାଟର ଆମରେଲିରେ ସନ୍ଥ ମୁରାର ବାପୁ ଓ କେନ୍ଦ୍ରମନ୍ତ୍ରୀ ପୁରୁଷୋତ୍ତମ ରୁପାଲା କରିଛନ୍ତି । ଏହା ମାଧ୍ୟମରେ ସର୍ବୋତ୍ତମ ପ୍ରଜାତିର ସାହିୱାଲ ଗାଈଙ୍କର ପ୍ରଜନନ ତଥା ଅନ୍ୟାନ୍ୟ ପ୍ରଜାତିର ପ୍ରାଣୀମାନଙ୍କ ପ୍ରଜନନ ଉପରେ ଗୁରୁତ୍ୱ ଦିଆଯିବ ।
ରବିବାର ଆମରେଲିରେ ସାରହି ତପୋବନ ଆଶ୍ରମର ଭୂମିପୂଜା କାର୍ଯ୍ୟକ୍ରମରେ ଏହି ମୋବାଇଲ ଆଇଭିଏଫ ଭ୍ୟାନର ଉଦଘାଟନ କରାଯାଇଛି । କେନ୍ଦ୍ର ସରକାର ଓ ଅମର ଡେୟରିର ମିଳିତ ଉଦ୍ୟମରେ ଏହା ପରିଚାଳିତ ହେବ । ପ୍ରାଣୀମାନଙ୍କ ପାଇଁ ଏହା ହେଉଛି ଦେଶର ପ୍ରଥମ ଆଇଭିଏଫ ଭ୍ୟାନ ।

Share